କାର୍ଯ୍ୟ କରିବାର ସମୟ ଆସିଛି

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳନ କରିଆସୁଛି। ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଥାଏ। ପ୍ରତିବର୍ଷ ପରି ଚଳିତବର୍ଷର ବାର୍ତ୍ତା ରହିଛି ‘କାର୍ଯ୍ୟ କରିବାର ସମୟ ଆସିଛି’ (‘Its time for action’)। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରିଆସୁଛି।
ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ଏ, ବି, ସି, ଡି ଏବଂ ଇ। ଏହି ଦିବସର ଆଭିମୁଖ୍ୟ ହେଉଛି ରୋଗର ପ୍ରତିକାର ଓ ଚିକିତ୍ସା। ସମଗ୍ର ବିଶ୍ୱରେ କୋଟି କୋଟି ବ୍ୟକ୍ତି ହେପାଟାଇଟିସ୍‌ ଦ୍ୱାରା ଆକ୍ରାନ୍ତ। ଏହାର ଭୟାବହତା ଓ ଦୁର୍ବଳ ଚିକିତ୍ସା ସେବା ହେତୁ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ୍‌-ବି, ଅଥବା ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ। ଚିକିତ୍ସକଙ୍କ ମତରେ, ଯଦି ହେପାଟାଇଟିସ୍‌-ବି କିମ୍ବା ସି ରୋଗର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତେବେ ଏହା ଲିଭର ସିରୋସିସ୍‌, ଲିଭର କ୍ୟାନ୍‌ସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଅନେକଙ୍କର ଧାରଣା ରହିଛି ଯେ, ହେପାଟାଇଟିସ୍‌ଠାରୁ ଏଡ୍‌ସ ଅତ୍ୟନ୍ତ ଭୟାବହ ରୋଗ। କିନ୍ତୁ ସତକଥା ହେଉଛି, ପ୍ରତିବର୍ଷ ଏଡ୍‌ସ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା’ଠାରୁ ଅଧିକ ମରୁଛନ୍ତି ହେପାଟାଇଟିସ୍‌-ବି ଅଥବା ସି ରୋଗରେ।
ହେପାଟାଇଟିସ୍‌ ସଂସ୍ଥା ଏବଂ ସ୍ବେଚ୍ଛାସେବୀମାନେ ପ୍ରତିବର୍ଷ ଏହି ଦିବସରେ ଲୋକମାନଙ୍କୁ ବିଭିନ୍ନ ସଚେତନତାଧର୍ମୀ ବାର୍ତ୍ତା ଦେଇଥାନ୍ତି। ୨୦୦୪ ମସିହାରେ ୟୁରୋପୀୟ ରାଷ୍ଟ୍ର ଏବଂ ମଧ୍ୟ-ପୂର୍ବ ରାଷ୍ଟ୍ରର କେତେକ ଲିଭର ସଂସ୍ଥା ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଥମେ ଏହାକୁ ନେଇ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ୨୦୦୮ରେ ବିଶ୍ୱ ହେପାଟାଇଟିସ୍‌ ଚୁକ୍ତିନାମା ବୈଠକରେ ୧୯ ମେ’କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ୨୦୧୦ରେ ହେପାଟାଇଟିସ୍‌-ବି ଭୂତାଣୁ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବାରୁଚ୍‌ ସାମୁଏଲ ବ୍ଲୁମ୍ବରର୍ଗଙ୍କ ଜନ୍ମଦିନ ଅବସରରେ ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଘୋଷଣା କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରାୟ ଶହେଟି ରାଷ୍ଟ୍ର ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହେପାଟାଇଟିସ୍‌ ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।
ଲିଭର ବା ଯକୃତ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ୍‌ କରିଥାଏ। ଏବେ ଯକୃତ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ। ଯକୃତ ଖରାପ ହୋଇଗଲେ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ ଉପାୟ ନାହିଁ। ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି। ଭାଇରାଲ ହେପାଟାଇଟିସ୍‌ : ଏହା ଏ, ବି, ସି, ଡି ଏବଂ ଇ- ପାଞ୍ଚ ପ୍ରକାରର। ଯେଉଁ କେସ୍‌ରେ ଏକମାସ ମଧ୍ୟରେ ଲକ୍ଷଣ ପ୍ରକାଶପାଏ ତାକୁ ଆକ୍ୟୁଟ୍‌ ବୋଲି କହିଥାନ୍ତି ଏବଂ ଏଥିରେ ଯକୃତକୁ ରକ୍ଷା କରାଯାଇପାରେ। ତେବେ ଲକ୍ଷଣ ପ୍ରକାଶ ପାଇବା ୬ ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ୍‌ ହୋଇଯାଏ ଏବଂ ରୋଗୀ ପୂରା ସୁସ୍ଥ ହେବାର ଆଶା କ୍ଷୀଣ ରହେ। ଯେଉଁମାନଙ୍କୁ ପିଲାଦିନରୁ ଏହି ଇନ୍‌ଫେକ୍‌ସନ ହୋଇଥାଏ, ସେମାନେ ବଡ଼ ହେବା ପରେ ସାଧାରଣତଃ କ୍ରୋନିକ୍‌ ହେପାଟାଇଟିସ୍‌ରେ ପୀଡ଼ିତ ହୁଅନ୍ତି। ଉଭୟ ଭାଇରସ୍‌ ଯକୃତ ଉପରେ କୁପ୍ରଭାବ ପକାଇଥାଏ। ଅତ୍ୟଧିକ ମଦ୍ୟପାନ ଦ୍ୱାରା ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ଏଥିରେ ଫାଇବ୍ରୋସିସ୍‌ ଦେଖାଯାଏ ଏବଂ ଲିଭର ସଙ୍କୁଚିତ ହେବାକୁ ଲାଗେ, ଯେଉଁଥିରେ ଛୋଟ-ବଡ଼ ଗଣ୍ଠି ମଧ୍ୟ ପଡ଼ିଯାଏ। ଏହା ହିଁ ହେଉଛି ଲିଭର ସିରୋସିସ୍‌। ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଯକୃତ କୋଷ କ୍ଷତିଗ୍ରସ୍ତ ହୋଇଥାଏ। ଏହାର ଚିକିତ୍ସା ସମ୍ଭବ ଥିଲେ ବି ପରେ ମଦ ଅଭ୍ୟାସ ନ ଛାଡ଼ିଲେ ଚିକିତ୍ସା ଆଉ ସମ୍ଭବ ହୁଏନାହିଁ। ଅଧିକ ତୈଳୀୟ ଖାଦ୍ୟ ଖାଉଥିବା ତଥା ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କର ଫ୍ୟାଟି ଲିଭର ଆଶଙ୍କା ଅଧିକ। ଏହି ଘଟଣା ପାଇଁ ମୋଟାପା ୭୦% ଦାୟୀ। ତେବେ ଏହାର ଆଉ କେତେକ କାରଣ ବି ଦେଖାଗଲାଣି। ୩୦-୪୦% ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଯକୃତ ପରୀକ୍ଷଣ କରାଇ ନେବା ଜରୁରୀ। ଏହାକୁ ଅଟୋଇମ୍ୟୁନ୍‌ ହେପାଟାଇଟିସ୍‌ କୁହାଯାଏ। ଫ୍ୟାଟି ଲିଭର ପାଇଁ ଅଲ୍‌ଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବେ। ରକ୍ତ ପରୀକ୍ଷାରୁ ଯକୃତ ସମ୍ବନ୍ଧରେ ଜଣାନପଡ଼ିଲେ ବିଶେଷଜ୍ଞମାନେ ବାୟୋପ୍‌ସିର ପରାମର୍ଶ ଦେଇଥାନ୍ତି। ଏଥିରେ ଯକୃତର କିଛି ଅଂଶ ଲାବୋରେଟରିକୁ ପଠାଯାଇ ପରୀକ୍ଷା କରାଯାଏ। ତେବେ ଯକୃତକୁ ସୁସ୍ଥ ରଖିବା ଲାଗି ସ୍ବଚ୍ଛ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ, ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ୪୦ ବର୍ଷ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ। ସବୁଠାରୁ ବଡ଼ କଥା ମଦ୍ୟପାନରୁ ବିରତ ରୁହନ୍ତୁ।
ପ୍ରଫେସର, ହେପାଟୋଲଜି ବିଭାଗ,
ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?