୫ ବର୍ଷ ହେଲା ମ. ରାମପୁରରେ ସକ୍ରିୟ ରହିଛନ୍ତି ମାଓବାଦୀ

ମ.ରାମପୁର,୬ା୨(ଡି.ଏନ୍‌.ଏ.): କନ୍ଧମାଳ ସୀମାନ୍ତ କଳାହାଣ୍ଡି ଜିଲା ମ. ରାମପୁର ବ୍ଲକର ମୋହନଗିରି, ବାରବନ୍ଧା, ଉର୍ଲାଦାନୀ, ମାଣିକେରା ଆଦି ଅଞ୍ଚଳରେ ଗତ ୪ରୁ ୫ ବର୍ଷ ହେଲା ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି। ଏହାକୁ ରୋକିବା ପାଇଁ ଉପରୋକ୍ତ ଅଞ୍ଚଳରେ ନିୟମିତ ବିଏସଏଫ, ସିଆରପିଏଫ, ଆଇଆରବିଏନ ଯବାନମାନେ ମିଳିତ କମ୍ବିଂ ଅପରେଶନ କରି ଆସୁଛନ୍ତି । ଏହାଛଡା ମ.ରାମପୁର ବ୍ଲକ ଅଞ୍ଚଳରେ ଗତ ଏକ ଦଶନ୍ଧି ଧରି ମ.ରାମପୁର ସଦର ମହାକୁମାଠାରେଠାରୁ ୨୯ କ.ମି. ଦୂର ମୋହନଗିରି ଏବଂ ମ. ରାମପୁର ସହରଠାରୁ ୧୫ କି.ମି.ଦୂର ଉର୍ଲାଦାନୀ,(ଏନ୍‌ଏଚ୍‌-୫୯)ରେ ୩ଟି ସିଆର୍‌ପିଏଫ, ବିଏସ୍‌ଏଫ କ୍ୟାମ୍ପ ରହିଛି। ଏହାସତ୍ତ୍ୱେ ମ.ରାମପୁର-ମୋହନଗିରି ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଶନିବାର ଦିନ ଦ୍ୱିପ୍ରହରରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିବା ଘଟଣା କୋକୁଆ ଭୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ମ. ରାମପୁର ଅଞ୍ଚଳରେ ଆଦିବାସୀ ବର୍ଗଙ୍କ ସଂରକ୍ଷଣ ପ୍ରତି ଉପେକ୍ଷା କରାଯାଇଛି। ସେହିପରି ମୋହନଗିର, ମାଣିକେରା ଓ ଉର୍ଲାଦାନୀ ଆଦି ପଞ୍ଚାୟତରେ ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ସଙ୍କଟ ଲାଗି ରହିଛି। ତେଣୁ ମାଓବାଦୀମାନେ ଏହାକୁ ଆଳ କରି ସକ୍ରିୟ ରହିଥିବା କୁହାଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ। ମୁଖ୍ୟ ରାସ୍ତାରେ ବିସ୍ଫୋରଣ ଘଟି ଧରିତ୍ରୀର ମୋହନଗିରି ଅଞ୍ଚଳର ଖବରଦାତା ରୋହିତ ବିଶ୍ୱାଳ ପ୍ରାଣ ହରାଇବା ପରେ ନିର୍ବାଚନକୁ ନେଇ ପାହାଡ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

ଏପରିକି ୨୦୧୯ରେ ଉର୍ଲାଦାନୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟରତ ଠିକାସଂସ୍ଥାର ଦୁଇଟି ଜେସିବି ମେଶିନ ଓ ଦୁଇଟି ଟ୍ରାକ୍ଟରକୁ ମାଓବାଦୀମାନେ ପୋଡି ଦେଇଥିଲେ ା ଅପରପକ୍ଷରେ ମୋହନଗିରି ପାର୍ବତ୍ୟାଞ୍ଚଳରେ ଗଞ୍ଜେଇ ଚାଷ ହେଉଛି। ଗଞ୍ଜେଇ ବେପାରୀମାନେ ସକ୍ରିୟ ରହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ ଏହାମଧ୍ୟରେ ଗଞ୍ଜେଇ ଚାଷ ସମ୍ପର୍କିତ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚଳାଣ କରାଯାଇଛି। ଏହାସତ୍ତ୍ୱେ ଗଞ୍ଜେଇ ଚାଷ ଅବାଧରେ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?