ଜେଲ ଫେରିଲେ ଜଗବନ୍ଧୁ, ମିଳିଲା ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ରବିବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ହେଲେ ଏହି ସମୟରେ ଜଗବନ୍ଧୁଙ୍କୁ ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରାଯାଇ ନ ଥିଲା। ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଗବନ୍ଧୁ ଝାରପଡ଼ା ଜେଲ ହାଜତକୁ ଫେରିଯାଇଛନ୍ତି। ପରବର୍ତ୍ତୀ ସମୟରେ ଜେଲରେ ନାଗଦମ୍ପତିଙ୍କୁ ଜେରା କରିବା ନେଇ ଇଡି ପକ୍ଷରୁ ଏକ ପିଟିଶନ୍‌ ଦାଖଲ କରାଯାଇଥିଲା। ତେବେ ଅର୍ଚ୍ଚନା ଓ ଜଗବନ୍ଧୁ ଜାନୁୟାରୀ ୨ରେ କୋର୍ଟରେ ହାଜର ହେବା ସମୟରେ ଜେଲରେ ଜେରା ନେଇ ତଥ୍ୟ ସମ୍ବଳିତ ଆଉ ଏକ ସଂଶୋଧନ ପିଟିଶନ୍‌ ଦାଖଲ କରିବାକୁ କୋର୍ଟ କହିଛନ୍ତି। ସେହି ସମୟରେ ଜେଲରେ ଜେରା ନେଇ କୋର୍ଟ ଅନୁମତି ଦେବେ କିମ୍ବା ନାହିଁ ସେନେଇ ଜଣାପଡ଼ିବ।
ଗତ ୧୩ ତାରିଖରୁ ଇଡି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୬ ଦିନିଆ ଏବଂ ୧୪ ତାରିଖରୁ ଜଗବନ୍ଧୁଙ୍କୁ ପ୍ରଥମ ପର୍ଯ୍ୟାୟରେ ୯ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା। ପରେ ଶୁକ୍ରବାରଠାରୁ କେବଳ ଜଗବନ୍ଧୁଙ୍କୁ ୩ଦିନ ପାଇଁ ରିମାଣ୍ଡରେ ନେଇ ଇଡି ଜେରା କରିଥିଲା। ହେଲେ ନାଗଚାନ୍ଦ ଦମ୍ପତି ଏହି ରିମାଣ୍ଡ ସମୟରେ କେତେ ସତ କହିଛନ୍ତି ଓ କେତେ ଲୁଚାଇଛନ୍ତି ସେନେଇ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ହେଲେ ସେମାନେ ଅନେକ କିଛି ଗୁମର ଲୁଚାଇଥିବା ସୂଚନା ମିଳିଛି।
ଅପରପକ୍ଷରେ, ଖଣ୍ଡଗିରି ଥାନା ପୋଲିସକୁ ଷ୍ଟେଟ୍‌ ଫରେନ୍‌ସିକ୍‌ ଲାବ ପକ୍ଷରୁ ଅର୍ଚ୍ଚନାଙ୍କ ଡିଜିଟାଲ ଦସ୍ତାବିଜ୍‌ର ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ ଦିଆଯାଇଛି। ଏଥିରେ ଅର୍ଚ୍ଚନାଙ୍କ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କର ରିପୋର୍ଟ ରହିଥିବା ସୂଚନା ମିଳିଛି। ପୂର୍ବରୁ ଇଡି, ପୋଲିସ ଓ କୋର୍ଟକୁ ମଧ୍ୟ ପ୍ରଥମ ରିପୋର୍ଟ ଦିଆଯାଇଥିଲା। ତେବେ ଏହି ରିପୋର୍ଟ ଆଧାରରେ ପୋଲିସ ତଦନ୍ତକୁ ଅଧିକ ଅଗ୍ରଗତି କରିବ ବୋଲି ସୂଚନା ମିଳିଛି। କାରଣ ଅର୍ଚ୍ଚନାଙ୍କ ଘରକୁ କିଏ କିଏ ଆସୁଥିଲେ ସେନେଇ ଉକ୍ତ ରିପୋର୍ଟରେ ରହିଛି। ପୋଲିସ ସେମାନଙ୍କୁ ଚିହ୍ନଟ କରି ପଚରାଉଚାର କରିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?