Odisha Elections 2024

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଏଣ୍ଡର ପଞ୍ଚାୟତ ଏଣ୍ଡର ଗ୍ରାମ ନିକଟ ୪୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଏଥିଯୋଗୁ ଜମିରେ ଓପଡ଼ା ହୋଇ ରହିଥିବା ମୁଗ ଓ ବିରି ଫସଲ ପାଣିରେ ଭାସୁଛି। ଏଥିସହିତ ଉପଡ଼ା ହୋଇ ନ ଥିବା ବରି ଓ ମୁଗ ଫସଲ କେନାଲ୍‌ ପାଣିରେ ବୁଡ଼ି ରହିଛି।
ସୂଚନା ଅନୁଯାୟୀ,କଟକ ନର୍ଥ ଡିଭିଜନ୍‌ ଓ କେନ୍ଦୁପାଟଣା ଉପଖଣ୍ଡ ଅଧୀନରେ ଥିବା କେନାଲରେ ବିଭାଗ ପକ୍ଷରୁ ମଙ୍ଗଳବାର ପାଣି ଛଡ଼ା ଯାଇଥିଲା ା କେନାଲରେ ଅଧିକ ପାଣି ଆସିବାରୁ ଏଣ୍ଡର ଗ୍ରାମ ନିକଟରେ ଦୁର୍ବଳ ଥିବା କେନାଲ୍‌ ବନ୍ଧରେ ହଠାତ୍‌ ଏକ ଘାଇ ସୃଷ୍ଟି ହୋଇ କେନାଲ ପାର୍ଶ୍ୱରେ ଥିବା ୪୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା ା ଜମିରେ ମୁଗ ଓ ବିରି ଅମଳ କରିବା ଲାଗି ଅପେକ୍ଷା କରିଥିବା ଚାଷୀମାନେ ନିଜ ଫସଲକୁ ରକ୍ଷା କରିବା ପାଇଁ ଜଳସମ୍ପଦ ବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ା କେନାଲ୍‌ରେ ପାଣି ବନ୍ଦ କରି ଦିଆଯାଇଛି କହି କେନ୍ଦୁପାଟଣା ସହକାରୀ ଯନ୍ତ୍ରୀ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥିଲେ ା ଅମଳ ସମୟରେ ଚାଷୀଙ୍କ ମୁଣ୍ଡରେ ଏଭଳି ଚଡ଼କ ପଡ଼ିବ କେହି କେବେ ବିଶ୍ୱାସ କରି ନ ଥିଲେ ା ବୁଧବାର ଚାଷୀମାନେ ବିଲରେ ଜମି ରହିଥିବା ପାଣି ଭିତରୁ ଓପଡ଼ା ହୋଇ ରହିଥିବା ମୁଗ ଓ ବିରିକୁ ଛାଣି ଆଣି ରାସ୍ତା ଉପରେ ଶୁଖାଇଛନ୍ତି ା ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବା ଫଳରେ ମୁଗ ଓ ବିରି ଫୁଲି ନଷ୍ଟ ହୋଇଥିବା ଏଣ୍ଡର ଗ୍ରାମର ଚାଷୀ ଲକ୍ଷ୍ମୀଧର ସାହୁ କହିଛନ୍ତି। ଲକ୍ଷ୍ମୀଧରଙ୍କ ସୂଚନା ଅନୁଯାୟୀ,ତାଙ୍କ ୧୦ ଗୁଣ୍ଠ ବିଲରେ ମୁଗ ଫସଲ କରିଥିଲେ। ମାତ୍ର ଅମଳ ସମୟରେ ଏଭଳି ବିପଦ ଆସିବ ସେ କେବେ ବିଶ୍ୱାସ କରି ନ ଥିଲେ ା ଗତ ବର୍ଷାଋତୁରୁ ଘାଇ ହୋଇଥିବା କେନାଲ ବନ୍ଧ ସ୍ଥାନଟି ଦୁର୍ବଳ ଥିବା ବିଷୟରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଆମେ ଏହି ଦୁର୍ଦ୍ଦଶା ଭୋଗୁଛୁ ବୋଲି ଲକ୍ଷ୍ମୀଧର କହିଛନ୍ତି ା ସେହିପରି ଗ୍ରାମର ପ୍ରବୀଣ ପଢ଼ିହାରୀ, ପ୍ରତାପ ଚନ୍ଦ୍ର ରାଉତରାୟ, ଭ୍ରମରବର କାମିଳା ପ୍ରମୁଖ ଚାଷୀ ଘାଇ ହେବା ଦ୍ୱାରା ବିଲରେ ଉପଡ଼ା ହୋଇ ପଡ଼ିଥିବା ଏକର ଏକର ମୁଗ ଓ ବିରି ଫସଲ ନଷ୍ଟ ହୋଇଛି। ଏହା ମଣିଷକୃତ ଏବଂ ଏଥିପାଇଁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି। ସେହିପରି ଏଣ୍ଡର ଗ୍ରାମର ଦିଲୀପ ରାଉତରାୟ ତାଙ୍କର ୧୦ ଏକର ଜମିରେ ଓପଡ଼ା ହୋଇ ରହିଥିବା ବିରି ଓ ମୁଗ ଫସଲ ବୁଧବାର ସକାଳୁ ଅମଳ ହେବା ପାଇଁ ଖଳାକୁ ଯାଇଥାନ୍ତା। ଘାଇ ହେବା ଦ୍ୱାରା ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଛି ବୋଲି କହିଛନ୍ତି ା ଏଥିଯୋଗୁ ତାଙ୍କର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଏଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘର ସମ୍ପାଦକ କୃତିବାସ ଦାସ ଦାବି ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କହିଛନ୍ତି, ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଗୃହପାଳିତ ପଶୁମାନଙ୍କ ପାଇଁ କେନାଲ୍‌ରେ ପାଣି ଛାଡ଼ିବାକୁ କେତେଜଣ ଲୋକ ଦାବି କରିଥିଲେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି କେନାଲରେ ଅଳ୍ପ ପରିମାଣର ପାଣି ଛଡ଼ା ଯାଇଥିଲା ା ଘାଇ ହୋଇଥିବା ସ୍ଥାନରେ ଘଳିଆ ଥାଇପାରେ ବୋଲି ସେ କହିଛନ୍ତି। ଖବର ପାଇବା ପରେ କେନାଲର ପାଣି ବନ୍ଦ କରିଦିଆଯାଇଛି। ଘାଇ ହୋଇଥିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ କରାଯାଉଛି। ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଏଭଳି କଥାକୁ ଚାଷୀମାନେ ସହଜରେ ଗ୍ରହଣ କରି ନାହାଁନ୍ତି। ଆବଶ୍ୟକତାଠାରୁ ଅଧିକ ପାଣି କେନାଲ୍‌ରେ ଛଡ଼ାଯାଇଥିବା ଚାଷୀମାନେ କହିଛନ୍ତି। ହେଲେ ଯନ୍ତ୍ରୀ ମଲିକ ଏହାକୁ ଅସ୍ବୀକାର କରିଛନ୍ତି। ଏହି କ୍ଷୟକ୍ଷତିକୁ ବିଭାଗୀୟ ଯନ୍ତ୍ରୀ ହାଲୁକା ଭାବେ ନେବା ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଖବର ପାଇ ଡେରାବିଶ ବ୍ଲକ ସହକାରୀ କୃଷି ଅଧିକାରୀ ବନଲତା ବେହେରା ବୁଧବାର ପୂର୍ବାହ୍ନରେ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ଫସଲ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି, କଣ୍ଟାବାଞ୍ଜି ଆସନରେ ହେବ ଆଜି ଭୋଟ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri