ସରକାରୀ ଯୋଜନାକୁ ପ୍ରାର୍ଥୀଙ୍କ ଭରସା

ଡେରାବିଶ, ୬।୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଫେବୃୟାରୀ ୧୬ରେ ଡେରାବିଶ ବ୍ଲକରେ ଅନୁଷ୍ଠିତ ହେବ । ଏଥିପାଇଁ ଆଉମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ବ୍ଲକ ଅଧୀନରେ ୧୨ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚତ୍ ଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ଯୋଜନାର ଗୁଣଗାନ କରୁଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷତ୍ରୁଟିକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ ଏହି ଜୋନ୍‌ରେ ୭ ପଞ୍ଚାୟତ ରହିଛି । ସମୁଦାୟ ଭୋଟରଙ୍କ ସଂଖ୍ୟା ୩୬ହଜାର ୬୭୬ । ସେଥିମଧ୍ୟରୁ ୧୭ହଜାର ୭୪୭ ଜଣ ମହିଳା ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୮ହଜାର ୯୨୯ । ସମୁଦାୟ ୧୨୬ବୁଥ୍‌ରେ ଏହି ଭୋଟରମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଜଣେ ଅବସରପ୍ରାପ୍ତ ଅଧିକାରୀ ଧନେଶ୍ୱର ସେଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ପକ୍ଷରୁ ତପନ ମଲ୍ଲିକ ଓ କଂଗ୍ରେସ ତରଫରୁ ସସ୍ମିତା ଜେନା ପ୍ରାର୍ଥୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପର ବାର୍ତ୍ତା ପ୍ରତି ଭୋଟରଙ୍କ ନିକଟରେ ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଏଥର ନିର୍ବାଚନରେ ତାଙ୍କୁ ସଫଳତା ମିଳିବ ବୋଲି ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଧନେଶ୍ୱର କହିଛନ୍ତି, ରାଜ୍ୟର ବିକାଶ ଧାରାରେ ଡେରାବିଶକୁ ସାମିଲ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ା ଭାଜପା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟରଙ୍କୁ ବୁଝାଉଛନ୍ତି। ଏଥର ନିର୍ବାଚନରେ ସେ ସଫଳତା ପାଇବେ ବୋଲି ଆଶାବାଦୀ ଥିବା କହିଛନ୍ତି। ବିଜୟୀ ହେଲେ ସାଧାରଣ ଲୋକଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରିବେ ବୋଲି କହିଛନ୍ତି । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ସସ୍ମିତା କହିଛନ୍ତି, ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ବାସଗୃହ ଯୋଜନା ସମ୍ପୂର୍ଣ୍ଣ ବାଟମାରଣା ହୋଇଥିବା ବେଳେ ବୟସ୍କ ପାଇଁ ଆସୁଥିବା ଭତ୍ତା ପାଇବାରୁ ଏହି ଜୋନ୍‌ର ବହୁ ହିତାଧିକାରୀ ବଞ୍ଚତ୍ତ ହୋଇଛନ୍ତି । ୧୪୦ ବର୍ଷର କଂଗ୍ରେସ ଦଳ ସବୁ ସମୟରେ ସାଧାରଣ ଲୋକଙ୍କ ସହିତ ଥିଲା, ଅଛି ଓ ଭବିଷ୍ୟତରେ ରହିବ । ଚଳିତ ନିର୍ବାଚନରେ ତାଙ୍କ ପ୍ରତି ସାଧାରଣ ଭୋଟରଙ୍କ ସମର୍ଥନ ଯଥେଷ୍ଟ ଅଧିକ ରହିଛି ବୋଲି ସସ୍ମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri