କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଏଣ୍ଡର ପଞ୍ଚାୟତ ଏଣ୍ଡର ଗ୍ରାମ ନିକଟ ୪୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏଥିଯୋଗୁ ଜମିରେ ଓପଡ଼ା ହୋଇ ରହିଥିବା ମୁଗ ଓ ବିରି ଫସଲ ପାଣିରେ ଭାସୁଛି। ଏଥିସହିତ ଉପଡ଼ା ହୋଇ ନ ଥିବା ବରି ଓ ମୁଗ ଫସଲ କେନାଲ୍‌ ପାଣିରେ ବୁଡ଼ି ରହିଛି।
ସୂଚନା ଅନୁଯାୟୀ,କଟକ ନର୍ଥ ଡିଭିଜନ୍‌ ଓ କେନ୍ଦୁପାଟଣା ଉପଖଣ୍ଡ ଅଧୀନରେ ଥିବା କେନାଲରେ ବିଭାଗ ପକ୍ଷରୁ ମଙ୍ଗଳବାର ପାଣି ଛଡ଼ା ଯାଇଥିଲା ା କେନାଲରେ ଅଧିକ ପାଣି ଆସିବାରୁ ଏଣ୍ଡର ଗ୍ରାମ ନିକଟରେ ଦୁର୍ବଳ ଥିବା କେନାଲ୍‌ ବନ୍ଧରେ ହଠାତ୍‌ ଏକ ଘାଇ ସୃଷ୍ଟି ହୋଇ କେନାଲ ପାର୍ଶ୍ୱରେ ଥିବା ୪୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା ା ଜମିରେ ମୁଗ ଓ ବିରି ଅମଳ କରିବା ଲାଗି ଅପେକ୍ଷା କରିଥିବା ଚାଷୀମାନେ ନିଜ ଫସଲକୁ ରକ୍ଷା କରିବା ପାଇଁ ଜଳସମ୍ପଦ ବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ା କେନାଲ୍‌ରେ ପାଣି ବନ୍ଦ କରି ଦିଆଯାଇଛି କହି କେନ୍ଦୁପାଟଣା ସହକାରୀ ଯନ୍ତ୍ରୀ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥିଲେ ା ଅମଳ ସମୟରେ ଚାଷୀଙ୍କ ମୁଣ୍ଡରେ ଏଭଳି ଚଡ଼କ ପଡ଼ିବ କେହି କେବେ ବିଶ୍ୱାସ କରି ନ ଥିଲେ ା ବୁଧବାର ଚାଷୀମାନେ ବିଲରେ ଜମି ରହିଥିବା ପାଣି ଭିତରୁ ଓପଡ଼ା ହୋଇ ରହିଥିବା ମୁଗ ଓ ବିରିକୁ ଛାଣି ଆଣି ରାସ୍ତା ଉପରେ ଶୁଖାଇଛନ୍ତି ା ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବା ଫଳରେ ମୁଗ ଓ ବିରି ଫୁଲି ନଷ୍ଟ ହୋଇଥିବା ଏଣ୍ଡର ଗ୍ରାମର ଚାଷୀ ଲକ୍ଷ୍ମୀଧର ସାହୁ କହିଛନ୍ତି। ଲକ୍ଷ୍ମୀଧରଙ୍କ ସୂଚନା ଅନୁଯାୟୀ,ତାଙ୍କ ୧୦ ଗୁଣ୍ଠ ବିଲରେ ମୁଗ ଫସଲ କରିଥିଲେ। ମାତ୍ର ଅମଳ ସମୟରେ ଏଭଳି ବିପଦ ଆସିବ ସେ କେବେ ବିଶ୍ୱାସ କରି ନ ଥିଲେ ା ଗତ ବର୍ଷାଋତୁରୁ ଘାଇ ହୋଇଥିବା କେନାଲ ବନ୍ଧ ସ୍ଥାନଟି ଦୁର୍ବଳ ଥିବା ବିଷୟରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଆମେ ଏହି ଦୁର୍ଦ୍ଦଶା ଭୋଗୁଛୁ ବୋଲି ଲକ୍ଷ୍ମୀଧର କହିଛନ୍ତି ା ସେହିପରି ଗ୍ରାମର ପ୍ରବୀଣ ପଢ଼ିହାରୀ, ପ୍ରତାପ ଚନ୍ଦ୍ର ରାଉତରାୟ, ଭ୍ରମରବର କାମିଳା ପ୍ରମୁଖ ଚାଷୀ ଘାଇ ହେବା ଦ୍ୱାରା ବିଲରେ ଉପଡ଼ା ହୋଇ ପଡ଼ିଥିବା ଏକର ଏକର ମୁଗ ଓ ବିରି ଫସଲ ନଷ୍ଟ ହୋଇଛି। ଏହା ମଣିଷକୃତ ଏବଂ ଏଥିପାଇଁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି। ସେହିପରି ଏଣ୍ଡର ଗ୍ରାମର ଦିଲୀପ ରାଉତରାୟ ତାଙ୍କର ୧୦ ଏକର ଜମିରେ ଓପଡ଼ା ହୋଇ ରହିଥିବା ବିରି ଓ ମୁଗ ଫସଲ ବୁଧବାର ସକାଳୁ ଅମଳ ହେବା ପାଇଁ ଖଳାକୁ ଯାଇଥାନ୍ତା। ଘାଇ ହେବା ଦ୍ୱାରା ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଛି ବୋଲି କହିଛନ୍ତି ା ଏଥିଯୋଗୁ ତାଙ୍କର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଏଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘର ସମ୍ପାଦକ କୃତିବାସ ଦାସ ଦାବି ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କହିଛନ୍ତି, ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଗୃହପାଳିତ ପଶୁମାନଙ୍କ ପାଇଁ କେନାଲ୍‌ରେ ପାଣି ଛାଡ଼ିବାକୁ କେତେଜଣ ଲୋକ ଦାବି କରିଥିଲେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି କେନାଲରେ ଅଳ୍ପ ପରିମାଣର ପାଣି ଛଡ଼ା ଯାଇଥିଲା ା ଘାଇ ହୋଇଥିବା ସ୍ଥାନରେ ଘଳିଆ ଥାଇପାରେ ବୋଲି ସେ କହିଛନ୍ତି। ଖବର ପାଇବା ପରେ କେନାଲର ପାଣି ବନ୍ଦ କରିଦିଆଯାଇଛି। ଘାଇ ହୋଇଥିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ କରାଯାଉଛି। ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଏଭଳି କଥାକୁ ଚାଷୀମାନେ ସହଜରେ ଗ୍ରହଣ କରି ନାହାଁନ୍ତି। ଆବଶ୍ୟକତାଠାରୁ ଅଧିକ ପାଣି କେନାଲ୍‌ରେ ଛଡ଼ାଯାଇଥିବା ଚାଷୀମାନେ କହିଛନ୍ତି। ହେଲେ ଯନ୍ତ୍ରୀ ମଲିକ ଏହାକୁ ଅସ୍ବୀକାର କରିଛନ୍ତି। ଏହି କ୍ଷୟକ୍ଷତିକୁ ବିଭାଗୀୟ ଯନ୍ତ୍ରୀ ହାଲୁକା ଭାବେ ନେବା ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଖବର ପାଇ ଡେରାବିଶ ବ୍ଲକ ସହକାରୀ କୃଷି ଅଧିକାରୀ ବନଲତା ବେହେରା ବୁଧବାର ପୂର୍ବାହ୍ନରେ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ଫସଲ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଛି ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?