Posted inଖେଳ

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ୪-୨ ବ୍ୟବଧାନରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ଏବେ ରବିବାର ଫାଇନାଲ ମ୍ୟାଚ୍‌ରେ ଇଟାଲୀ ଦ୍ୱିତୀୟ ସେମିଫାଇନାଲ ବିଜେତା ଇଂଲଣ୍ଡ କିମ୍ବା ଡେନ୍‌ମାର୍କକୁ ଭେଟିବ। ବୁଧବାର ବିଳମ୍ବିତ ରାତିରେ ଓ୍ବିମ୍ବଲିରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ।
ସ୍ପେନ୍‌ ଓ ଇଟାଲୀ ପରସ୍ପରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଉଭୟ ଦଳ ତରଫର ଗୋଟିଏ ଲେଖାଏ ଗୋଲ ସ୍କୋର ହୋଇଥିଲା। ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍‌ କିନ୍ତୁ ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଇଟାଲୀ ଅପେକ୍ଷା ସ୍ପେନ୍‌ ପାଖାପାଖି ଦୁଇଗୁଣା ଅଧିକ ସମୟ ବଲ୍‌ ନିଜ ପାଖରେ ରଖିଥିଲା। ସ୍ପେନ୍‌ ଦୁଇଗୁଣାରୁ ଅଧିକ ପାସ୍‌ ପ୍ରଦାନ କରିଥିଲା। ପାସ୍‌ ଆକ୍ୟୁରେସିରେ ମଧ୍ୟ ସ୍ପେନ୍‌ ଯଥେଷ୍ଟ ଆଗରେ ଥିଲା। ତେବେ ୬୦ତମ ମିନିଟ୍‌ରେ ଇଟାଲୀର ଫେଡେରିକୋ କିଏସା ମ୍ୟାଚ୍‌ର ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ ସ୍ପେନ୍‌ର ଅଲଭାରୋ ମୋରାଟା ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ନିର୍ଦ୍ଧାରିତ ସମୟରେ ଆଉ ଅଧିକ ଗୋଲ ସ୍କୋର ନ ହେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
ଏହାପରେ ଅତିରିକ୍ତି ସମୟର ଖେଳ ହୋଇଥିଲା। ତେବେ କୌଣସି ଫଳାଫଳ ମିଳି ନ ଥିଲା। ପ୍ରଥମେ ସ୍ପେନ୍‌ ପୂରା ଇଟାଲୀ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ସ୍ପେନ୍‌ ୫ ଥର ଗୋଲ ଆଟାକ କରିଥିଲା। କିନ୍ତୁ ଇଟାଲୀ ଥରେ ମାତ୍ର ଗୋଲ ଆଟାକ କରିଥିଲା। ଫଳାଫଳ ନିର୍ଣ୍ଣୟ କରିବାକୁ ପେନାଲ୍ଟି ଶୁଟ୍‌ ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଇଟାଲୀ ୪-୨ରେ ବାଜି ମାରିଥିଲା। ପେନାଲ୍ଟିରେ ଇଟାଲୀ ତରଫରୁ ଆଣ୍ଡ୍ରିଆ ବେଲୋତି, ଲିଓନାଡ୍ରୋ ବେନୁଚି, ଫେଡାରିକୋ ବର୍ନଡିସ୍କି ଓ ଜର୍ଜିନୋ ଗୋଲ ସ୍କୋର କରିଥିଲେ। ତେବେ ଇଟାଲୀ ପାଇଁ ମାନୁଏଲ ଲୋକାଟେଲି ଗୋଲ କରିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ସ୍ପେନ୍‌ ତରଫରୁ ଜେରାର୍ଡ ମୋରିନୋ ଓ ଥିଆଗୋ ଅଲକାନ୍ତ୍ରା ଗୋଲ ଦେଇଥିବା ବେଳେ ଡାନି ଓଲମୋ ଓ ଅଲଭାରୋ ମୋରାଟା ଗୋଲ ଦେଇପାରି ନ ଥିଲେ।
ଏଥର ଇଟାଲୀ ସଫଳ ହେଲେ ଦ୍ୱିତୀୟ ୟୁରୋକପ୍‌ ଟାଇଟଲ ହାସଲ କରିବ। ଟାଇଟଲ ହାସଲରୁ ଇଟାଲୀ ଗୋଟିଏ ପାଦ ଦୂରରେ ରହିଛି। ୯ ବର୍ଷ ପରେ ଇଟାଲୀ ୟୁରୋ ଫାଇନାଲରେ ପ୍ରବେଶ କରିଛି। ୨୦୧୨ ଫାଇନାଲରେ ସ୍ପେନ୍‌ଠାରୁ ଇଟାଲୀ ପରାସ୍ତ ହୋଇଥିଲା। ଇଟାଲୀ ଦଶମଥର କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ତେବେ ଜର୍ମାନୀ ସର୍ବାଧିକ ୧୪ଥର କୌଣସି ମେଜର ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ଏଥିସହ କ୍ରମାଗତ ୩୩ଟି ମ୍ୟାଚ୍‌ରେ ଇଟାଲୀ ଅପରାଜେୟ ରହି ରେକର୍ଡ କରିଛି। ଚତୁର୍ଥଥର ପାଇଁ ଇଟାଲୀ ୟୁରୋ ଫାଇନାଲ ଖେଳିବ। ୧୯୬୮ରେ ଇଟାଲୀ ଶେଷ ଥର ପାଇଁ ୟୁରୋକପ୍‌ ଟାଇଟଲ ହାସଲ କରିଥିଲା। ତେବେ ଦଳ ଆଶ୍ଚର୍ଯ୍ୟଜନକ ଭାବେ ୨୦୧୮ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ଅନ୍ୟପଟେ ସ୍ପେନ୍‌ ୩ଥର ୟୁରୋକପ୍‌ ଟାଇଟଲ ହାସଲ କରିଛି।
ଏହାପୂର୍ବରୁ ରାଉଣ୍ଡ ଅଫ୍‌ ୧୬ରେ ଇଟାଲୀ ୨-୧ ଗୋଲରେ ଅଷ୍ଟ୍ରିଆକୁ ଓ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ବେଲ୍‌ଜିୟମକୁ ହରାଇଥିଲା। ସେହିପରି ସ୍ପେନ୍‌ ୫-୩ ଗୋଲରେ କ୍ରୋଏସିଆକୁ ରାଉଣ୍ଡ ଅଫ୍‌ ୧୬ରେ ହରାଇଥିଲା। ସେହିପରି କ୍ୱାର୍ଟରରେ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ସୁଇଜରଲାଣ୍ଡକୁ ହରାଇ ଅଗ୍ରଗତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର...

