Posted inଫୁରସତ

ଜେଲ୍‌ ନା ହୋଟେଲ

ଜେଲ୍‌ ବା ବନ୍ଦୀଶାଳା କଥା କହିଲେ ଛାତିରେ ଛନକା ପଶିଯାଏ। କେଉଁ ଏକ ଅଜଣା ଭୟରେ ମନ ଆତଙ୍କିତ ହୋଇଉଠେ। ଜେଲରେ କଠୋର ଦଣ୍ଡ ମିଳେ। ଅନ୍ଧାର ଭିତରେ ରହିବାକୁ ହୁଏ। ଖାଇବା ପାଇଁ ଭଲଖାଦ୍ୟ ମିଳେନି। କାହା ସହିତ ମିଳାମିଶା କି କଥାବାର୍ତ୍ତା କରିବାକୁ ଦିଆଯାଏନି। ସବୁବେଳେ ଗୋଟିଏ ଘର ଭିତରେ ବନ୍ଦୀ ହୋଇ ରହିବାକୁ ହୁଏ। ଏମିତି କେତେ କ’ଣ କଥା ରହିଛି ଜେଲକୁ ନେଇ। ଏସବୁ ବି ମିଛ କିମ୍ବା କପୋଳକଳ୍ପିତ କଥା ନୁହେଁ। ଏହାର ମଧ୍ୟ ସତ୍ୟତା ରହିଛି। ତେବେ ଆମେ ବଞ୍ଚୁଥିବା ଏ ପୃଥିବୀରେ ଏମିତି କିଛି ଆଭିଜାତ୍ୟପୂର୍ଣ୍ଣ ଜେଲ ଅଛି, ଯାହାକୁ ଦେଖିଲେ ଆଉ ଯେଉଁସବୁ କଥା ଶୁଣିଲେ ଏମିତି ମନେହେବ ଯେମିତି ଏସବୁ ଜେଲ ନା ଫାଇଭ୍‌ଷ୍ଟାର ହୋଟେଲ୍‌। ସେହି ଜେଲ ସବୁ କଏଦୀମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଛି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଲାଗି ତିଆରି ହୋଇଛି।


ନର୍‌ଓ୍ବେର ବେଷ୍ଟୋୟ ଜେଲ: ନର୍‌ଓ୍ବେର ବେଷ୍ଟୋୟ ଦୀପରେ ଅଛି ଗୋଟିଏ ଜେଲ, ଯାହାକୁ ବେଷ୍ଟୋୟ ଜେଲ ବୋଲି କୁହାଯାଇଥାଏ। ଏହି ଜେଲରେ ପ୍ରାୟ ୧୦୦ଜଣ କଏଦୀଙ୍କୁ ରଖାଯାଇଥାଏ। ତେବେ ଏଠାରେ ରହୁଥିବା କଏଦୀମାନେ ନିଜକୁ କଏଦୀ କିମ୍ବା ଅପରାଧୀ ବୋଲି ଭାବି ନ ଥାନ୍ତି। ସେମାନଙ୍କୁ ସବୁପ୍ରକାର ସାଧାରଣ ସୁବିଧା ମିଳିଥାଏ। ହର୍ଷ ରାଇଡିଂ, ଫିଶିଂ, ଟେନିସ୍‌, ସନ୍‌ବାଥ୍‌ ଆଦିର ସୁବିଧା କଏଦୀମାନଙ୍କୁ ଯୋଗେଇ ଦିଆଯାଇଥାଏ। ସେତିକିନୁହେଁ, କଏଦୀମାନଙ୍କୁ ଚାଷ କରିବାର ସବୁ ପ୍ରକାର ଅତ୍ୟାଧୁନିକ କଳକୌଶଳ ଓ ଯନ୍ତ୍ରପାତି ଯୋଗେଇ ଦିଆଯାଇଥାଏ। ଆଉ ବଡ଼କଥା ହେଲା ଏଠାରେ କୌଣସି ସେଲ୍‌ ବ୍ୟବସ୍ଥା ନାହିଁ। ତା’ ପରିବର୍ତ୍ତେ କଏଦୀଙ୍କ ନିମନ୍ତେ ସ୍ବତନ୍ତ୍ର କଟେଜ୍‌ ବ୍ୟବସ୍ଥା କରାଯାଇଛି।


ଏଚ୍‌ଏମ୍‌ପି ଆଡିଓ୍ବେଲ୍‌, ଷ୍କଟଲାଣ୍ଡ : ଏ ଜେଲର ଅନ୍ତେବାସୀଙ୍କ ସଂଖ୍ୟା ପ୍ରାୟ ୭୦୦। ଏହି ଜେଲରେ ରହୁଥିବା କଏଦୀମାନଙ୍କୁ ଅପରାଧୀ ଭଳି ବିବେଚନା କରାଯାଏନି। ତା’ ପରିବର୍ତ୍ତେ ସେମାନଙ୍କୁ ସାଧାରଣ ମଣିଷଙ୍କ ଭଳି ଦେଖାଯାଏ, ଯେଉଁମାନେ ଭୁଲ୍‌ ବଶତଃ କିଛି ଅପରାଧ ଘଟେଇଛନ୍ତି। ସେଥିଲାଗି ସେମାନଙ୍କୁ କିଭଳି ଭଲ ମଣିଷ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଏ। ସେଥିଲାଗି ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗେଇଦିଆଯାଏ ଯେମିତି କି ଜଣେ ଭାବିବନାହିଁ ଯେ, ସେ ଏକ କଏଦୀଖାନାରେ ଅଛି। ଭଲସ୍ଥାନ ମନରେ ସକାରାତ୍ମକ ପ୍ରଭାବ ପକାଏ। ଏହା ହେଉଛି ଏହି ଏଚଏମପି ଆଡିଓ୍ବେଲ୍‌ କଏଦୀଖାନାର ନୀତି।


ଓଟାଗୋ କରେକ୍‌ସନ୍‌ ଫାସିଲିଟି, ନ୍ୟୁଜିଲାଣ୍ଡ : ୨୦୦୫ରେ ନ୍ୟୁଜିଲାଣ୍ଡରେ ଏହି ଜେଲ ତିଆରି କରାଯାଇଥିଲା। ତେବେ ଏହାକୁ ଜେଲ ବୋଲି ନାମକରଣ କରା ନ ଯାଇ ଏହାର ନାମ ରଖାଯାଇଥିଲା ‘ଓଟାଗୋ କରେକ୍‌ସନ୍‌ ଫାସିଲିଟି’। ଏଠାରେ ସୁରକ୍ଷାବ୍ୟବସ୍ଥା ଖୁବ୍‌ କଡ଼ାକଡ଼ି। ହେଲେ ଭିତରେ କଏଦୀମାନଙ୍କ ଜୀବନ ବେଶ୍‌ ଆରାମଦାୟକ। କଏଦୀମାନେ ସେଠାରେ ଫାର୍ମିଂ, କୁକିଂ ସହିତ ଇଞ୍ଜିନିଅରିଂ କରନ୍ତି ଆଉ ଆରାମ୍‌ରେ କାଳାତିପାତ କରନ୍ତି।

ଅରନ୍‌ଜୁଏଜ୍‌ ଜେଲ, ସ୍ପେନ୍‌ : ଏହାକୁ ବିଶ୍ୱର ସବୁଠାରୁ ନିଆରା ଜେଲ ବୋଲି କୁହାଯାଏ। ଏମିତି କେଉଁ ଜେଲ ଅଛି ଯେଉଁଠି କଏଦୀମାନେ ନିଜର ପରିବାର ସହିତ ରହିପାରନ୍ତି। ଏହି ସୁବିଧା ଅରନ୍‌ଜୁଏଜ୍‌ ଜେଲରେ ଉପଲବ୍ଧ। ସେଠାରେ କଏଦୀମାନଙ୍କର ପିଲାଙ୍କ ନିମନ୍ତେ ଖେଳପଡ଼ିଆ, କାର୍ଟୁନ୍‌ ଆଦିର ବ୍ୟବସ୍ଥା କରାଯାଇଛି। ଏଥିସହିତ ସ୍ବତନ୍ତ୍ର ସ୍କୁଲ ଅଛି ଯେଉଁଠି କଏଦୀମାନଙ୍କର ପିଲାମାନେ ପାଠପଢ଼ି ଥାଆନ୍ତି। ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଏଦୀମାନଙ୍କୁ ସେମାନଙ୍କର ପରିବାରଠାରୁ ଦୂରେଇ ନ ନେବା।


ଜଷ୍ଟିସ୍‌ ସେଣ୍ଟର ଲିଓବେନ୍‌, ଅଷ୍ଟ୍ରିଆ: ଅଷ୍ଟ୍ରିଆର ଏହି ଜେଲଟିକୁ ଦେଖିଲେ ଏହା କୌଣସି ପଞ୍ଚତାରକା ହୋଟେଲ୍‌ଠାରୁ କମ୍‌ ହେବନାହିଁ। ସମ୍ପୂର୍ଣ୍ଣ ଭାବରେ କାଚରେ ଢଙ୍କା ହୋଇଛି ଏହି ଜେଲ। ଏହା ଭିତରେ ସ୍ପୋର୍ଟସ ସେଣ୍ଟର ଅଛି। ଫୁଡ୍‌ କୋର୍ଟ ଅଛି। କଏଦୀମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ଭବ୍ୟ ବିଳାସପୂର୍ଣ୍ଣ ପ୍ରକୋଷ୍ଠ ତିଆରି କରାଯାଇଛି। ସେମାନଙ୍କ ପାଇଁ ଟିଭି, ଫ୍ରିଜ୍‌ଠୁ ଆରମ୍ଭ କରି ସବୁପ୍ରକାର ବୈଭବପୂର୍ଣ୍ଣ ସାମଗ୍ରୀ ଯୋଗେଇ ଦିଆଯାଇଛି।


ଚ୍ୟାମ୍ପ-ଡୋଲୋନ୍‌ ପ୍ରିଜନ, ସୁଇଜରଲାଣ୍ଡ: ବିଶ୍ୱର ଅନ୍ୟତମ ବିଳାସପୂର୍ଣ୍ଣ ଜେଲ ହେଉଛି ସୁଇଜରଲାଣ୍ଡର ଚ୍ୟାମ୍ପ୍‌-ଡୋଲୋନ୍‌ ପ୍ରିଜନ୍‌। ଏଠାରେ ରହୁଥିବା କଏଦୀମାନେ ଭାବିପାରନ୍ତି ନାହିଁ ଯେ, ସେମାନଙ୍କୁ ଏଠାରେ ଆଣି ବନ୍ଦୀକରି ରଖାଯାଇଛି। କାରଣ ଜୀବନର ସବୁପ୍ରକାର ସୁଖ ସ୍ବାଚ୍ଛନ୍ଦ୍ୟ ସେମାନଙ୍କୁ ଏଠାରେ ଯୋଗେଇ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri