ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସରୁନି

କେନ୍ଦ୍ରାପଡ଼ା ଅଫିସ,୨୩ା୩: କେନ୍ଦ୍ରାପଡ଼ା ଜିଲାରେ ୩ଦିନ ଧରି ପଶ୍ଚିମା ଝଡ଼ ହେଉଛି। ଜିଲାର ୯ ବ୍ଲକରେ ହାରାହାରି ବର୍ଷା ପରିମାଣ ୪୧.୪ ମିଲିମିଟର ଥିବା ବେଳେ ମୋଟ ୩୭୩ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ଝଡ଼ବର୍ଷାରେ ଫସଲ ସହିତ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ୧୭ ପଞ୍ଚାୟତକୁ ସଂଯୋଗୀକରଣ ରାସ୍ତା ବା ସେତୁ ନିର୍ମାଣ ହୋଇନାହିଁ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆଦିକୁ ବାଦ୍‌ ଦେଲେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଥିବା ଗ୍ରାମ ସଂଯୋଗୀକରଣ ରାସ୍ତାର ୧୪,୪୦୨ ପ୍ରକଳ୍ପ କାର୍ଯ୍ୟ ସରିନାହିଁ। ଏହି ରାସ୍ତା ପ୍ରକଳ୍ପ ସରି ନ ଥିବାରୁ ଆପଦକାଳୀନ ସମୟରେ ଅଞ୍ଚଳବାସୀ ହୀନସ୍ତା ହେଉଥିବା ଦର୍ଶାଇଛନ୍ତି। ଆଗାମୀ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପ୍ରକଳ୍ପକୁ ସାରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ, ପ୍ରତାପ ଚନ୍ଦ୍ର ପାଢ଼ୀ, କ୍ଷିତୀଶ କୁମାର ସିଂହ, ପ୍ରଭାତ ରଞ୍ଜନ ଜେନା ପ୍ରମୁଖ କହିଛନ୍ତି ଯେ, ସୁଦୃଢ଼ ଯୋଗାଯୋଗ ପଥ ଦେଶକୁ ସମୃଦ୍ଧିଶାଳୀ କରିଥାଏ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ଉନ୍ନତୀକରଣ ଉପରେ ଜୋର ଦେଉଛନ୍ତି। ମାତ୍ର ବହୁ ସମୟରେ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏହାର ଉଦାହରଣ ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତଠାରୁ ଆରମ୍ଭ କରି ଏକମାଣିଆ, ପଦନୀପାଳ, ବତିଘର ଆଦି ୧୭ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ୧୭ ପଞ୍ଚାୟତକୁ ସେତୁ ନିର୍ମାଣ ହୋଇ ନ ଥିବା ଯୋଗୁ ସଡ଼କ ଯୋଗାଯୋଗ ପଥ ବନ୍ଦ ରହିଛି। ଏଠାକାର ଲୋକଙ୍କ ବର୍ଷାଦିନେ ଡଙ୍ଗା ଏକମାତ୍ର ଭରସା ହୋଇଥିବା ବେଳେ ପ୍ରସୂତି, ଅପପୁଷ୍ଟିର ଶିକାର ଶିଶୁଙ୍କୁ ଟିକାକରଣରେ ବିଫଳତା ଦେଖିବାକୁ ମିଳୁଛି। ସେହିପରି ଗ୍ରାମାଞ୍ଚଳରେ ଅଗ୍ନିକାଣ୍ଡ, ଆଇନ ଶୃଙ୍ଖଳା ପରିସ୍ଥିତି, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ବିଦ୍ୟୁତ୍‌ ସେବା ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଇ ପାରୁନାହିଁ। ସିଂହଗଁା ପଞ୍ଚାୟତ ପାଇଁ ୨୦୧୪ରେ, ବତିଘର ପାଇଁ ୨୦୧୬ରେ, ସିଓପଡ଼ା ବାମଣ୍ଡା ପାଇଁ ୨୦୦୩ ମସିହାରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଡ଼କପଥ ସମ୍ଭବ ହୋଇପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୋଟ ୧୫,୬୬୭ଟି ଗ୍ରାମାଞ୍ଚଳ ସଡ଼କର ଉନ୍ନତୀକରଣ ପାଇଁ ପ୍ରସ୍ତାବ ଆସିଥିଲା। ଏଥିମଧ୍ୟରୁ ୧୪,୪୦୨ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିନାହିଁ। ମାତ୍ର ୫,୬୧୪ଟି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୨,୯୦୫ ପ୍ରକଳ୍ପ ମଞ୍ଜୁରୀ ପାଇଛି। ୫,୮୮୩ ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ସର୍ବାପେକ୍ଷା ପଛରେ ପଡ଼ିଛି। ଏହି ବ୍ଲକ ଅଞ୍ଚଳର ୧୦୬୮ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୯୨୨ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମଞ୍ଜୁରୀ ପାଇଛି। ଏହି ବ୍ଲକ ଅଞ୍ଚଳରେ ବହୁ ଧୋୟାଞ୍ଚଳ ଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୧୩୭ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ଅଦ୍ୟାବଧି ମଞ୍ଜୁରୀ ଦେଇନାହାନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର ୮ ଦିନ ବାକି ଥିବାବେଳେ ବର୍ଷାଦିନ ପୂର୍ବରୁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତୀକରଣ ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ପ୍ରକଳ୍ପର ଡାଟା ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ତେବେ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିର ଚାଲିଛି। କେତେଗୋଟି ରାସ୍ତାର ନିର୍ମାଣ ସମୟରେ ଜମିଜମାକୁ ନେଇ ବିବାଦ ଉଠିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?