ଚାରି ମାସ ହେଲା ଶଯ୍ୟାଶାୟୀ କାଳିଆ

ଲାଠୋର, ୭ା୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଘାସିଦାସ ପଡ଼ାର କାଳିଆ ସୁନା (୬୦)। ତାଙ୍କ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇପଡିଛି। ଧାରକରଜ କରି ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେଉନାହିଁ। ଉଚ୍ଚଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଏହା ସେ ଯୋଗାଡ କରି ପାରୁନାହାନ୍ତି। ଏଥିଯୋଗୁ ଗତ ଚାରି ମାସ ହେଲା ସେ ଭାଗ୍ୟକୁ ଆଦରି ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ବାଡି ଧରି ବଡକଷ୍ଟରେ ଶୌଚ ଆଦି କାମ କରୁଛନ୍ତି।
ଚାରି ମାସ ପୂର୍ବେ କାଳିଆ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ବାଟରେ ଗୋଡ ଖସି ପଡିଯିବା ଯୋଗୁ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ବାମ ପାର୍ଶ୍ୱ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇଯାଇଥିବା ଜଣାପଡିଲା। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗଗ୍ରସ୍ତ ହେବା ପରେ ଘୋର ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଇଛି ତାଙ୍କ ପରିବାର। କାଳିଆଙ୍କ ସମ୍ପତ୍ତି କିଛି ନାହିଁ। ପଞ୍ଚାୟତରୁ ମାସକୁ ମିଳୁଥିବା ୨୦କେଜି ଚାଉଳରେ ଚାରିପ୍ରାଣୀ କୁଟୁମ୍ବ ଚଳାଇବାକୁ ପଡ଼େ। ଏହି ସ୍ଥିତିରେ ଚିକିତ୍ସା ଖର୍ଚ୍ଚ ଉଠାଇବା ସମ୍ଭବ ହେଉ ନ ଥିବା କହିଛନ୍ତି ତାଙ୍କ ସ୍ତ୍ରୀ ରତନା। ତେବେ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ କାଳିଆଙ୍କ ପାଖରେ ରହିଛି। ତେବେ ସେହି କାର୍ଡ ଜରିଆରେ କିପରି ଚିକିତ୍ସା କରିହେବ ତାହା ଜାଣିପାରୁ ନ ଥିବା ସେ କହିଛନ୍ତି। ଅପରପକ୍ଷେ କାଳିଆଙ୍କ ବୟସ ୬୦ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ନାହିଁ। ଏହି ପରିସ୍ଥିତିରେ ରେଡକ୍ରସରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଉପକାର ମିଳି ପାରନ୍ତା ବୋଲି ପଡାବାସୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ବଲାଙ୍ଗୀର ଅଫିସ, ୨୦।୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଓ ଏଆଇଡିଏସଓ ପକ୍ଷରୁ ବୁଧବାର ବଲାଙ୍ଗୀର ଏସ୍‌ପି...

ମାଓବାଦୀ ପ୍ରଥମ କରି ପାଦ ଥାପିଥିବା ଗାଁ ମସିଣା

ଲାଠୋର,୨୬ା୧୧(ଡ଼ି.ଏନ.ଏ.) ଭୁବନେଶ୍ୱର ବାରିକ: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତର ବଣ ପାହାଡ଼ ଘେରା ମସିଣା ଏକ ଆଦିବାସୀ ବହୁଳ ଗ୍ରାମ। ଗ୍ରାମର ଉତ୍ତର...

ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ...

ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ

ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ...

ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା

ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ପାଟଣାଗଡ଼,୧୨।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ କୁତମୁଣ୍ଡା ଗ୍ରାମ ନିକଟରେ ଶନିବାର ସକାଳେ ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ଜଣେ...

ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି କବିତା

ଦେଓଗାଁ, ୪ା୧୦(ଡି.ଏନ.ଏ.): ପାଠପଢି ମଣିଷ ହେବି । ଏହିଭଳି ଉଚ୍ଚାଭିଳାଶ ରଖିଥିବା କବିତା ନାଗ ଏବେ ମା’, ବାପାଙ୍କୁ ହରାଇ ନିରାଶ୍ରୟ ହୋଇପଡିଛି । ଏଭଳି...

ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା...

Advertisement
Archives

Model This Week