ଚାରି ମାସ ହେଲା ଶଯ୍ୟାଶାୟୀ କାଳିଆ

ଲାଠୋର, ୭ା୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଘାସିଦାସ ପଡ଼ାର କାଳିଆ ସୁନା (୬୦)। ତାଙ୍କ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇପଡିଛି। ଧାରକରଜ କରି ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେଉନାହିଁ। ଉଚ୍ଚଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଏହା ସେ ଯୋଗାଡ କରି ପାରୁନାହାନ୍ତି। ଏଥିଯୋଗୁ ଗତ ଚାରି ମାସ ହେଲା ସେ ଭାଗ୍ୟକୁ ଆଦରି ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ବାଡି ଧରି ବଡକଷ୍ଟରେ ଶୌଚ ଆଦି କାମ କରୁଛନ୍ତି।
ଚାରି ମାସ ପୂର୍ବେ କାଳିଆ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ବାଟରେ ଗୋଡ ଖସି ପଡିଯିବା ଯୋଗୁ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ବାମ ପାର୍ଶ୍ୱ ଅଣ୍ଟା ତଳ ଖଞ୍ଜା ହାଡ଼ ଅଚଳ ହୋଇଯାଇଥିବା ଜଣାପଡିଲା। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗଗ୍ରସ୍ତ ହେବା ପରେ ଘୋର ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଇଛି ତାଙ୍କ ପରିବାର। କାଳିଆଙ୍କ ସମ୍ପତ୍ତି କିଛି ନାହିଁ। ପଞ୍ଚାୟତରୁ ମାସକୁ ମିଳୁଥିବା ୨୦କେଜି ଚାଉଳରେ ଚାରିପ୍ରାଣୀ କୁଟୁମ୍ବ ଚଳାଇବାକୁ ପଡ଼େ। ଏହି ସ୍ଥିତିରେ ଚିକିତ୍ସା ଖର୍ଚ୍ଚ ଉଠାଇବା ସମ୍ଭବ ହେଉ ନ ଥିବା କହିଛନ୍ତି ତାଙ୍କ ସ୍ତ୍ରୀ ରତନା। ତେବେ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ କାଳିଆଙ୍କ ପାଖରେ ରହିଛି। ତେବେ ସେହି କାର୍ଡ ଜରିଆରେ କିପରି ଚିକିତ୍ସା କରିହେବ ତାହା ଜାଣିପାରୁ ନ ଥିବା ସେ କହିଛନ୍ତି। ଅପରପକ୍ଷେ କାଳିଆଙ୍କ ବୟସ ୬୦ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ନାହିଁ। ଏହି ପରିସ୍ଥିତିରେ ରେଡକ୍ରସରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଉପକାର ମିଳି ପାରନ୍ତା ବୋଲି ପଡାବାସୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?