ଜଗଦୀଶ, ଜୟନ୍ତ ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

ଭୁବନେଶ୍ୱର, ୭।୯ (ବ୍ୟୁରୋ): ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷଣା ହୋଇଛି। କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ବରିଷ୍ଠ ଚିତ୍ରକର ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଏହି ପୁରସ୍କାର ମିଳିବ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ଦେଢଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ପୂର୍ବରୁ ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ଘୋଷଣା ହୋଇ ସାରିଛି। କଥାକାର ପାରମିତା ଶତପଥୀ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଏହି ପୁରସ୍କାର କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିବାବେଳେ ଚଳିତ ବର୍ଷଠାରୁ ଏଥିରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ନାମ ସଞ୍ଜୁକ୍ତ ହୋଇଛି। ସୂଚନାଯୋଗ୍ୟ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଡ. ବଂଶୀଧର ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍‌ ଆଣ୍ଡ୍‌ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଶନିବାର ଶେଷ ହୋଇଛି। ପ୍ରଥମ କଟ୍‌ ଅଫ୍‌ ମାର୍କରେ ମନୋନୀତ ହୋଇଥିବା ଛତ୍ରୀଛାତ୍ରମାନେ...

ବେକାବୁ କରୋନା: ଆଜି ରାଜ୍ୟରେ ୧୧,୭୩୨ ପଜିଟିଭ୍‌ ଚିହ୍ନଟ; ପୁଣି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫୬୯ କ୍ୱାରାଣ୍ଟାଇନ୍‌ରୁ...

ଖୁବ୍‌ଶୀଘ୍ର ସ୍ମାର୍ଟ ପ୍ରିପେଡ୍‌ ମିଟର

ଭୁବନେଶ୍ୱର,୬।୧୦(ବ୍ୟୁରୋ): ୨୦୨୫ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ବିଦ୍ୟୁତ୍‌ ଦେୟକୁ ନିୟନ୍ତ୍ରିତ କରିବା ପାଇଁ ସ୍ମାର୍ଟ ପ୍ରିପେଡ୍‌ ମିଟର ପ୍ରଚଳନ ହେବ। ରାଜ୍ୟରେ ଏହି ବ୍ୟବସ୍ଥା...

୩ କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ୩ଟି...

ଶହୀଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ସହାୟତା

ଭୁବନେଶ୍ୱର,୮ା୧୦(ବ୍ୟୁରୋ):୮ ମାସ ଧରି କୋଭିଡ୍‌ ବିରୋଧରେ ଚାଲିଥିବା ଲଢେଇରେ କାମ କରି ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ସହାୟତା ଯୋଗାଇ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ...

ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ୨୩।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ସାଧାରଣ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଉଛି । ଏନେଇ...

କଂଗ୍ରେସ ପଦଯାତ୍ରାରେ ଭକ୍ତ ଦାସଙ୍କ ଘୋଷଣା: ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସ ନେତା ଭକ୍ତ ଦାସ। ବୁଧବାର କଂଗ୍ରେସର ପଦଯାତ୍ରା ଅବସରରେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି,...

Advertisement


Archives

Model This Week