୫ ବର୍ଷ ହେଲା ମ. ରାମପୁରରେ ସକ୍ରିୟ ରହିଛନ୍ତି ମାଓବାଦୀ

ମ.ରାମପୁର,୬ା୨(ଡି.ଏନ୍‌.ଏ.): କନ୍ଧମାଳ ସୀମାନ୍ତ କଳାହାଣ୍ଡି ଜିଲା ମ. ରାମପୁର ବ୍ଲକର ମୋହନଗିରି, ବାରବନ୍ଧା, ଉର୍ଲାଦାନୀ, ମାଣିକେରା ଆଦି ଅଞ୍ଚଳରେ ଗତ ୪ରୁ ୫ ବର୍ଷ ହେଲା ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି। ଏହାକୁ ରୋକିବା ପାଇଁ ଉପରୋକ୍ତ ଅଞ୍ଚଳରେ ନିୟମିତ ବିଏସଏଫ, ସିଆରପିଏଫ, ଆଇଆରବିଏନ ଯବାନମାନେ ମିଳିତ କମ୍ବିଂ ଅପରେଶନ କରି ଆସୁଛନ୍ତି । ଏହାଛଡା ମ.ରାମପୁର ବ୍ଲକ ଅଞ୍ଚଳରେ ଗତ ଏକ ଦଶନ୍ଧି ଧରି ମ.ରାମପୁର ସଦର ମହାକୁମାଠାରେଠାରୁ ୨୯ କ.ମି. ଦୂର ମୋହନଗିରି ଏବଂ ମ. ରାମପୁର ସହରଠାରୁ ୧୫ କି.ମି.ଦୂର ଉର୍ଲାଦାନୀ,(ଏନ୍‌ଏଚ୍‌-୫୯)ରେ ୩ଟି ସିଆର୍‌ପିଏଫ, ବିଏସ୍‌ଏଫ କ୍ୟାମ୍ପ ରହିଛି। ଏହାସତ୍ତ୍ୱେ ମ.ରାମପୁର-ମୋହନଗିରି ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଶନିବାର ଦିନ ଦ୍ୱିପ୍ରହରରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିବା ଘଟଣା କୋକୁଆ ଭୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ମ. ରାମପୁର ଅଞ୍ଚଳରେ ଆଦିବାସୀ ବର୍ଗଙ୍କ ସଂରକ୍ଷଣ ପ୍ରତି ଉପେକ୍ଷା କରାଯାଇଛି। ସେହିପରି ମୋହନଗିର, ମାଣିକେରା ଓ ଉର୍ଲାଦାନୀ ଆଦି ପଞ୍ଚାୟତରେ ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ସଙ୍କଟ ଲାଗି ରହିଛି। ତେଣୁ ମାଓବାଦୀମାନେ ଏହାକୁ ଆଳ କରି ସକ୍ରିୟ ରହିଥିବା କୁହାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ। ମୁଖ୍ୟ ରାସ୍ତାରେ ବିସ୍ଫୋରଣ ଘଟି ଧରିତ୍ରୀର ମୋହନଗିରି ଅଞ୍ଚଳର ଖବରଦାତା ରୋହିତ ବିଶ୍ୱାଳ ପ୍ରାଣ ହରାଇବା ପରେ ନିର୍ବାଚନକୁ ନେଇ ପାହାଡ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

ଏପରିକି ୨୦୧୯ରେ ଉର୍ଲାଦାନୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟରତ ଠିକାସଂସ୍ଥାର ଦୁଇଟି ଜେସିବି ମେଶିନ ଓ ଦୁଇଟି ଟ୍ରାକ୍ଟରକୁ ମାଓବାଦୀମାନେ ପୋଡି ଦେଇଥିଲେ ା ଅପରପକ୍ଷରେ ମୋହନଗିରି ପାର୍ବତ୍ୟାଞ୍ଚଳରେ ଗଞ୍ଜେଇ ଚାଷ ହେଉଛି। ଗଞ୍ଜେଇ ବେପାରୀମାନେ ସକ୍ରିୟ ରହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ ଏହାମଧ୍ୟରେ ଗଞ୍ଜେଇ ଚାଷ ସମ୍ପର୍କିତ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚଳାଣ କରାଯାଇଛି। ଏହାସତ୍ତ୍ୱେ ଗଞ୍ଜେଇ ଚାଷ ଅବାଧରେ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri