ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଦ ଶ୍ରୀ ମାତାଜୀ(୮୦)।

ମିଳିଥିବା ସୂଚନା ଅନୁଯାୟୀ, ମାତାଜୀ ଜୈନ ଧର୍ମ ପ୍ରଚାର ପାଇଁ ଚାଲି ଚାଲି ଭାରତ ଭ୍ରମଣ କରୁଥିଲେ। ତାଙ୍କ ସହ ୬ ଜଣ ସନ୍ନ୍ୟାସିନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଦିଗାମ୍ବର ଜୈନ ଆଶ୍ରମରୁ ବାହାରି ଗୁରୁବାର କଟକ ଚୌଧୁରୀ ବଜାରସ୍ଥିତ ଦିଗାମ୍ବର ଜୈନଧର୍ମ ଆଶ୍ରମ ଅଭିମୁଖେ ଯାଉଥିଲେ।

ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବସ୍‌ ପଛରୁ ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବାରୁ ବସ୍‌ ଚକ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବରପାଇ କଟକ ସଦର ଓ ଜାତୀୟ ରାଜପଥ ଟ୍ରାଫିକ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଛି। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

କେବଳ ଜଣେ ନୁହେଁ ଏକାବେଳେ ଦୁଇ ଯୁବକଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଏମିତି କ‘ଣ ହେଲା ରାତିରେ ଝୁଲିପଡ଼ିଲେ ଯୁବତୀ

ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଇରାନ ଯୁଦ୍ଧକୁ ନେଇ ପେଜେଶକିଆନଙ୍କ ବଡ଼ ବିବୃତ୍ତି: ‘ଆମେ ଏହାକୁ ଆରମ୍ଭ କରିନାହୁଁ; ୪୮ ଘଣ୍ଟା ମଧ୍ୟରେ…’

ତେହରାନ,୮।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଦୀର୍ଘକାଳୀନ ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ…

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

ଧରିତ୍ରୀ ପ୍ରଭାବ: ଦିବ୍ୟାଙ୍ଗଙ୍କ ଘରକୁ ଯାଇ ପଲିଥିନ ଦେଲେ ଆର୍‌ଆଇ

ଲୋଇସିଂହା,୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନ୍‌ଏସି ଅଧୀନର ୨ଜଣ ଦିବ୍ୟାଙ୍ଗ ଲୋଇସିଂହା ଢୋଲମହୁଲର କାଳିଆ ବଗର୍ତ୍ତି ଓ ବାଞ୍ଜିପାଲି ଗ୍ରାମର ସେବକ ସାହୁଙ୍କ ଦୃଷ୍ଟିହୀନ ସ୍ତ୍ରୀ ଲୋଇସିଂହା…

‘ମୁଁ ବାବା ବାଗେଶ୍ୱର ନୁହେଁ…’: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri