ଜଗନ୍ନାଥଙ୍କ ଦର୍ଶନରେ ହୁଏ ନୂଆବର୍ଷର ଆରମ୍ଭ: ଅଭିନେତ୍ରୀ ଶୀତଲ ପାତ୍ର

‘ଶ୍ରୀ ଜଗନ୍ନାଥ’ ଆଧ୍ୟାତ୍ମିକ ସିରିୟଲର ‘କେତକୀ’ ଚରିତ୍ରରୁ ‘ଚୋରଣୀ’ ଚଳଚ୍ଚିତ୍ରରେ ଜଣେ ଚୋରଣୀ ଭୂମିକା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚରିତ୍ରକୁ ବେଶ୍‌ ଦକ୍ଷତାର ସହ ତୁଲାଇଥିବା ଗ୍ଲାମର୍ସ ଅଭିନେତ୍ରୀ ଶୀତଲ ପାତ୍ର ଅଛନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

ନୃତ୍ୟରୁ ହୋଷ୍ଟିଂ, ତା’ପରେ ଅଭିନୟ
୩ ବର୍ଷ ବୟସରୁ ଓଡିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଟିଭି ଚ୍ୟାନେଲର ଡ୍ୟାନ୍ସ ଶୋ’ରେ ଅଂଶ ଗ୍ରହଣ କରୁଥିଲି। ପରେ ମତେ ଶୋ’ ହୋଷ୍ଟ କରିବାକୁ ସୁଯୋଗ ମିଳିଲା। ଷ୍ଟାଣ୍ଡାର୍ଡ ୨ ରେ ପଢିବାବେଳେ କୁନି ରାଇଜ, ଟୁଆଁ ଟୁଇଁରେ ହୋଷ୍ଟିଂ କଲି। ପରେ ‘ଦାନପତ୍ର’ ସିରିୟଲରେ ଶିଶୁ କଳାକାରଭାବେ ମିହିର ଦାସଙ୍କ ଝିଅ ଭୂମିକାରେ ଅଭିନୟ କଲି।

୧୨ ବର୍ଷ ବୟସରେ ୨୫ ବର୍ଷୀୟା ଦେବଦାସୀଙ୍କ ଭୂମିକା ତୁଲାଇବା ଥିଲା ଚ୍ୟାଲେଞ୍ଜିଂ
ରଜ ସଂସ୍କରଣ ପାଇଁ କାଦମ୍ବିନୀର କଭର୍‌ ପୃଷ୍ଠାରେ ମୋର ଏକ ଶାଢି ପିନ୍ଧା ଫଟୋ ବାହାରିଥିଲା। ସେଇ ଫଟୋକୁ ଦେଖି ହର ପଟ୍ଟନାୟକ ଭାବିଥିଲେ ମୁଁ ଜଣେ ବଡ଼ ଝିଅ ବୋଲି। ହେଲେ ସେତେବେଳେ ମୁଁ ଷ୍ଟାଣ୍ଡାର୍ଡ ୭ରେ ପଢୁଥିଲି। ହର ସାର୍‌ ମତେ ଶ୍ରୀ ଜଗନ୍ନାଥ ସିରିୟଲ୍‌ରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ଦେବଦାସୀ କେତକୀଙ୍କ ରୋଲ୍‌ ଅଫର୍‌ କଲେ। ୧୨ ବର୍ଷ ବୟସରେ ୨୫ ବର୍ଷୀୟା ଦେବଦାସୀଙ୍କ ରୋଲ୍‌ କରିବା ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ହେଲେ ହର ସାର୍‌ଙ୍କ ପାଇଁ ମୁଁ ଭଲ ଭାବେ ତୁଲାଇ ପାରିଥିଲି। ତେବେ ଆଜି ବି ଅନେକେ ଏମିତିକି ପୁରୀ ଜଗନ୍ନାଥ ମନ୍ଦିରରେ ବି ମତେ ସମସ୍ତେ କେତକୀଭାବେ ଚିହ୍ନନ୍ତି।

ପ୍ରଥମ ସିନେମା ୧୦ମ ଶ୍ରେଣୀ ପରେ
୧୦ମ ଶ୍ରେଣୀ ସରୁ ସରୁ ମୁଁ ପ୍ରଥମ ସିନେମାର ଅଫର୍‌ ପାଇଲି। ଫିଲ୍ମଟି ଥିଲା ‘ଯିଏ ଯାହା କହୁ ମୋର ଢୋ’। ହେଲେ ପଢା ଡିଷ୍ଟର୍ବ ହେବ ଭାବି ମନା କରୁଥିଲି। କିନ୍ତୁ ବାପା ମା’ଙ୍କ ସପୋର୍ଟ ଥିବାରୁ ବାବୁସାନଙ୍କ ସହ ମୁଁ ପ୍ରଥମଥର ପାଇଁ ହିରୋଇନ୍‌ଭାବେ ଅଭିନୟ କଲି। ଆଉ ୟା’ ଭିତରେ ୧୫ଟି ଫିଲ୍ମ କରିସାରିଲିଣି।

ଡ୍ରିମ୍‌ରୋଲ୍‌
ଅଭିନେତ୍ରୀ ଭାବେ ସବୁବେଳେ ମୁଁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହେଁ। ଯେମିତିକି ନିକଟରେ ରିଲିଜ ହୋଇ ବହୁ ସଫଳତା ପାଇଥିବା ‘ଚୋରଣୀ’ ଫିଲ୍ମରେ ମୁଁ ଚୋରି କରିବାକୁ ଭଲ ପାଉଥିବା ତଥା କ୍ଲେପ୍ଟୋମାନିଆ ନାମକ ଏକ ମାନସିକ ରୋଗଗ୍ରସ୍ତ ଝିଅ ଭୂମିକାରେ ଅଭିନୟ କରିଛି। ଯାହାକି ବହୁତ ଚ୍ୟାଲେଞ୍ଜିଂ ଥିଲା।

ପିଲାଦିନେ ମୁଁ ବି ଚୋରି କରିଛି
ମୁଁ ଛୋଟବେଳେ ବହୁତ ଶାନ୍ତଶିଷ୍ଟ ଥିଲି। ତେବେ ମା’ ରାଷେଇ ଘରେ ଲୁଚାଇ ରଖୁଥିବା ଆଚାର, ଅମୁଲ, ତେନ୍ତୁଳି ଚୋରେଇକି ଖାଇଛି।

ଲାଇଫ୍‌ ପାର୍ଟନର୍‌
ଡାକ୍ତରୀ ପଢା ଓ କାମ, ଉଭୟ କ୍ଷେତ୍ରରେ କିଭଳି ତାଳମେଳ ରଖି ସଫଳ ହେଇପାରିବି ସେଥିପାଇଁ ଅଧିକ ଗୁରୁତ୍ୱ ଦେଉଛି। ତାସହ ବିବାହର ବୟସ ବି ହୋଇ ନାହିଁ। ତେଣୁ ଲାଇଫ୍‌ ପାର୍ଟନର୍‌ ବିଷୟରେ ଚିନ୍ତା କରି ନାହିଁ।

ବେଷ୍ଟଫ୍ରେଣ୍ଡ
ମୋ ମାମା ମୋର ବେଷ୍ଟଫ୍ରେଣ୍ଡ। ତାଙ୍କ ସହ ମୁଁ ସବୁ କଥା ଶେୟାର କରିପାରେ। ତାଛଡା ମୋର ସବୁଠୁ ପ୍ରିୟ ସାଙ୍ଗ ପୂଜାକୁ ବି ମୁଁ ମନର ସବୁ କଥା କହେ।

ଅଭିନେତା ଅଭିନେତ୍ରୀଙ୍କୁ ମିଳୁ ସମାନ ଗୁରୁତ୍ୱ
ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କୁ ସମାନ ଗୁରୁତ୍ୱ ଦିଆଯାଏନା। ଯଦିଓ ମୁଁ ଏ ପର୍ଯ୍ୟନ୍ତ ଭଲ ପ୍ରଡକ୍ସନ ହାଉସ୍‌ରେ କାମ କରୁଥିବାରୁ ସେହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ହେଲେ ଏଇ ଭେଦଭାବ ବାସ୍ତବରେ ଅଛି ଓ ତାହା ଦୂରେଇବା ଜରୁରୀ।

ନୂଆବର୍ଷ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ଆରମ୍ଭ କରୁ
ପ୍ରତିବର୍ଷ ନୂଆବର୍ଷ ଆମେ ପୁରା ପରିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆରମ୍ଭ କରିଥାଉ। ବେଳେବେଳେ ଘଟଗାଁ ଯାଇ ମା’ ତାରିଣୀଙ୍କ ଦର୍ଶନ କରି ମଧ୍ୟ ନୂଆ ବର୍ଷ ଆରମ୍ଭ କରୁ। କୋଭିଡ ପୂର୍ବରୁ ନୂଆବର୍ଷ ପାଇଁ ଶୋ’ ହେଉଥିଲା। ତେଣୁ ଫ୍ୟାନ୍‌ଙ୍କ ସହ ସେମାନଙ୍କ ଶୁଭେଚ୍ଛା ସହ ବି ନୂଆବର୍ଷ ଆରମ୍ଭ ହେଉଥିଲା।

ବିଉଟି ସିକ୍ରେଟ୍‌
ବ୍ୟସ୍ତତା ଭିତରେ ନିଜର ଯତ୍ନ ଏତେଟା ନେଇପାରେନା। ମୋ ମତରେ ଖୁସିରେ ରହିଲେ ମୁହଁରେ ଆପେ ଚମକ ଆସେ। ତେଣୁ ମୁଁ ଖୁସିରେ ରହିବାକୁ ଚେଷ୍ଟା କରେ। ତା’ଛଡା ଘରୋଇ ଉପଚାର ଉପରେ ବି ବିଶ୍ୱାସ କରେ।

ଉଇକ୍‌ନେସ୍‌ ଓ ଷ୍ଟ୍ରେନ୍ଥ
ପରିବାର ମୋର ଷ୍ଟ୍ରେନ୍ଥ ଓ ସର୍ଟ ଟେମ୍ପର୍‌ଡନେସ୍‌ ହେଉଛି ମୋର ଉଇକ୍‌ନେସ୍‌।

-ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri