ସଲମାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ରେ ହୋଇଥିଲା। ଏବେ ଏହି ନାୟିକା ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜ୍ୟାକଲିନ। ଭଲଭାବେ ହିନ୍ଦୀ କହିପାରୁ ନ ଥିଲେ ମଧ୍ୟ ଆଜି ସେ ଜଣେ ଆଗଧାଡିର ନାୟିକା ପାଲଟି ଯାଇଛନ୍ତି। ତାଙ୍କର ଜନ୍ମ ବାହାରିନରେ ହୋଇଥିଲା। ସେଠାରେ ସେ ବଡ ହୋଇଥିବା ବେଳେ ୨୦୦୬ରେ ସେ ମିସ୍‌ ଶ୍ରୀଲଙ୍କା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଆଉ ୨୦୦୯ରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କା ବାସିନ୍ଦା ହୋଇଥିବା ବେଳେ ସେ ଜଣେ ମ୍ୟୁଜିସିୟାନ। ତାଙ୍କ ମା ମାଲେସିୟା ବାସିନ୍ଦା ଓ ସେ ବୃତ୍ତିରେ ଜଣେ ଏୟାର ହୋଷ୍ଟେସ୍‌। ଚାରି ଭାଇଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ ସବୁଠାରୁ ସାନ। ପ୍ରଥମରୁ ହିଁ ଜ୍ୟାକଲିନ ଅଭିନୟରେ ରୁଚି ରଖିଥିଲେ। ବାହାରିନରେ ଥିବା ସମୟରେ ସେ ମାତ୍ର ୧୪ ବର୍ଷ ବୟସରେ ଏକ ଶୋ’ରେ ହୋଷ୍ଟ ଭାବେ ନଜର ଆସିଥିଲେ। ପିଲାଟି ଦିନରୁ ଅଭିନୟରେ ରୁଚି ଥିବାରୁ ସେ ଜନ୍‌ ସ୍କୁଲ ଅଫ୍‌ ଆକ୍ଟିଙ୍ଗରେ କିଛି ସମୟ ପାଇଁ ଶିକ୍ଷା ଗ୍ରହଣ କରିଥିଲେ। ଆଉ ସବୁବେଳେ ଅପେକ୍ଷା ରଖୁଥିଲେ କେବେ ସେ ଫିଲ୍ମ ଷ୍ଟାର ହେବେ। ୟୁନଭର୍ସିଟି ଅଫ୍‌ ସିଡନୀରେ ମାସ୍‌ କମ୍ୟୁନିକେଶନରେ ଗ୍ରାଜୁଏଶନ କରିଛନ୍ତି ଜ୍ୟାକଲିନ। ଏହାପରେ ପରେ ସେ ଶ୍ରୀଲଙ୍କାରେ ଏକ ଟେଲିଭିଜନ ନ୍ୟୁଜ ଚ୍ୟାନେଲରେ ରିପୋର୍ଟରେ ଭାବେ କାମ ଆରମ୍ଭ କରିବା ସହ ମଡଲିଂ ମଧ୍ୟ ଆରମ୍ଭ କରି ଦେଇଥିଲେ। ୨୦୦୯ରେ ଏକ ମଡଲିଂ ଆସାଇମେଣ୍ଟ ପାଇଁ ସେ ଭାରତ ଆସିଥିବା ବେଳେ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରେ ସେ ‘ଆଲାଦିନ’ପାଇଁ ଅଡିଶନ ଦେଇ ଏକାଥରେ ସିଲେକ୍ଟ ହୋଇ ଯାଇଥିଲେ। ଏହାଥିଲା ଜ୍ୟାକଲିନଙ୍କ ପ୍ରଥମ ଫିଲ୍ମ। ଏହାପରେ ସେ ୨୦୧୧ରେ ‘ମର୍ଡର ୨’ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଉଥିବା ଜ୍ୟାକଲିନଙ୍କୁ ଦେଖିବାକୁ ମିଳିଲା ସଲମାନଙ୍କ ଖାଁଙ୍କ ଅପୋଜିଟରେ ଫିଲ୍ମ ‘କିକ’ରେ। ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବା ବେଳେ ଏହାପରେ ସଲମାନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri