ଇଡିରେ ହାଜର ହେଲେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ ବୁଧବାର ଇଡିରେ ହାଜରେ ହେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହୋଇଛନ୍ତି। ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଇଡି ପଚରାଉଚରା କରୁଛି।

ଏହା ପୂର୍ବରୁ ମଧ୍ୟ ଜ୍ୟାକଲିନ୍‌ଙ୍କୁ ମୁମ୍ବାଇ ବିମାନ ବନ୍ଦରେ ଅଟକ ରଖି ଇଡି କିଛି ଘଣ୍ଟା ପଚରାଉଚରା କରିଥିଲା। ଆଜି ଇଡି କାର୍ଯ୍ୟାଳୟରେ ସାକ୍ଷୀ ଭାବରେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି। ଜ୍ୟାକଲିନ୍‌ଙ୍କୁ ପଚରାଉଚରା କରିବା ପାଇଁ ଇଡି ଅଧିକାରୀମାନେ ୫୦ ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି। ଏଥିରେ ସୁକେଶଙ୍କ ବଟି ଆଦାୟ, ଠକେଇ ସମେତ ଜ୍ୟାକଲିନ୍‌ଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ସାମିଲ ଅଛି। ଏହାପୂର୍ବରୁ ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା। ଜ୍ୟାକଲିନ୍‌ ଦେଶ ଛାଡି ବିଦେଶକୁ ପଳାଇବା ନେଇ ଇଡି ଅଶଙ୍କା କରିଥିଲା। ରବିବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରେ ଜ୍ୟାକଲିନ୍‌ଙ୍କୁ ଇଡି ଅଟକ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କପିଲଙ୍କ ଶୋ’ରେ ନଜରକୁ ଆସିବେ ସିଦ୍ଧୁ !

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’କୁ ପୁଣି ଫେରିବେ ନବଜୋତ ସିଂ ସିଦ୍ଧୁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ...

ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ...

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ...

ପ୍ରିୟଙ୍କା ଶେୟାର କଲେ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ସୁପରହିରୋ ଡ୍ରାମା: ‘ଉଇ କ୍ୟାନ ବି ହିରୋଜ’ର ଫାଷ୍ଟ ଲୁକ୍ ଶେୟାର...

ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର...

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ...

ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର...

Advertisement
Archives

Model This Week