Posted inଫୁରସତ

ବ୍ରହ୍ମପୁରର ଜୟ ଜଗନ୍ନାଥ ଗ୍ରୁପ: ଅସହାୟଙ୍କୁ ସହାୟତା ମୂଳ ଲକ୍ଷ୍ୟ

ଅସହାୟଙ୍କୁ ସାହାଯ୍ୟ କରିବା ଓ ରୋଗୀଙ୍କୁ ରକ୍ତ ଅଭାବ ଦୂର କରିବା ତାଙ୍କର ମୂଳ ଲକ୍ଷ୍ୟ। ଯାହାକୁ ଆଧାର କରି ଆଜକୁ ଦୀର୍ଘ ୯ ବର୍ଷ ଧରି ବ୍ରହ୍ମପୁର ସହରର ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ବିଭିନ୍ନ ସ୍ବେଚ୍ଛାସେବୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ ପ୍ରଥମ କରି ୨୦୧୧ ମସିହାରେ ଲୋକଙ୍କୁ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ। ସମୟକ୍ରମେ ସେ ରକ୍ତଦାନ ଶିବିର ଓ ପୁରୁଣା ବସ୍ତ୍ର ବଣ୍ଟନ ଭଳି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଧିରେ ଧିରେ ସମାଜରେ ଆର୍ଥିକ ଅନଗ୍ରସର ଓ ଅସହାୟ ଲୋକଙ୍କୁ ମଧ୍ୟ ସହାୟତା କରିବା ପାଇଁ ମନ ବଳାଇଥିଲେ। ଏହାପରେ ସେ ୨୦୧୪ ମସିହାରେ ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲାରେ ଏହି ଗ୍ରୁପ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶ ସମେତ ଛତିଶଗଡ଼ରେ ମଧ୍ୟ ୨ଟି ଟିମ୍‌ ଓ ମୁମ୍ବାଇରେ କ୍ଲବ୍‌ ପକ୍ଷରୁ ସେବା କାର୍ଯ୍ୟ ଜାରି ରହିଛି। ଗ୍ରୁପ ପକ୍ଷରୁ ଖାଦ୍ୟ ବଣ୍ଟନ, ଶବ ସତ୍କାର, ରକ୍ତଦାନ, ରାସ୍ତା କଡ଼ରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ଓ କୋଭିଡ୍‌ ସହାୟତା ଭଳି କାର୍ଯ୍ୟ କରାଯାଇଛି। ଗ୍ରୁପ ପକ୍ଷରୁ ପ୍ରାୟ ୭ରୁ ୮ ଜଣ ଗରିବ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରାଯାଉଛି। ଏଥିସହ ୫ରୁ ୬ ଜଣ ଅଭାବି ଝିଅଙ୍କ ବିବାହ କାର୍ଯ୍ୟ ମଧ୍ୟ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ୪୦ରୁ ଊର୍ଦ୍ଧ୍ୱ ଶବ ସତ୍କାର ସହ ଅସହାୟଙ୍କୁ କୋଭିଡ୍‌ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଦିବ୍ୟାଙ୍ଗ ଲୋକଙ୍କୁ ବ୍ୟବସାୟ ନିମନ୍ତେ ସହାୟତା ପ୍ରଦାନ କରୁଛନ୍ତି। ଗ୍ରୁପ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା, ମାନସିକ ଅନଗ୍ରସର ରୋଗୀଙ୍କୁ ଚିକିତ୍ସା, କ୍ୟାନ୍‌ସର ଓ ଟ୍ୟୁମର ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇ ସେମାନଙ୍କ ଉପଶମ ମଧ୍ୟ କରାଯାଉଛି। ଏପରିକି କୋଭିଡ୍‌ ମହାମାରୀ ସମୟରେ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ ମଧ୍ୟ କରାଯାଇଛି। ଅନ୍ୟପଟେ କୌଣସି ରୋଗୀଙ୍କୁ ଯେଭଳି ରକ୍ତ ଅଭାବ ନ ହୁଏ, ସେ ଉଦ୍ଦେଶ୍ୟରେ ଗ୍ରୁପ ପକ୍ଷରୁ ଜିଲାର ବିଭିନ୍ନ ପ୍ରାନ୍ତରେ ଶିବିର ମାଧ୍ୟମରେ ପ୍ରତି ମାସରେ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ ବୋଲି ପ୍ରତିଷ୍ଠାତା କହିଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ସେବାଶ୍ରମ ମାଧ୍ୟମରେ ଏକ ଆଶ୍ରମ ନିର୍ମାଣ କରି ସେଠାରେ ବୃଦ୍ଧ ଲୋକ, ଅନାଥ ଶିଶୁ, ମାନସିକ ଅନଗ୍ରସର, ପଶୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି।
-ସ୍ମୃତି ରଞ୍ଜନ ମହାଲିକ୍‌


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri