Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏଥିରେ ତ୍ରିନିଦାଦ ଓ ଟେବୋଗୋର ଯୁବ ପେସ୍‌ ବୋଲର ୧୯ ବର୍ଷୀୟ ଜେଡେନ୍‌ ସିଲ୍ସଙ୍କୁ ସ୍ଥାନ ମିଳିଛି। ସୋମବାର ୧୩ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା କରାଯିବ। ଇଞ୍ଜୁରି ଯୋଗୁ ଫାଷ୍ଟ ବୋଲର ଚେମର ହୋଲ୍ଡର ସିଲେକ୍ସନ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳରେ ପ୍ରଥମ ଥର ସ୍ଥାନ ପାଇଥିବା ସିଲ୍ସ ମାତ୍ର ୧୦ଟି ପ୍ରଫେସନାଲ ଗେମ୍‌ ଖେଳିଛନ୍ତି। ତନ୍ମଧ୍ୟରେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ, ତିନୋଟି ଲିଷ୍ଟ ଏ’ ଗେମ୍‌ ଏବଂ ଛଅଟି ଟି୨୦ ମ୍ୟାଚ ରହିଛି। ସିଲ୍ସ ଗତବର୍ଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ୪ ଦିନିଆ ଆନ୍ତଃ ଦଳୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୪୦ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ୧୭ ଜଣିଆ ଦଳରେ ଓପନର ସାଇ ହୋପ୍‌ ଓ କିରନ ପୋଲାର୍ଡ ଏବଂ ଅଲରାଉଣ୍ଡର ରୋଷ୍ଟନ ଚେଜ୍‌ ସ୍ଥାନ ପାଇଛନ୍ତି। ଏମାନେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଖେଳି ନ ଥିଲେ। ଟେଷ୍ଟ ଦଳର ପ୍ରସ୍ତୁତି ପାଇଁ ପେସ୍‌ ବୋଲର କିଅନ ହାର୍ଡିଂ, ପ୍ରେଷ୍ଟନ ମ୍ୟାକ୍‌ସ୍ବିନ ଓ ନିଆଲ ସ୍ମିଥ୍‌ ପ୍ରମୁଖ ସହାୟତା କରିବେ। ସାର୍‌ ଭିଭିଆନ ରିଚାଡର୍‌ସ ଟ୍ରଫି ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଡାରେନ ସାମି କ୍ରିକେଟ ଗ୍ରାଉଣ୍ଡରେ ଜୁନ୍‌ ୧୦ରୁ ୧୪ ଏବଂ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ବର୍ତ୍ତମାନର ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ରର ଏହା ହେଉଛି ଅନ୍ତିମ ସିରିଜ। ଏଥିରେ ଭଲ ପ୍ରଦର୍ଶନ କରି ଫାଇନାଲ ଚାମ୍ପିୟନଶିପ୍‌ ଟେବୁଲରେ ନିଜ ସ୍ଥିତିରେ ଉନ୍ନତି ଆଣିବା ଲାଗି ଉଭୟ ଦଳ ଚେଷ୍ଟା କରିବେ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିିଜ ଦଳ: କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ (ଅଧିନାୟକ), ଜର୍ମେନ ବ୍ଲାକ୍‌ଉଡ୍‌ (ଉପଅଧିତ୍ନାୟକ), ଏନ୍‌କ୍ରୁମା ବୋନର, ଡାରେନ ବ୍ରାଭୋ, ରୋଷ୍ଟନ ଚେଜ୍‌, ରକିମ୍‌ କର୍ନଓ୍ବାଲ, ଯୋଶୁଆ ଡି’ସିଲ୍‌ଭା, ଶାନନ ଗାବ୍ରିଏଲ୍‌, ଜାହମାର, ହାମିଲଟନ, ଜାସନ ହୋଲ୍ଡର, ସାଇ ହୋପ୍‌, ଅଲ୍‌ଜାରି ଯୋଶେଫ୍‌, କାଇଲ ମେୟର୍ସ, କିରନ ପାଓ୍ବେଲ, କେମର ରୋଚ୍‌, ଜେଡେନ ସିଲ୍ସ, ଜୋମେଲ ଓ୍ବାରିକାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri