ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ ଜେଲଫେରନ୍ତା

ଭୁବନେଶ୍ୱର,୧୭।୧(ବ୍ୟୁରୋ):ଏଟିଏମ୍‌ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍‌ କାର୍ଡ ବଦଳାଉଥିଲେ। ଏଥିସହ ପିନ୍‌ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍‌ ଓ ସପିଙ୍ଗ୍‌ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲାରେ ଏଭଳି ରାକେଟ ଚଳାଇଥିବା ୨ ଜେଲ ଫେରନ୍ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୁଲଡ଼ା ଗ୍ରାମର ଗୋବର୍ଦ୍ଧନ ପାତ୍ର (୩୭) ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ପୋଲସରା ଥାନା ଅନ୍ତର୍ଗତ ଖୁଡ଼ୁରୁ ଗ୍ରାମର ମନୋଜ କୁମାର ସାହୁ (୩୨)। ଉଭୟଙ୍କ ନିକଟରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୫୦ ଗ୍ରାମ୍‌ର ସୁନା ଅଳଙ୍କାର ଓ ୧୮ଟି ଏସ୍‌ବିଆଇ ଏଟିଏମ୍‌ କାର୍ଡ, ଗୋଟିଏ ସ୍କୁଟି ଜବତ ହୋଇଛି। ଅଭିଯୁକ୍ତଦ୍ୱୟଙ୍କ ନାଁରେ ବିଭିନ୍ନ ଜିଲାରେ ୩୦ରୁ ଅଧିକ ମାମଲା ଥିବା ପୋଲିସ କହିଛି। ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ନଂ.୧୪/୨୦୨୩ରେ ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଦ୍ୱୟଙ୍କ ଆପରାଧିକ କାର୍ଯ୍ୟଧାରା ଉପରେ ଅଧିକ ତଦନ୍ତ କରାଯାଉଥିବା ଜୋନ୍‌-୪ ଏସିପି ଶୁଭନାରାୟଣ ମୁଦୁଲି ଖବରଦାତା ସମ୍ମିଳନୀରେ କହିଛନ୍ତି।
ଅନୁଯାୟୀ, ଅଭିଯୁକ୍ତଦ୍ୱୟ ରାଜଧାନୀ ସମେତ ନୟାଗଡ଼, ପୁରୀ, ଯାଜପୁର ଓ ଗଞ୍ଜାମ ଆଦି ଅଞ୍ଚଳରେ ଅପରାଧ ଘଟାଉଥିଲେ। ୩ମାସ ତଳେ ଗଞ୍ଜାମ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ଅଭ୍ୟାସ ଛାଡ଼ି ନ ଥିଲେ। ଏଟିଏମ୍‌ କାଉଣ୍ଟରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଟାର୍ଗେଟ କରନ୍ତି। ସେମାନଙ୍କ ସରଳତା ତଥା ଅଜ୍ଞତାର ସୁଯୋଗ ନେଇ ସହାୟତା ଆଳରେ ଏଟିଏମ୍‌ କାର୍ଡ ଓ ପିନ୍‌ ହାତେଇ ନେବା ପରେ ଆକାଉଣ୍ଟରୁ ଟଙ୍କା ଖାଲି କରିଦିଅନ୍ତି। ଅକ୍ଟୋବର ୯ରେ ନନ୍ଦନକାନନ ଥାନା ଅଞ୍ଚଳର ବିଦ୍ୟାଧର ପାତ୍ର ସ୍ଥାନୀୟ ଏସ୍‌ବିଆଇ କାଉଣ୍ଟରରୁ ଟଙ୍କା ଉଠାଇବାବେଳେ ଅଭିଯୁକ୍ତଦ୍ୱୟ ସହାୟତା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ସହ ପିନ୍‌ ନମ୍ବର ମଧ୍ୟ ମନେ ରଖିଥିଲେ। ପରେ ତାଙ୍କ କାର୍ଡରୁ ୯୯ ହଜାର ଟଙ୍କା ଉଠାଇ ନେବା ସହ ସୁନା ମଧ୍ୟ କିଣିଥିଲେ। ଏନେଇ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା କବିତା ସାହୁ ଡିସେମ୍ବର ୨୯ରେ ଯାଜପୁର ଜାରକାସ୍ଥିତ ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଉଥିଲେ। ଅଭିଯୁକ୍ତଦ୍ୱୟ କବିତାଙ୍କୁ ସହଯୋଗ କରିବା ଆଳରେ ତାଙ୍କ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୧୧ ଲକ୍ଷ ୧୩ ହଜାର ଟଙ୍କା ନେଇ ଯାଇଥିଲେ। ଜାନୁୟାରୀ ୧୦ରେ ପ୍ରଶାନ୍ତ କୁମାର କଟକ ରୋଡ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ ୫ ହଜାର ଟଙ୍କା ଉଠାଇଥିଲେ। ଏହି ସମୟରେ ଅଭିଯୁକ୍ତଦ୍ୱୟ ତାଙ୍କୁ ମିନିଷ୍ଟେଟ୍‌ମେଣ୍ଟ୍‌ କାଢ଼ିବାକୁ ସହଯୋଗ କରିବା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୨ ଲକ୍ଷ ୨୪ ହଜାର ଟଙ୍କା ନେଇଯାଇଥିଲେ। ତେବେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ଭୁବନେଶ୍ୱର ୟୁପିଡିର ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ଏକ ପୋଲିସ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଆପରାଧିକ ପୃଷ୍ଠଭୂମି ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଦ୍ୱୟ ଏଭଳି କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri