ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସରୁନି

କେନ୍ଦ୍ରାପଡ଼ା ଅଫିସ,୨୩ା୩: କେନ୍ଦ୍ରାପଡ଼ା ଜିଲାରେ ୩ଦିନ ଧରି ପଶ୍ଚିମା ଝଡ଼ ହେଉଛି। ଜିଲାର ୯ ବ୍ଲକରେ ହାରାହାରି ବର୍ଷା ପରିମାଣ ୪୧.୪ ମିଲିମିଟର ଥିବା ବେଳେ ମୋଟ ୩୭୩ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ଝଡ଼ବର୍ଷାରେ ଫସଲ ସହିତ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ୧୭ ପଞ୍ଚାୟତକୁ ସଂଯୋଗୀକରଣ ରାସ୍ତା ବା ସେତୁ ନିର୍ମାଣ ହୋଇନାହିଁ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆଦିକୁ ବାଦ୍‌ ଦେଲେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଥିବା ଗ୍ରାମ ସଂଯୋଗୀକରଣ ରାସ୍ତାର ୧୪,୪୦୨ ପ୍ରକଳ୍ପ କାର୍ଯ୍ୟ ସରିନାହିଁ। ଏହି ରାସ୍ତା ପ୍ରକଳ୍ପ ସରି ନ ଥିବାରୁ ଆପଦକାଳୀନ ସମୟରେ ଅଞ୍ଚଳବାସୀ ହୀନସ୍ତା ହେଉଥିବା ଦର୍ଶାଇଛନ୍ତି। ଆଗାମୀ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପ୍ରକଳ୍ପକୁ ସାରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପାଢ଼ୀ, କ୍ଷିତୀଶ କୁମାର ସିଂହ, ପ୍ରଭାତ ରଞ୍ଜନ ଜେନା ପ୍ରମୁଖ କହିଛନ୍ତି ଯେ, ସୁଦୃଢ଼ ଯୋଗାଯୋଗ ପଥ ଦେଶକୁ ସମୃଦ୍ଧିଶାଳୀ କରିଥାଏ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ଉନ୍ନତୀକରଣ ଉପରେ ଜୋର ଦେଉଛନ୍ତି। ମାତ୍ର ବହୁ ସମୟରେ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏହାର ଉଦାହରଣ ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତଠାରୁ ଆରମ୍ଭ କରି ଏକମାଣିଆ, ପଦନୀପାଳ, ବତିଘର ଆଦି ୧୭ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ୧୭ ପଞ୍ଚାୟତକୁ ସେତୁ ନିର୍ମାଣ ହୋଇ ନ ଥିବା ଯୋଗୁ ସଡ଼କ ଯୋଗାଯୋଗ ପଥ ବନ୍ଦ ରହିଛି। ଏଠାକାର ଲୋକଙ୍କ ବର୍ଷାଦିନେ ଡଙ୍ଗା ଏକମାତ୍ର ଭରସା ହୋଇଥିବା ବେଳେ ପ୍ରସୂତି, ଅପପୁଷ୍ଟିର ଶିକାର ଶିଶୁଙ୍କୁ ଟିକାକରଣରେ ବିଫଳତା ଦେଖିବାକୁ ମିଳୁଛି। ସେହିପରି ଗ୍ରାମାଞ୍ଚଳରେ ଅଗ୍ନିକାଣ୍ଡ, ଆଇନ ଶୃଙ୍ଖଳା ପରିସ୍ଥିତି, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ବିଦ୍ୟୁତ୍‌ ସେବା ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଇ ପାରୁନାହିଁ। ସିଂହଗଁା ପଞ୍ଚାୟତ ପାଇଁ ୨୦୧୪ରେ, ବତିଘର ପାଇଁ ୨୦୧୬ରେ, ସିଓପଡ଼ା ବାମଣ୍ଡା ପାଇଁ ୨୦୦୩ ମସିହାରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଡ଼କପଥ ସମ୍ଭବ ହୋଇପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୋଟ ୧୫,୬୬୭ଟି ଗ୍ରାମାଞ୍ଚଳ ସଡ଼କର ଉନ୍ନତୀକରଣ ପାଇଁ ପ୍ରସ୍ତାବ ଆସିଥିଲା। ଏଥିମଧ୍ୟରୁ ୧୪,୪୦୨ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିନାହିଁ। ମାତ୍ର ୫,୬୧୪ଟି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୨,୯୦୫ ପ୍ରକଳ୍ପ ମଞ୍ଜୁରୀ ପାଇଛି। ୫,୮୮୩ ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ସର୍ବାପେକ୍ଷା ପଛରେ ପଡ଼ିଛି। ଏହି ବ୍ଲକ ଅଞ୍ଚଳର ୧୦୬୮ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୯୨୨ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଞ୍ଜୁରୀ ପାଇଛି। ଏହି ବ୍ଲକ ଅଞ୍ଚଳରେ ବହୁ ଧୋୟାଞ୍ଚଳ ଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୧୩୭ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ଅଦ୍ୟାବଧି ମଞ୍ଜୁରୀ ଦେଇନାହାନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର ୮ ଦିନ ବାକି ଥିବାବେଳେ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତୀକରଣ ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ପ୍ରକଳ୍ପର ଡାଟା ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ତେବେ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିର ଚାଲିଛି। କେତେଗୋଟି ରାସ୍ତାର ନିର୍ମାଣ ସମୟରେ ଜମିଜମାକୁ ନେଇ ବିବାଦ ଉଠିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri