ଜାଗା ମିଶନ, ଆଶଙ୍କାରେ ଭୂମିହୀନ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ପ୍ରକୃତ ହିତାଧିକାରୀ ଚୟନ ପାଇଁ ଚୂଡ଼ାନ୍ତ ସର୍ଭେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ ହିତାଧିକାରୀଙ୍କୁ ୩୫ରୁ ୪୫ ବର୍ଗ ଫୁଟ୍‌ ଜାଗା ଆବଣ୍ଟନ କରାଯିବ। ସହରର ୪୩୬ଟି ବସ୍ତିର ୯୦ ହଜାର ୧୦୩ ପରିବାରକୁ ଜାଗା ମିଶନ ଅଧୀନରେ ବିଚାରକୁ ନିଆଯାଇଥିଲେ ମଧ୍ୟ ଚୂଡ଼ାନ୍ତ ସର୍ଭେ ପରେ ପ୍ରକୃତ ଭୂମିହୀନଙ୍କୁ ଜାଗା ପ୍ରଦାନ କରାଯିବ। ଜାଗା ମିଶନ ଅଧୀନରେ କେତେକ ବସ୍ତିର ଉନ୍ନତିକରଣ କରାଯାଉଥିବାବେଳେ ୧୦ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରିବାକୁ ଯୋଜନା ରହିଛି। ଏଥିସହ ଚିହ୍ନଟ ହିତାଧିକାରୀଙ୍କୁ ଅନ୍ୟତ୍ର ମଧ୍ୟ ଭୂମି ଯୋଗାଇ ଦିଆଯିବ। ତେଣୁ ଏହି ତାଲିକାରେ ସାମିଲ ହେବାକୁ ଏବେଠୁ ଭୂମିହୀନ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସହରରେ ଥିବା ଅନେକ ବସ୍ତିବାସିନ୍ଦା ଏବେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ବସ୍ତି ଉଚ୍ଛେଦ ସେମାନଙ୍କ ସ୍ଥିତିକୁ ବିଗାଡି ଦେଉଥିବାବେଳେ ମୁଣ୍ଡ ଉପରୁ ଛାତ ଯେ କେତେବେଳେ ଉଠିଯିବ ସେନେଇ ଚିନ୍ତାରେ ଦିନ କାଟୁଛନ୍ତି। ଏପରିସ୍ଥିତିରେ ଜାଗା ମିଶନ ସେମାନଙ୍କୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ଭୂମିଟିଏ ପାଇବା ନେଇ ଆଶଙ୍କା ଭିତରେ ରହିଛନ୍ତି। ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି ତୋଷଣ, ଟଙ୍କା କାରବାର, ରାଜନୈତିକ ହସ୍ତକ୍ଷେପ ଓ ଅନିୟମିତତା ଦୃଷ୍ଟି ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri