Posted inଜାତୀୟ

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଶୁକ୍ରବାର ଆଉ ଦୁଇଜଣ ଶିବସେନା ବିଧାୟକ ବିଦ୍ରୋହୀ ଶିବିରରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ କଡ଼ା ଆଭିମୁଖ ଦେଖିବାକୁ ମିଳିଛି। ମୁମ୍ବାଇର ଦାଦରସ୍ଥିତ ଶିବସେନା ଭବନରେ ଦଳର ସମ୍ପର୍କ ପ୍ରମୁଖମାନଙ୍କୁ ନେଇ ଆୟୋଜିତ ଏକ ବୈଠକକୁ ଅନ୍‌ଲାଇନ୍‌ରେ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ବିଦ୍ରୋହୀମାନେ ଶିବସେନାକୁ ଭାଙ୍ଗିଦେବାକୁ ଉଦ୍ୟମ କରୁଛନ୍ତି। ଯେଉଁମାନେ ଆମକୁ ଛାଡ଼ି ଚାଲିଯାଇଛନ୍ତି, ସେମାନଙ୍କ ପାଇଁ ସେ କାହିଁକି ଦୁଃଖିତ ହେବେ। ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି ଯାଆନ୍ତୁ। ସେ ନୂଆ କ୍ୟାଡର ତିଆରି କରିବେ। ବିଦ୍ରୋହୀମାନେ ନିର୍ବାଚନ ବେଳେ ‘ଶିବସେନା ଓ ଠାକ୍‌ରେ’ ବ୍ୟବହାର ନ କରି କିପରି ଆଗକୁ ବଢ଼ିବେ ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି।
କିଏ ନିୟନ୍ତ୍ରଣ କରିବ ତାକୁ ନେଇ ଚାଲିଥିବା ଯୁଦ୍ଧ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବାବେଳେ ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ପରାମର୍ଶଦାତାମାନେ ଏହା ଉପରେ ଆଇନର ବାଟ ଖୋଜୁଛନ୍ତି। ଦେଶର ସବୁଠୁ ଧନୀ ରାଜ୍ୟରେ କ୍ଷମତାସୀନ ଦଳର ଦୁଇ ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଟଣାଓଟରା ଭିତରେ ସିନ୍ଧେଙ୍କ ଶିବିର ଅଧିକ ବଳୁଆ ମନେହେଉଛି। ଶିବସେନା ପକ୍ଷରୁ ଗୁରୁବାର ୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରଓ୍ବାଲଙ୍କ ନିକଟରେ ଦାବି କରାଯାଇଥିଲା। ଶୁକ୍ରବାର ଆଉ ୪ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରାଯାଇଛି। ଏହାକୁ ମିଶାଇ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ଥିବା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଇତିମଧ୍ୟରେ ଉପବାଚସ୍ପତି ଜିରଓ୍ବାଲ ଶିବସେନା ବିଧାୟକ ଅଜୟ ଚୌଧରୀଙ୍କୁ ବିଧାୟକ ଦଳ ନେତା ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ଥିବା ସିନ୍ଧେ ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇଛନ୍ତି। ଏଥିସହ ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ଦାବି କରିଛନ୍ତି।
ଉପବାଚସ୍ପତି ଖୁବ୍‌ଶୀଘ୍ର ବିଦ୍ରୋହୀ ବିଧାୟକମାନଙ୍କ ନିକଟକୁ ନୋଟିସ ପଠାଇବେ ବୋଲି ଜଣାପଡ଼ିଛି। ନୋଟିସ ପାଇବା ପରେ ବିଦ୍ରୋହୀମାନେ ସୁପ୍ରିମକୋର୍ଟ ଯାଇପାରନ୍ତି। ସେପଟେ ସିନ୍ଧେ ଶିବିରରେ ଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ବିଧାୟକ ମହେଶ ବଲ୍‌ଡି ଏବଂ ବିନୋଦ ଅଗ୍ରଓ୍ବାଲ ଉପବାଚସ୍ପତିଙ୍କ ବହିଷ୍କାର ଦାବି କରିଛନ୍ତି। ଉଭୟେ ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ସେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଅରୁଣାଚଳ ପ୍ରଦେଶର ଏକ ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ଏକ ରାୟର ଅବତାରଣା କରିଛନ୍ତି। ଅନ୍ୟପକ୍ଷେ ବିଦ୍ରୋହୀ ଏକନାଥ ସିନ୍ଧେ ଗୁଆହାଟୀର ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ କହିଛନ୍ତି, ତାଙ୍କ ସପକ୍ଷରେ ୫୦ରୁ ଊର୍ଦ୍ଧ୍ୱ ବିଧାୟକ ଅଛନ୍ତି, ଯାହାଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ଶିବସେନାର। ସିନ୍ଧେ ୩୭ ଶିବସେନା ବିଧାୟକଙ୍କ ସ୍ବାକ୍ଷର ସମ୍ବଳିତ ଏକ ପତ୍ର ଉପବାଚସ୍ପତି ଏବଂ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିକଟକୁ ପଠାଇଛନ୍ତି। ସେ ଶିବସେନା ଓ ଦଳୀୟ ଚିହ୍ନ ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?