ପୂରଣ ହେଲା ଜ୍ୟାକଲିନଙ୍କ ସ୍ୱପ୍ନ

ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଖୁବ୍ ବ୍ୟସ୍ତ । ନିକଟରେ ସେ ଶୈଫ ଅଲି ଖାଁଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ଶୁଟିଂ କରି ସାରିଛନ୍ତି ଆଉ ନିକଟରେ ସେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଅଭିନେତା ରଣବୀର ସିଂଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ‘ସର୍କସ’ରେ ଏମାନେ ଏକାଠି କାମ କରିବେ ବୋଲି ଜ୍ୟାକଲିନ କହିଛନ୍ତି । ଏହାକୁ ନେଇ ଜ୍ୟାକଲିନ କହିଛନ୍ତି ରୋହିତ ସେଟ୍ଟି ଓ ରଣବୀର ସିଂଙ୍କ ସହ କାମ କରିବା ତାଙ୍କର ସ୍ୱପ୍ନ ଥିଲା ଯାହା ଏବେ ପୂରଣ ହୋଇଛି । ଆଉ ଏହାକୁ ନେଇ ସେ ଖୁବ୍ ଏକ୍ସସାଇଟେଡ ଥିବା ପ୍ରକାଶ କରିଛନ୍ତି । ରଣବୀରଙ୍କ ସହ କାମ କରିବାକୁ ନେଇ ଜ୍ୟାକାଲିନ କହିଛନ୍ତି ସେ ସବୁବେଳେ ଏନରଜେଟିକ ଓ ପଜିଟିଭ ମୁଡରେ ରହିଥାଆନ୍ତି । ତେଣୁ ତାଙ୍କ ସହ କାମ କରିବାକୁ ମୋର ବହୁତ ଇଚ୍ଛା ଥିଲା । ଅନ୍ୟପଟେ ଜ୍ୟାକଲିନ ତାଙ୍କ ସ୍ପାର୍କଲିଙ୍ଗ ପର୍ସନାଲିଟି ପାଇଁ ମଧ୍ୟ ବେଶ୍ ପରିଚିତ । ରଣବୀରଙ୍କ ସହ କାମକୁ ନେଇ ଜ୍ୟାକଲିନ କହିଛନ୍ତି କ୍ୟାମେରା ଅନ୍ ହେବା ପରେ ଆମେ ପରସ୍ପର ମଧ୍ୟରେ ଠିକ୍ ଭାବେ ତାଳମେଳ ରଖି କାମ କରିଥାଉ । ସେଥିପାଇଁ ନିର୍ଦ୍ଦେଶକଙ୍କର କୌଣସି ପ୍ରଶ୍ନର ଶିକାର ଆମେ ହେଉନାହିଁ । ପ୍ରଥମରୁ କିନ୍ତୁ ରଣୀବରଙ୍କ ସହ ଅଭିନୟ କରିବାକୁ ନେଇ ସେଟ୍ ଉପରେ ନର୍ଭସ ହୋଇଯାଇଥିବା ଜ୍ୟାକଲିନ କହିଛନ୍ତି । ହେଲେ ପରେ ସବୁକିଛି ଠିକ୍ ହୋଇ ଯାଇଛି । ବଚ୍ଚନ ପାଣ୍ଡେ, କିକି-୨, ଭୁତ ପୋଲିସ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିବା ଜ୍ୟାକଲିନ ଫିଲ୍ମ ‘ସର୍କସ’କୁ ନେଇ ମଧ୍ୟ ଆଶାବାଦୀ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?