ଅନୁଶୋଚନାର ସମୟ

ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର ଅନୁରୂପ ଅବସ୍ଥା। ଏହା ସତ୍ତ୍ୱେ ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର ନିର୍ମିତ ହୋଇଚାଲିଛି, ଯାହାକୁ ନେଇ ଚିତ୍ର ବିଶେଷଜ୍ଞଙ୍କ କଥା ଛାଡ଼ନ୍ତୁ; ସାଧାରଣ ଦର୍ଶକଙ୍କ ମଧ୍ୟରେ ବି ସନ୍ଦେହ ସୃଷ୍ଟିହେଲାଣି। ପ୍ରେକ୍ଷାଳୟ ସଂଖ୍ୟା ଯେତିକି କମୁଛି ଚଳଚ୍ଚିତ୍ର ସଂଖ୍ୟା ସେତିକି ବଢୁଛି। ବର୍ଷକରେ ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ଯାଇ ୩୫/୪୦ ଛୁଇଁଲାଣି। ପ୍ରେକ୍ଷାଳୟରେ ସିନେମା ଚାଲୁନାହିଁ, ପ୍ରଯୋଜକମାନେ ଅର୍ଥ ଫେରି ପାଉନାହାନ୍ତି। ତଥାପି ସିନେମା ତିଆରି ଚାଲିଛି। ନିର୍ଦ୍ଦେଶକମାନେ ଚିତ୍ର ନିର୍ମାଣର ମାୟାରେ ନୂଆନୂଆ ପ୍ରଯୋଜକଙ୍କୁ ବାୟା କରିବାରେ ସଫଳ ହୋଇ ଚାଲିଛନ୍ତି। ଗୋଟିଏ କଥା ଆଶ୍ଚର୍ଯ୍ୟ କରୁଛି ଯେ, ପ୍ରଯୋଜକଙ୍କ ସଂଖ୍ୟାଠାରୁ ନୂଆ ନିର୍ଦ୍ଦେଶକ ଏବଂ ନୂଆନୂଆ କଳାକାରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏତେସବୁ ସତ୍ତ୍ୱେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନବଜାଗରଣ କାହିଁକି ସୃଷ୍ଟି ହେଉନାହିଁ ତାହା ଏକ ମୌଳିକ ପ୍ରଶ୍ନ। କେବଳ କପିକ୍ୟାଟ୍‌ ସାଜି ଅଣଓଡ଼ିଆ ଚଳଚ୍ଚିତ୍ରକୁ ଆଣି ଓଡ଼ିଆ ଫ୍ରେମ୍‌ରେ ପକେଇଲେ କେବେ ଯେ ଓଡ଼ିଆ ଦର୍ଶକେ ତାକୁ ଗ୍ରହଣ କରିବେ ନାହିଁ ସେକଥାକୁ ଆମର ଚଳଚ୍ଚିତ୍ର ବାବୁମାନେ ବୁଝିବା ଦରକାର। ସାମାଜିକ ମୂଲ୍ୟବୋଧଭିତ୍ତିକ କାହାଣୀ, ଗଠନମୂଳକ ସଂଳାପ, ସର୍ବୋପରି ରୁଚିପୂର୍ଣ୍ଣ ସଙ୍ଗୀତ ହେଉଛି ଗୋଟେ ଚଳଚ୍ଚିତ୍ରକୁ ଆଦୃତି ଲାଭ କରେଇବାର ପ୍ରାଥମିକ କଞ୍ଚାମାଲ। ଏସବୁର ପ୍ରଚଣ୍ଡ ଅଭାବବୋଧ ଆମର ସାମ୍ପ୍ରତିକ ଚଳଚ୍ଚିତ୍ରରେ ବିଶେଷଭାବରେ ଅନୁଭୂତ ହେଉଛି ଯାହାକୁ ଏକ ଭଲ ପରମ୍ପରା ବୋଲି କୁହାଯାଇ ନ ପାରେ। ଏହା ପ୍ରତି ସଚେତନ ନ ହେଲେ ଚଳଚ୍ଚିତ୍ର ଶିଳ୍ପ ଯେ ବିଶୃଙ୍ଖଳିତ ହେବ, ଏଥିରେ ସନ୍ଦେହର ଦିରୋକ୍ତି ନାହିଁ। ଆମ ଓଡ଼ିଆ ଚଳଚ୍ଚିତ୍ରକୁ ସରକାର ଶିଳ୍ପର ମାନ୍ୟତା ଦେଇଛନ୍ତି। ହେଲେ ସେଥିପ୍ରତି କାହାର ଦରଦ ଥିବା କଥା ମନେ ହେଉନାହିଁ। ଏବେ ଅନୁଶୋଚନାର ବେଳ ଆସିଛି। ଗୋଟିଏ କଥା ମନେରଖିବା ଦରକାର ଯେ, ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ସାମୂହିକ ସହଯୋଗ ଆବଶ୍ୟକ। ଦର୍ଶକମାନଙ୍କୁ ଫେରାଇ ଆଣିବାକୁ ହେଲେ ଭଲ ସିନେମାର ଆବଶ୍ୟକତା ରହିଛି।

– ଦିଲୀପ ହାଲି, ଭୁବନେଶ୍ୱର,

ମୋ : ୯୮୬୧୦୦୯୨୫୨


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri