Posted inଜାତୀୟ

ଅମିତ ଶାହାଙ୍କ ମନ୍ତବ୍ୟ ନେଇ ସିବିଆଇକୁ ଚିଠି ଲେଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୩।୩ : କଂଗ୍ରେସର ମହାସଚିବ ଜୟରାମ ରମେଶ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲଙ୍କୁ ଅନୁରୋଧ କରିଛନ୍ତି।

ମାର୍ଚ୍ଚ ୨୧ ରେ ଜୟରାମ ରମେଶ ଏହି ଚିଠି ଲେଖି ଗୁରୁବାର ଏହାର ଏକ କପି ଟୁଇଟରରେ ଶେୟାର କରିଛନ୍ତି। ସେ ଏହି ଚିଠିରେ କହିଛନ୍ତି ଯେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ୧୭ ଫେବୃଆରୀ ୨୦୨୩ରେ ଅମିତ ଶାହା ତାଙ୍କର ଏକ ସାଧାରଣ ସଭାରେ କହିଥିଲେ ଯେ ତତ୍କାଳୀନ ମେଘାଳୟ ସରକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର। ରମେଶ ଦାବି କରିଛନ୍ତି, ’ଅମିତ ଶାହା ଭାରତ ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ।

ଏପରି ପରିସ୍ଥିତିରେ, ସେ ନିଶ୍ଚିତ ଭାବରେ ସେହି ସୂଚନା ଏବଂ ତଥ୍ୟ ପାଇଥିବେ, ଯାହା ଆଧାରରେ ସେ ପଦକ୍ଷେପ ନେବାକୁ ପ୍ରୟାସ କରିଥାନ୍ତେ। ତତ୍କାଳୀନ ମେଘାଳୟ ସରକାରଙ୍କ ଦୁର୍ନୀତିଗ୍ରସ୍ତ ପ୍ରଥା ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅମିତ ଶାହା ପଦକ୍ଷେପ ନେବାରେ ବିଫଳ ହେବାର କିଛି କାରଣ ନିଶ୍ଚୟ ଥିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଜୟରାମ ରମେଶ କହିଛନ୍ତି, ମୁଁ ଆପଣଙ୍କୁ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନୁରୋଧ କରୁଛି, ଅମିତ ଶାହାଙ୍କୁ ଡକାଇ ତାଙ୍କୁ ସମସ୍ତ ତଥ୍ୟ ଦେବାକୁ କୁହନ୍ତୁ ଯାହା ଆଧାରରେ ସେ ଏପରି ମୂଲ୍ୟାଙ୍କନ କରିଥିଲେ। ଏହି ଘଟଣାର ଅନୁସନ୍ଧାନ ମଧ୍ୟ କରାଯିବା ଉଚିତ। ମୁଁ ମଧ୍ୟ ଅନୁରୋଧ କରୁଛି, ଅମିତ ଶାହାଙ୍କ ଉପରେ ତାଙ୍କ ଦଳ କିମ୍ବା ଅନ୍ୟ କିଛି ଶକ୍ତିର କୌଣସି ଚାପ ଥିଲା କି ନାହିଁ? ଯେଉଁଥିପାଇଁ ସେ ପୂର୍ବତନ ମେଘାଳୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ସୂଚନା ପାଇ ମଧ୍ୟ ଏହା ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri