ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମୟେତ୍ରୋ କୁଲେବା ରୁଷିଆ ଶାନ୍ତ ପ୍ରୟାସ ନେଇ ଭାରତକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଏହାର ପ୍ରଭାବ ନିଶ୍ଚିତ ଅନୁଭୁତ ହେବ। ଭାରତୀୟ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କୁଲେବା କହିଛନ୍ତି ଯେ ୟୁକ୍ରେନ ଏକ ବନ୍ଧୁ ଏବଂ ଭାରତର ଅଂଶୀଦାର ବୋଲି ଭାରତ ସ୍ପଷ୍ଟ ଭାବରେ ରୁଷିଆକୁ କହିପାରିବ। ସାଂପ୍ରତିକ ସଙ୍କଟର ସମାଧାନ ପାଇଁ ସାମରିକ କିମ୍ବା ଆଭ୍ୟନ୍ତରୀଣ ସ୍ତରରେ ଅସ୍ଥିରତା ଆଣିବା ପାଇଁ ରୁଷିଆର କୌଣସି ପ୍ରୟାସକୁ ଭାରତ ଗ୍ରହଣୀୟ ନୁହେଁ ବୋଲି ବିବେଚନା କରୁଛି। ସେ କହିଛନ୍ତି, ’ଯଦି ରୁଷିଆ ଭାରତ ସରକାରଙ୍କଠାରୁ ଏହା ଶୁଣେ, ତେବେ ଏହା ଏକ ଦୃଢ଼ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରିବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ପ୍ରସଙ୍ଗରେ ମତଦାନକୁ ଭାରତ ଏଡ଼ାଇ ଦେଇଛି। ଫଳରେ ଭାରତ ଏହି ପ୍ରସଙ୍ଗରେ କୌଣସି ପକ୍ଷକୁ ସମର୍ଥନ କରିବାକୁ ଚାହୁଁନାହିଁ। ଯଦି ରୁଷିଆ ସପକ୍ଷରେ ଭାରତ ଭୋଟ ଦେଇଥାନ୍ତା, ତେବେ ଆମେରିକା ସମେତ ବହୁ ପାଶ୍ଚାତ୍ୟ ଦେଶକୁ କ୍ରୋଧିତ କରିଥାନ୍ତେ। ଅପରପକ୍ଷରେ, ଯଦି ଭାରତ ୟୁକ୍ରେନକୁ ସମର୍ଥନ କରିଥାନ୍ତା, ତେବେ ରୁଷିଆ ସହିତ ସମ୍ପର୍କ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାନ୍ତା। ଏଭଳି ପରିସ୍ଥିତିରେ ଭାରତ ମଧ୍ୟମ ରାସ୍ତା ବାଛିବା ସହ ଭୋଟ ଦେବା ଠାରୁ ଦୂରତା ରକ୍ଷା କରିଥିଲା। ଭାରତର ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ ଶାନ୍ତି ପ୍ରୟାସ କ୍ଷେତ୍ରରେ ସହାୟତା ଲୋଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଆଫ୍ରିକାର ‘ରବର ମ୍ୟାନ୍‌’

ଲିବ୍ରେଭିଲେ, ୧୫।୧: ଦେଶ ବିଦେଶରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆସୁୁଛି। ଏହାଦ୍ୱାରା ପ୍ରତିଭାଶାଳୀ ଲୋକେ ଜନପ୍ରିୟତା ହାସଲ କରିବା...

ସ୍କୁଲରେ ଗୁଳିମାଡ଼ କଲେ ନାବାଳକ, ୨ ଆହତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଗୁଳିମାଡ଼ ହୋଇଛି। ଏଠାକାର ଏକ ସ୍କୁଲରେ ଜଣେ ୧୪ ବର୍ଷର ନାବାଳକ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି...

ବିଶ୍ୱଶାନ୍ତି ପାଇଁ ଭାରତ-ଆମେରିକା ପ୍ରତିଶ୍ରୁତିବଦ୍ଧ

ଓ୍ବାଶିଂଟନ, ୨୩ା୬ ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବିଭିନ୍ନ...

ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା...

ନେପାଳରେ ଭାରତ ନିର୍ମାଣ କରିଛି ୫୦ ହଜାର ଘର

କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ...

ବିଶପ୍‌ ବୈଠକରେ ମହିଳାଙ୍କୁ ମିଳିଲା ଭୋଟ ଅନୁମତି

ଭାଟିକାନ୍‌ ସିଟି,୨୭ା୪: ବିଶପ୍‌ମାନଙ୍କ ଆଗାମୀ ବୈଠକରେ ମହିଳାମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ପୋପ୍‌ ଫ୍ରାନ୍ସିସ୍‌ ନିଷ୍ପତ୍ତି ନେଇଛନ୍ତି। କାଥୋଲିକ୍‌ ଚର୍ଚ୍ଚରେ ମହିଳାମାନଙ୍କୁ ବଡ଼ ନିଷ୍ପତ୍ତି...

ଏକ୍ସପ୍ରେସ ୱେ’ରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ

କୁଆଲାଲମ୍ପୁର,୧୭।୮: ଗୁରୁବାର ମାଲେସିଆର କୁଆଲାଲମ୍ପୁରରେ ଏକ୍ସପ୍ରେସ ୱେ’ରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।...

ଅର୍ଦ୍ଧରାତ୍ରରେ ସିରିଆ ଉପରେ ରକେଟ ମାଡ଼

ଦାମାସକସ୍‌,୨୬।୧୨: ଇସ୍ରାଏଲ୍‌ ସିରିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଅର୍ଦ୍ଧରାତ୍ରରେ ଇସ୍ରାଏଲ୍‌ ପକ୍ଷରୁ ସିରିଆ ଉପରେ ରକେଟ ମାଡ଼ କରାଯାଇଛି। ହମା ପ୍ରଦେଶର ମସିୟଫ...

Advertisement
Archives

Model This Week