ଜଗନ୍ନାଥଙ୍କ ଦର୍ଶନରେ ହୁଏ ନୂଆବର୍ଷର ଆରମ୍ଭ: ଅଭିନେତ୍ରୀ ଶୀତଲ ପାତ୍ର

‘ଶ୍ରୀ ଜଗନ୍ନାଥ’ ଆଧ୍ୟାତ୍ମିକ ସିରିୟଲର ‘କେତକୀ’ ଚରିତ୍ରରୁ ‘ଚୋରଣୀ’ ଚଳଚ୍ଚିତ୍ରରେ ଜଣେ ଚୋରଣୀ ଭୂମିକା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚରିତ୍ରକୁ ବେଶ୍‌ ଦକ୍ଷତାର ସହ ତୁଲାଇଥିବା ଗ୍ଲାମର୍ସ ଅଭିନେତ୍ରୀ ଶୀତଲ ପାତ୍ର ଅଛନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

ନୃତ୍ୟରୁ ହୋଷ୍ଟିଂ, ତା’ପରେ ଅଭିନୟ
୩ ବର୍ଷ ବୟସରୁ ଓଡିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଟିଭି ଚ୍ୟାନେଲର ଡ୍ୟାନ୍ସ ଶୋ’ରେ ଅଂଶ ଗ୍ରହଣ କରୁଥିଲି। ପରେ ମତେ ଶୋ’ ହୋଷ୍ଟ କରିବାକୁ ସୁଯୋଗ ମିଳିଲା। ଷ୍ଟାଣ୍ଡାର୍ଡ ୨ ରେ ପଢିବାବେଳେ କୁନି ରାଇଜ, ଟୁଆଁ ଟୁଇଁରେ ହୋଷ୍ଟିଂ କଲି। ପରେ ‘ଦାନପତ୍ର’ ସିରିୟଲରେ ଶିଶୁ କଳାକାରଭାବେ ମିହିର ଦାସଙ୍କ ଝିଅ ଭୂମିକାରେ ଅଭିନୟ କଲି।

୧୨ ବର୍ଷ ବୟସରେ ୨୫ ବର୍ଷୀୟା ଦେବଦାସୀଙ୍କ ଭୂମିକା ତୁଲାଇବା ଥିଲା ଚ୍ୟାଲେଞ୍ଜିଂ
ରଜ ସଂସ୍କରଣ ପାଇଁ କାଦମ୍ବିନୀର କଭର୍‌ ପୃଷ୍ଠାରେ ମୋର ଏକ ଶାଢି ପିନ୍ଧା ଫଟୋ ବାହାରିଥିଲା। ସେଇ ଫଟୋକୁ ଦେଖି ହର ପଟ୍ଟନାୟକ ଭାବିଥିଲେ ମୁଁ ଜଣେ ବଡ଼ ଝିଅ ବୋଲି। ହେଲେ ସେତେବେଳେ ମୁଁ ଷ୍ଟାଣ୍ଡାର୍ଡ ୭ରେ ପଢୁଥିଲି। ହର ସାର୍‌ ମତେ ଶ୍ରୀ ଜଗନ୍ନାଥ ସିରିୟଲ୍‌ରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ଦେବଦାସୀ କେତକୀଙ୍କ ରୋଲ୍‌ ଅଫର୍‌ କଲେ। ୧୨ ବର୍ଷ ବୟସରେ ୨୫ ବର୍ଷୀୟା ଦେବଦାସୀଙ୍କ ରୋଲ୍‌ କରିବା ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ହେଲେ ହର ସାର୍‌ଙ୍କ ପାଇଁ ମୁଁ ଭଲ ଭାବେ ତୁଲାଇ ପାରିଥିଲି। ତେବେ ଆଜି ବି ଅନେକେ ଏମିତିକି ପୁରୀ ଜଗନ୍ନାଥ ମନ୍ଦିରରେ ବି ମତେ ସମସ୍ତେ କେତକୀଭାବେ ଚିହ୍ନନ୍ତି।

ପ୍ରଥମ ସିନେମା ୧୦ମ ଶ୍ରେଣୀ ପରେ
୧୦ମ ଶ୍ରେଣୀ ସରୁ ସରୁ ମୁଁ ପ୍ରଥମ ସିନେମାର ଅଫର୍‌ ପାଇଲି। ଫିଲ୍ମଟି ଥିଲା ‘ଯିଏ ଯାହା କହୁ ମୋର ଢୋ’। ହେଲେ ପଢା ଡିଷ୍ଟର୍ବ ହେବ ଭାବି ମନା କରୁଥିଲି। କିନ୍ତୁ ବାପା ମା’ଙ୍କ ସପୋର୍ଟ ଥିବାରୁ ବାବୁସାନଙ୍କ ସହ ମୁଁ ପ୍ରଥମଥର ପାଇଁ ହିରୋଇନ୍‌ଭାବେ ଅଭିନୟ କଲି। ଆଉ ୟା’ ଭିତରେ ୧୫ଟି ଫିଲ୍ମ କରିସାରିଲିଣି।

ଡ୍ରିମ୍‌ରୋଲ୍‌
ଅଭିନେତ୍ରୀ ଭାବେ ସବୁବେଳେ ମୁଁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହେଁ। ଯେମିତିକି ନିକଟରେ ରିଲିଜ ହୋଇ ବହୁ ସଫଳତା ପାଇଥିବା ‘ଚୋରଣୀ’ ଫିଲ୍ମରେ ମୁଁ ଚୋରି କରିବାକୁ ଭଲ ପାଉଥିବା ତଥା କ୍ଲେପ୍ଟୋମାନିଆ ନାମକ ଏକ ମାନସିକ ରୋଗଗ୍ରସ୍ତ ଝିଅ ଭୂମିକାରେ ଅଭିନୟ କରିଛି। ଯାହାକି ବହୁତ ଚ୍ୟାଲେଞ୍ଜିଂ ଥିଲା।

ପିଲାଦିନେ ମୁଁ ବି ଚୋରି କରିଛି
ମୁଁ ଛୋଟବେଳେ ବହୁତ ଶାନ୍ତଶିଷ୍ଟ ଥିଲି। ତେବେ ମା’ ରାଷେଇ ଘରେ ଲୁଚାଇ ରଖୁଥିବା ଆଚାର, ଅମୁଲ, ତେନ୍ତୁଳି ଚୋରେଇକି ଖାଇଛି।

ଲାଇଫ୍‌ ପାର୍ଟନର୍‌
ଡାକ୍ତରୀ ପଢା ଓ କାମ, ଉଭୟ କ୍ଷେତ୍ରରେ କିଭଳି ତାଳମେଳ ରଖି ସଫଳ ହେଇପାରିବି ସେଥିପାଇଁ ଅଧିକ ଗୁରୁତ୍ୱ ଦେଉଛି। ତାସହ ବିବାହର ବୟସ ବି ହୋଇ ନାହିଁ। ତେଣୁ ଲାଇଫ୍‌ ପାର୍ଟନର୍‌ ବିଷୟରେ ଚିନ୍ତା କରି ନାହିଁ।

ବେଷ୍ଟଫ୍ରେଣ୍ଡ
ମୋ ମାମା ମୋର ବେଷ୍ଟଫ୍ରେଣ୍ଡ। ତାଙ୍କ ସହ ମୁଁ ସବୁ କଥା ଶେୟାର କରିପାରେ। ତାଛଡା ମୋର ସବୁଠୁ ପ୍ରିୟ ସାଙ୍ଗ ପୂଜାକୁ ବି ମୁଁ ମନର ସବୁ କଥା କହେ।

ଅଭିନେତା ଅଭିନେତ୍ରୀଙ୍କୁ ମିଳୁ ସମାନ ଗୁରୁତ୍ୱ
ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କୁ ସମାନ ଗୁରୁତ୍ୱ ଦିଆଯାଏନା। ଯଦିଓ ମୁଁ ଏ ପର୍ଯ୍ୟନ୍ତ ଭଲ ପ୍ରଡକ୍ସନ ହାଉସ୍‌ରେ କାମ କରୁଥିବାରୁ ସେହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ହେଲେ ଏଇ ଭେଦଭାବ ବାସ୍ତବରେ ଅଛି ଓ ତାହା ଦୂରେଇବା ଜରୁରୀ।

ନୂଆବର୍ଷ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ଆରମ୍ଭ କରୁ
ପ୍ରତିବର୍ଷ ନୂଆବର୍ଷ ଆମେ ପୁରା ପରିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆରମ୍ଭ କରିଥାଉ। ବେଳେବେଳେ ଘଟଗାଁ ଯାଇ ମା’ ତାରିଣୀଙ୍କ ଦର୍ଶନ କରି ମଧ୍ୟ ନୂଆ ବର୍ଷ ଆରମ୍ଭ କରୁ। କୋଭିଡ ପୂର୍ବରୁ ନୂଆବର୍ଷ ପାଇଁ ଶୋ’ ହେଉଥିଲା। ତେଣୁ ଫ୍ୟାନ୍‌ଙ୍କ ସହ ସେମାନଙ୍କ ଶୁଭେଚ୍ଛା ସହ ବି ନୂଆବର୍ଷ ଆରମ୍ଭ ହେଉଥିଲା।

ବିଉଟି ସିକ୍ରେଟ୍‌
ବ୍ୟସ୍ତତା ଭିତରେ ନିଜର ଯତ୍ନ ଏତେଟା ନେଇପାରେନା। ମୋ ମତରେ ଖୁସିରେ ରହିଲେ ମୁହଁରେ ଆପେ ଚମକ ଆସେ। ତେଣୁ ମୁଁ ଖୁସିରେ ରହିବାକୁ ଚେଷ୍ଟା କରେ। ତା’ଛଡା ଘରୋଇ ଉପଚାର ଉପରେ ବି ବିଶ୍ୱାସ କରେ।

ଉଇକ୍‌ନେସ୍‌ ଓ ଷ୍ଟ୍ରେନ୍ଥ
ପରିବାର ମୋର ଷ୍ଟ୍ରେନ୍ଥ ଓ ସର୍ଟ ଟେମ୍ପର୍‌ଡନେସ୍‌ ହେଉଛି ମୋର ଉଇକ୍‌ନେସ୍‌।

-ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?