Posted inଭଦ୍ରକ

ଘରକୁ ଫେରିଲେ ଅର୍ଚ୍ଚନା

ଭଦ୍ରକ ଅଫିସ,୧୦ା୩: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ତାଙ୍କ ସହ ଓଡ଼ିଶାରୁ ଶତାଧିକ ଛାତ୍ରୀଛାତ୍ର ଫସି ରହିଥିଲେ। ୭ଦିନ ଧରି ବଙ୍କର ଭିତରେ ବହୁ କଷ୍ଟରେ ରହିଥିଲେ। ଏପରିକି ଦୁଇଦିନ ନ ଖାଇ ନ ପିଇ ଉପାସରେ ରହିବାକୁ ପଡ଼ିଥିଲା। ସେଠାରେ କିଭଳି ଏୟାର ଷ୍ଟ୍ରାଇକ ହେଉଥିଲା ଓ ଲୋମଟାଙ୍କୁରା ଅନୁଭୂତି ପରିବାର ଲୋକଙ୍କ ଆଗରେ ବଖାଣିଛନ୍ତି ମଙ୍ଗଳବାର ରାତିରେ ୟୁକ୍ରେନ୍‌ରୁ ଘରକୁ ଫେରିଥିବା ଭଦ୍ରକ ବନ୍ତ ଛକ ଅଞ୍ଚଳର ଅର୍ଚ୍ଚନା କର। ବନ୍ତ ଛକ ନିକଟରେ ରହୁଥିବା ଉମାକାନ୍ତ କରଙ୍କ ଝିଅ ଅର୍ଚ୍ଚନା ସେଠାରେ ମେଡିକାଲ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ ଗତ ଡିସେମ୍ବର ୫ରେ ୟୁକ୍ରେନ୍‌ ଯାଇଥିଲେ। ଶେଷରେ ଭାରତ ସରକାରଙ୍କ ମିଶନ ଗଙ୍ଗା ଜରିଆରେ ଦେଶକୁ ଫେରିବାର ସୁଯୋଗ ପାଇଥିଲେ। ୭ ଦିନର ଯାତ୍ରା ପରେ ମଙ୍ଗଳବାର ରାତିରେ ଘରେ ପହଞ୍ଚିଛନ୍ତି। ଅର୍ଚ୍ଚନାଙ୍କୁ ଦେଖି ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ତାଙ୍କ ମା’ ଉର୍ମିଳା କର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri