Odisha Elections 2024

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା ଦେଖିଲେ ଜଣାଯାଏ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ଆମଦାନୀ କରି ବିଧାୟକ କରିବାର ସୁଯୋଗ ଦେଇଛି। ସେମାନେ ହେଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସ ଛାଡି ନୂଆକରି ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳ। ପ୍ରଶାନ୍ତ ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଲିକୁଦା ଓ ଚିରଞ୍ଜୀବ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଲୋକ। ପ୍ରଶାନ୍ତ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଜଗତ୍‌ସିଂହପୁରରୁ ଥରେ ବିଧାୟକ ହେବାର ଗୌରବ ହାସଲ କରିଛନ୍ତି। ସେହିପରି ଚିରଞ୍ଜୀବ ତିର୍ତ୍ତୋଲରୁ ଥରେ ଏବଂ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଥରେ ଏହିପରି ମୋଟ ୨ ଥର ବିଧାୟକ ହୋଇଛନ୍ତି। ବଡ କଥା ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ୨୦୧୪ରୁ ପୃଥକ୍‌ ଭାବେ ଏହି ଦୁଇ ନେତାଙ୍କୁ ବିଧାୟକ ସୁଯୋଗ ଦେଇଛନ୍ତି। ୨୦୧୪ରେ ତତ୍କାଳୀନ କଂଗ୍ରେସ ନେତା ଚିରଞ୍ଜୀବ ଏବଂ ୨୦୧୯ରେ ବିଜେଡି ନେତା ପ୍ରଶାନ୍ତ ବିଧାୟକ ହୋଇ ପାରିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ପ୍ରଶାନ୍ତଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଛି। କିନ୍ତୁ ଚିରଞ୍ଜୀବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ଟିକେଟ୍‌ ନ ପାଇବାରୁ ନିରାଶ ହୋଇଛନ୍ତି। ତଥାପି ଦଳ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରଶାନ୍ତଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଯିଏକି ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଅଛନ୍ତି, ସେ ମଧ୍ୟ ପ୍ରଶାନ୍ତଙ୍କୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି। ଅନ୍ୟପଟେ ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜେଡିକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ରାଜନୈତିକ ସମୀକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ପ୍ରଶାନ୍ତ ୨୦୧୯ ସାଧାରଣ ନିର୍ବାଚନର ଖୁବ୍‌ କମ ଦିନ ଭିତରେ ପ୍ରାର୍ଥୀ ହୋଇ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ସେ ବିଜୟୀ ହୋଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଠିକ୍‌ ଭାବେ ସଙ୍ଗଠନ ରଖି ପାରି ନ ଥିଲେ ବୋଲି ଦଳ ଭିତରୁ ସ୍ବର ଉଠିଥିଲା। ବର୍ତ୍ତମାନର ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ସେତେବେଳେ ବିଜେଡିରେ ଥିବାରୁ ସାମନ୍ତରାଳ ସଙ୍ଗଠନ କରି ଆଗକୁ ବଢିବାକୁ ସୁଯୋଗ ପାଇଥିଲେ। କଂଗ୍ରେସ ନେତା ଚିରଞ୍ଜୀବ ମଧ୍ୟ ଗତ ୫ ବର୍ଷ ନିର୍ବଚାନମଣ୍ଡଳୀ ସହ ସମ୍ପର୍କରେ ନ ଥିଲେ। ଏହା ଭିତରେ ରାଜନୈତିକ ଚିତ୍ର ବଦଳିବାକୁ ଲାଗିଥିଲା। ଆମଦାନୀ ନେତାଙ୍କ ଉପରୁ ଧୀରେ ଧୀରେ ଭୋଟରଙ୍କ ଆସ୍ଥା ତୁଟିବାକୁ ଲାଗିଥିଲା। ଅମରେନ୍ଦ୍ର ନିର୍ବାଚନମଣ୍ଡଳୀ ବିଶେଷକରି ଜଗତ୍‌ସିଂହପୁର ସହରର ଲୋକ। ସେ ବିଜେଡିରୁ ଟିକେଟ ନ ପାଇବାରୁ ଦଳ ଛାଡି ଭାଜପାରେ ମିଶି ଟିକେଟ ପାଇଛନ୍ତି। ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଅମରେନ୍ଦ୍ରଙ୍କ ପ୍ରତି ଜନସମର୍ଥନ ରହିଛି। ଏବେ ମୋଦି ହାୱା ଚାଲିଥିବାରୁ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି, ତାଙ୍କ ଦଳରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଏଥର ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଜେଡି ଜିଲା ଉପସଭାପତି ଦିପ୍ତୀ ଦାସ କହିଛନ୍ତି, ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ଭୋଟର ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅମରେନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri