Posted inଜାତୀୟ

ମରଣ ମୁହଁରୁ ଶ୍ରମିକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

ଡେରାଡୁନ୍‌,୭।୨: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ ଥିବା ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଟି ପାଣି ପସିବା ଯୋଗୁଁ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୦୦ରୁ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି। ଆଇଟିବିପି ଯବାନମାନେ ଦୂତ ଭାବରେ ସେଠାରେ କାର୍ଯ୍ୟ କରୁଛନ୍ତି। ଗଭୀର ଖାଲରେ ଦଉଡି ସାହାଯ୍ୟରେ ଦଳ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ସୈନିକମାନେ ଏପର୍ଯ୍ୟନ୍ତ ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି।
ବିପର୍ଯ୍ୟୟ ସମୟରେ ତପୋବନ ବିଷ୍ଣୁଗଡ ଜଳ ବିଦ୍ୟୁତ ପ୍ରକଳ୍ପରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରକଳ୍ପର ଟନେଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା। ରବିବାର ଦିନ ଟନେଲ ନିର୍ମାଣ କାର୍ଯ୍ୟରେ ଶହ ଶହ ଶ୍ରମିକ ମଧ୍ୟ ସାମିଲ ହୋଇଥିଲେ। ଋଷିଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ମାତ୍ରେ ନଦୀ ଜଳ ଏବଂ ଆବର୍ଜନା ପ୍ରବେଶ କଲା। ଏହି ସମୟ ମଧ୍ୟରେ ସେଠାରେ କାର୍ଯ୍ୟ କରୁଥିବା ପ୍ରାୟ ୧୬ରୁ ୧୭ ଜଣ ଶ୍ରମିକ ଅଳିଆ ଗଦାରେ ଫସି ରହିଥିଲେ। ଆଇଟିବିପି, ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଦଳ ବିପର୍ଯ୍ୟୟର ସୂଚନା ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ସମୟ ମଧ୍ୟରେ ଆଇଟିବିପି ଦଳ ତପୋବନ ଟନେଲକୁ ଯାଇଥିଲେ। ବହୁ ପରିଶ୍ରମ ପରେ ଦଳ ସେଠାରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଯଦିଓ ଦଳ ତଳକୁ ଓହ୍ଲାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ତଥାପି ଅନେକ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ସୈନ୍ୟଙ୍କ ସାହସିକତାର କାର୍ଯ୍ୟ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରବିବାର ସକାଳେ ଗ୍ଲେସିୟର ଫାଟିଥିବା ଜଣାପଡିଥିଲା। ଏହା ପରେ ଏକ ଡ୍ୟାମ ମଧ୍ୟ କ୍ଷତିଗ୍ରସ୍ତ ହୋଇ ଧୌଲି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ପ୍ରାୟ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନ ନେଲେ ଦରମା ବନ୍ଦ…

ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ...

ଡିସ୍‌କାଉଣ୍ଟ୍‌ ସେଲ୍‌: ୯ ଟଙ୍କାରେ ଟି-ଶର୍ଟ ନେବାକୁ ଦୋକାନ ଆଗରେ ଲମ୍ବା ଲାଇନ୍‌

ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍‌କାଉଣ୍ଟ୍‌ ସେଲ୍‌ରେ କମ୍‌ ଦାମରେ ଜିନିଷ...

ଗ୍ରାମ ସ୍ବରାଜର କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ଏହାକୁ ରୂପାନ୍ତର କରିଛି ଭାଜପା ସରକାର…

ପାଟନା, ୩୦।୭ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ବିହାର ଗସ୍ତରେ ଆସି ପାଟନାରେ ପହଞ୍ଚିଛନ୍ତି। ସେ ଏଠାରେ ଗ୍ରାମ ସଂସଦ କାର୍ଯ୍ୟକ୍ରମରେ...

ଆଣ୍ଡାମାନରେ ଗୋଟିଏ ରାତିରେ ୨ ଥର ଭୂକମ୍ପ

ପୋର୍ଟବ୍ଲେୟାର,୨୫।୫: ଆଣ୍ଡାମାନ ନିକୋବରରେ ୨ଥର ଭୂକମ୍ପ ଅନୁଭୁତ ହୋଇଛି। ପ୍ରଥମ ଭୂକମ୍ପ ରାତି ୨ଟା ୫୨ରେ ହୋଇଥିବାବେଳେ ଦ୍ୱିତୀୟ ଭୂକମ୍ପ ଭୋର ୫ଟାରେ ହୋଇଛି। ପ୍ରଥମ...

ସରୟୁ ନଦୀରେ ଓଲଟିଲା ଡଙ୍ଗା: ୧୭ ନିଖୋଜ, ୪ ମୃତ

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ବହରାଇଚଠାରେ ସରୟୁ ନଦୀରେ ରବିବାର ଏକ ଡଙ୍ଗା ବୁଡିି ଯିବା ଫଳରେ ୧୭ ଜଣ ନିଖୋଜ ଥିବା ବେଳେ ୪ ଜଣଙ୍କ...

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ...

ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧ

ଗାନ୍ଧୀନଗର,୨୮।୨: ଦେଶରେ ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌। ସମଗ୍ର ଦେଶର ବଜାରରେ ଦୁଗ୍ଧର ଦାମ୍‌ ଲିଟର ପିଛା ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ।...

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର...

Advertisement
Archives

Model This Week