୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ

ୟାଗଡ଼ ଅଫିସ,୧।୨:  ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଦିନ ହେଲା ମଧ୍ୟାହ୍ନଭୋଜନ ଦିଆଯାଉନି । ଚାଉଳ ନ ଥିବାରୁ ରୋଷେଇ ହେଉ ନ ଥିବା ଜଣାପଡିଛି। ଅଭିଯୋଗ ପାଇ ଖବରଦାତାମାନେ ସମ୍ପୃକ୍ତ ସ୍କୁଲରେ ମଙ୍ଗଳବାର ପହଞ୍ଚିବା ପରେ ମଧ୍ୟାହ୍ନଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ କାମ ଚଳାଇ ଦିଆଯାଇଛି । ଉକ୍ତ ସ୍କୁଲରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି । ସରକାରଙ୍କ ନିୟମ କହୁଛି ମଧ୍ୟାହ୍ନଭୋଜନ ବନ୍ଦ ହେବ ନାହିଁ । ମଧ୍ୟାହ୍ନଭୋଜନ ବନ୍ଦ କରାଗଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଭାଟସାହି ସ୍କୁଲରେ ୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ ରହିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ଜାଣି ପାରିଲେ ନାହିଁ କିପରି । ଯଦି ଜାଣିଥିଲେ କ’ଣ ପଦକ୍ଷେପ ନେଇଛନ୍ତି। ଯେଉଁ ସଂସ୍ଥା ସ୍କୁଲକୁ ମଧ୍ୟାହ୍ନଭୋଜନରେ ଚାଉଳ ଯୋଗାଉଛି ସେ କାହିଁକି ଦେଇନି ।
ପୁଣି ସ୍କୁଲରେ ମଧ୍ୟାହ୍ନଭୋଜନ ବନ୍ଦ ହେବା ପରେ ପ୍ରଧାନଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି କି ନଁା । ମଧ୍ୟାହ୍ନଭୋଜନ ବନ୍ଦହେଲେ କେବଳ ଗୋଟିଏ ଦିନ କାହିଁକି ବିସ୍କୁଟ ବଣ୍ଟନ ହେଲା। ଏଇଭଳି କିଛି ପ୍ରଶ୍ନ ଉଙ୍କି ମାରୁଥିବାବେଳେ ପ୍ରଧାନଶିକ୍ଷକଙ୍କ କଥା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସନ୍ଦେହଘେରକୁ ଆଣିଛି । ଏନେଇ ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ଜେନା କୁହନ୍ତି, ଚାଉଳ ନ ଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲୁ । ହେଲେ ସେ କାମ ଚଳାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏଭଳିସ୍ଥଳେ ବିଦ୍ୟାଳୟ ପକ୍ଷରୁ କିପରି ମଧ୍ୟାହ୍ନଭୋଜନ ଛାତ୍ରୀଛାତ୍ରଙ୍କୁ ଦିଆଯିବ ବୋଲି କହିଛନ୍ତି । ବ୍ଳକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ କୁହନ୍ତି, ଚାଉଳ ଯୋଗାଉଥିବା ଅନୁଷ୍ଠାନ ଚାଉଳ ନ ଦେବାରୁ ଏପରି ଅସୁବିଧା ହୋଇଛି। ଏହାର ସମାଧାନ କରାଯିବା ପାଇଁ ପ୍ରଚେଷ୍ଟା ଚାଲିଛି । ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ମଧ୍ୟାହ୍ନଭୋଜନ ନ ଦେଲେ ବିସ୍କୁଟ ଦିଆଯାଇ ପାରିବନି । ବୁଧବାରଠାରୁ ମଧ୍ୟାହ୍ନଭୋଜନ ଦିଆଯିବ। ଚାଉଳ କାହିଁକି ଦିଆଯାଉନି ସେନେଇ ତଦନ୍ତ କରାଯିବବୋଲି କହିଛନ୍ତି । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହିଛନ୍ତିି, ବୁଧବାରଠାରୁ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇବେ । ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ କୁହାଯାଇଛି ବୋଲି କହିଛନ୍ତି।୨ ବ୍ଲକରେ ଜଣେ ବିିଇଓ :ନୟାଗଡ଼ ଓ ଓଡଗଁା ବ୍ଳକ ପାଇଁ ଜଣେ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ) ନିଯୁକ୍ତି ହୋଇଛନ୍ତି । ଓଡ଼ଗଁା ବ୍ଳକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଜଣେ ବିଇଓ ଦୁଇଟି ବ୍ଲକ ଦାୟିତ୍ୱରେ ଥିବାରୁ ସାଧାରଣରେ ଅସୁବିଧା ହେଉଛି । ଜିଲା ସଦର ମହକୁମା ବ୍ଲକରେ ବ୍ଳକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲେ ହେଁ ଏହାକୁ ପୂରଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri