Posted inଜାତୀୟ

ଚିତାସହ ଫଟୋ ଶେୟାର କଲେ କଂଗ୍ରେସ ନେତା, କହିଲେ ଧ୍ୟାନ ହଟାଇବାକୁ ତମାସା କରୁଛନ୍ତି ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଅର୍ଥାତ୍ ୧୭ ସେପ୍ଟେମ୍ବରରେ ଦେଶକୁ ଏକ ବଡ ଉପହାର ଦେଇଛନ୍ତି । ମୋଦି ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବିୟାରୁ ଆସିଥିବା ଚିତାଙ୍କୁ ଶନିବାର ଛାଡି ଦେଇଛନ୍ତି । ମୋଦି ଏହାକୁ ନେଇ କହିଛନ୍ତି, ଯେତେବେଳେ ସମୟ ଚକ୍ର ଆମ ଅତିତକୁ ସୁଧାରି ନୂଆ ଭବିଷ୍ୟତ ନିର୍ମାଣର ସୁଯୋଗ ଦେଇଥାଏ, ଆଜି ଆମ ସାମ୍ନାରେ ଏମିତି ଏକ ମୁହୂର୍ତ୍ତ ଉପସ୍ଥିତ ହୋଇଛି । ଦଶକ ପୂର୍ବରୁ ଜୈବ ବିବିଧତାର ଯେଉଁ ଡୋର ଛିଡି ଯାଇଥିଲା ଆଜି ତାକୁ ଯୋଡିବାକୁ ଆମକୁ ସୁଯୋଗ ମିଳିଛି । ଆଜି ଭାରତ ମାଆ କୋଳକୁ ଚିତା ଫେରି ଆସିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ପରେ କଂଗ୍ରେସ ପୁଣିଥରେ ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଶାସନରେ ନିରନ୍ତରତାକୁ କ୍ୱଚିତ ଗ୍ରହଣ କରନ୍ତି । ଚିତା ପ୍ରକଳ୍ପ ପାଇଁ ୨୫.୦୪.୨୦୧୦ରେ ମୋର କେପଟାଉନ ଗସ୍ତ ବିଷୟରେ ଉଲ୍ଲେଖ ନ କରିବା ଏହାର ସଦ୍ୟତମ ଉଦାହରଣ । ଜାତୀୟ ସମସ୍ୟାକୁ ଦବାଇ ଦେବାକୁ ପ୍ରଧାନମନ୍ତ୍ରୀ ତମାସା କରୁଛନ୍ତି । ଏହାସହ ଭାରତ ଯୋଡୋ ଯାତ୍ରାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛନ୍ତି ବୋଲି ରମେଶ ଅଭିଯୋଗ ଆଣିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ବେଙ୍ଗାଲୁରୁରେ ବିସ୍ଫୋରଣ

ବେଙ୍ଗାଲୁରୁ,୨୩।୯: କର୍ନାଟକର ନୂଆ ତାରାଗୁପେଟ ଅଞ୍ଚଳରେ ଥିବା ଏକ ଷ୍ଟୋରେଜରେ ବୁଧବାର ରାତିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ହାଇଦ୍ରାବାଦ,୭।୧୨: ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏନ୍‌କାଉଣ୍ଟରରେ ସାମିଲ ଥିବା ପ୍ରତି ପୋଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା...

‘ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ ଶାହା

ନୂଆଦିଲ୍ଲୀ,୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ...

ନବରାତ୍ରୀରେ ନୂଆ ପାର୍ଟିର ଘୋଷଣା କରିବେ ଆଜାଦ, ପଞ୍ଜିକରଣ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ କରୁଛନ୍ତି କାମ

ଜମ୍ମୁ,୨୨ ।୯: ପ୍ରାୟ ଏକ ମାସ ହେବ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ତାଙ୍କ ନୂଆ ଦଳର ନାମର ଘୋଷଣା ନବରାତୀରେ...

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ...

କରୋନାକୁ ଭୟ ନାହିଁ: ୫ମିନିଟ୍‌ରେ ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର...

Advertisement
Archives

Model This Week