‘ଯବାନ’ ସ୍କ୍ରିନିଂକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୯: ଏବେ ଦେଶରେ ଶାହରୁଖ ଖାନଙ୍କ କ୍ରେଜ ଚାଲିଛି। ସବୁଠି ତାଙ୍କ ଅଭିନୀତ ‘ଯବାନ’କୁ ନେଇ ଚର୍ଚ୍ଚା। ରିଲିଜ୍‌ର ଦୁଇ ଦିନରେ ମଧ୍ୟରେ ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିଛି। କିନ୍ତୁ ନିକଟରେ ଶାହାରୁଖଙ୍କ ଏହି ଫିଲ୍ମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ନୂତନ ସଂସଦ ଭବନରେ ‘ଯବାନ’ ସ୍କ୍ରିନିଂ ପାଇଁ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।
କିଛି ଦିନ ପୂର୍ବରୁ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ର ସଫଳତାକୁ ଦୃଷ୍ଟିରେ ରଖି ଏହି ଫିଲ୍ମଟି ନୂତନ ସଂସଦ ଗୃହରେ ଲୋକସଭା ସାଂସଦମାନଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ କଂଗ୍ରେସ ନେତା ଜୟରାମ ରମେଶ ଶାହାରୁଖଙ୍କ ଫିଲ୍ମ ସହ ଯୋଡି ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ନୂତନ ସଂସଦ ଭବନରେ ‘ଯବାନ’ ଦେଖାଇବାକୁ ମୋଦି ସରକାରଙ୍କର ସାହସ ଅଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଜୟରାମ ରମେଶ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ନୂଆ ସଂସଦ ଗୃହରେ ଗଦର ୨ ଦେଖାଯାଇଥିଲା। ‘ଯବାନ’ ସ୍କ୍ରିନିଂ କରିବା ପାଇଁ ମୋଦି ସରକାରଙ୍କର ସାହସ ମଧ୍ୟ ଅଛି କି?
ପ୍ରଥମ ଫିଲ୍ମ ଭାବେ ଗଦର ୨ ନୂତନ ସଂସଦ ଗୃହରେ ପ୍ରଦର୍ଶିତ ହୋଇଥିଲା। ଏହି ଫିଲ୍ମର ସ୍କ୍ରିନିଂ ୨୫ ଅଗଷ୍ଟରେ ହୋଇଥିଲା। ଗଦର ୨ ବର୍ତ୍ତମାନ ପର୍ଯ୍ୟନ୍ତ ୫୧୨ କୋଟିରୁ ଅଧିକ ରୋଜଗାର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

ନୂଆ ଖଣି ଆଇନ: ରାଜ୍ୟ କ୍ଷମତା ଦୁର୍ବଳ

ନୂଆଦିଲ୍ଲୀ,୧୧।୮(ପି.ଟି.): ଖଣି ଓ ଖଣିଜ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଗତ କରିଛନ୍ତି, ଯାହାଦ୍ୱାରା ରାଜ୍ୟ ସରକାରମାନେ ଖଣିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri