Posted inଫୁରସତ

ବ୍ରହ୍ମପୁରର ଜୟ ଜଗନ୍ନାଥ ଗ୍ରୁପ: ଅସହାୟଙ୍କୁ ସହାୟତା ମୂଳ ଲକ୍ଷ୍ୟ

ଅସହାୟଙ୍କୁ ସାହାଯ୍ୟ କରିବା ଓ ରୋଗୀଙ୍କୁ ରକ୍ତ ଅଭାବ ଦୂର କରିବା ତାଙ୍କର ମୂଳ ଲକ୍ଷ୍ୟ। ଯାହାକୁ ଆଧାର କରି ଆଜକୁ ଦୀର୍ଘ ୯ ବର୍ଷ ଧରି ବ୍ରହ୍ମପୁର ସହରର ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ବିଭିନ୍ନ ସ୍ବେଚ୍ଛାସେବୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ ପ୍ରଥମ କରି ୨୦୧୧ ମସିହାରେ ଲୋକଙ୍କୁ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ। ସମୟକ୍ରମେ ସେ ରକ୍ତଦାନ ଶିବିର ଓ ପୁରୁଣା ବସ୍ତ୍ର ବଣ୍ଟନ ଭଳି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଧିରେ ଧିରେ ସମାଜରେ ଆର୍ଥିକ ଅନଗ୍ରସର ଓ ଅସହାୟ ଲୋକଙ୍କୁ ମଧ୍ୟ ସହାୟତା କରିବା ପାଇଁ ମନ ବଳାଇଥିଲେ। ଏହାପରେ ସେ ୨୦୧୪ ମସିହାରେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲାରେ ଏହି ଗ୍ରୁପ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶ ସମେତ ଛତିଶଗଡ଼ରେ ମଧ୍ୟ ୨ଟି ଟିମ୍‌ ଓ ମୁମ୍ବାଇରେ କ୍ଲବ୍‌ ପକ୍ଷରୁ ସେବା କାର୍ଯ୍ୟ ଜାରି ରହିଛି। ଗ୍ରୁପ ପକ୍ଷରୁ ଖାଦ୍ୟ ବଣ୍ଟନ, ଶବ ସତ୍କାର, ରକ୍ତଦାନ, ରାସ୍ତା କଡ଼ରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ଓ କୋଭିଡ୍‌ ସହାୟତା ଭଳି କାର୍ଯ୍ୟ କରାଯାଇଛି। ଗ୍ରୁପ ପକ୍ଷରୁ ପ୍ରାୟ ୭ରୁ ୮ ଜଣ ଗରିବ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରାଯାଉଛି। ଏଥିସହ ୫ରୁ ୬ ଜଣ ଅଭାବି ଝିଅଙ୍କ ବିବାହ କାର୍ଯ୍ୟ ମଧ୍ୟ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ୪୦ରୁ ଊର୍ଦ୍ଧ୍ୱ ଶବ ସତ୍କାର ସହ ଅସହାୟଙ୍କୁ କୋଭିଡ୍‌ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଦିବ୍ୟାଙ୍ଗ ଲୋକଙ୍କୁ ବ୍ୟବସାୟ ନିମନ୍ତେ ସହାୟତା ପ୍ରଦାନ କରୁଛନ୍ତି। ଗ୍ରୁପ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା, ମାନସିକ ଅନଗ୍ରସର ରୋଗୀଙ୍କୁ ଚିକିତ୍ସା, କ୍ୟାନ୍‌ସର ଓ ଟ୍ୟୁମର ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇ ସେମାନଙ୍କ ଉପଶମ ମଧ୍ୟ କରାଯାଉଛି। ଏପରିକି କୋଭିଡ୍‌ ମହାମାରୀ ସମୟରେ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ ମଧ୍ୟ କରାଯାଇଛି। ଅନ୍ୟପଟେ କୌଣସି ରୋଗୀଙ୍କୁ ଯେଭଳି ରକ୍ତ ଅଭାବ ନ ହୁଏ, ସେ ଉଦ୍ଦେଶ୍ୟରେ ଗ୍ରୁପ ପକ୍ଷରୁ ଜିଲାର ବିଭିନ୍ନ ପ୍ରାନ୍ତରେ ଶିବିର ମାଧ୍ୟମରେ ପ୍ରତି ମାସରେ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ ବୋଲି ପ୍ରତିଷ୍ଠାତା କହିଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ସେବାଶ୍ରମ ମାଧ୍ୟମରେ ଏକ ଆଶ୍ରମ ନିର୍ମାଣ କରି ସେଠାରେ ବୃଦ୍ଧ ଲୋକ, ଅନାଥ ଶିଶୁ, ମାନସିକ ଅନଗ୍ରସର, ପଶୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି।
-ସ୍ମୃତି ରଞ୍ଜନ ମହାଲିକ୍‌


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?