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ...

ବିକଳ୍ପ ଭେନ୍ୟୁ ଖୋଜୁଛି ବିସିସିଆଇ

ନୂଆଦିଲ୍ଲୀ,୧୩।୩- ଦିଲ୍ଲୀ ସରକାର କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ଲାଗି ରାଜଧାନୀରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁମତି ଦେବ ନାହିଁ ବୋଲି ମନା...

ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ...

ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବା ପରେ ଏହି କ୍ରିକେଟର୍‌ଙ୍କୁ ହେଲାନି ବିଶ୍ୱାସ: କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ୟୁଏଇ,୯।୯: ୟୁଏଇ ଏବଂ ଓମାନରେ ଆସନ୍ତା ମାସର ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୫...

ଭାରତୀୟ ଶୁଟରଙ୍କ ଲାଗି କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୭(ପି.ଟି.): ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ଶୁଟରଙ୍କ ଲାଗି ଟୋକିଓରେ କ୍ୱାରାଣ୍ଟାଇନର ଆବଶ୍ୟକତା ନାହିଁ। ଶନିବାର ବିଳମ୍ବିତ ରାତିରେ ଭାରତୀୟ ଶୁଟରମାନେ ଟୋକିଓରେ ପହଞ୍ଚିଥିଲେ ଓ କ୍ରୀଡ଼ାଗ୍ରାମରେ...

Advertisement
Archives

Model This Week