Posted inଖେଳ

ଫିଫା ବିଶ୍ୱକପ୍‌ ବିଜେତା ଇଟାଲି ତାରକା ପାଓଲୋ ରୋସିଙ୍କ ଦେହାନ୍ତ

ଜୁଭେଣ୍ଟସ,୧୦।୧୨- ଆର୍ଜେଣ୍ଟିନାର କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗ ବିଶ୍ୱ ଫୁଟ୍‌ବଲ ମନରୁ ଲିଭି ନ ଥିବା ବେଳେ ଛାଡ଼ି ଚାଲି ଯାଇଛନ୍ତି ଆଉ ଜଣେ ମହାନ ଫୁଟବଲର। ଇଟାଲିର ପୂର୍ବତନ ଚାମ୍ପିୟନ ଷ୍ଟ୍ରାଇକର ପାଓଲୋ ରୋସିଙ୍କ ଗୁରୁବାର ମୃତ୍ୟୁ ଘଟିଛି। ମାତ୍ର ୬୪ ବର୍ଷ ବୟସରେ ୧୯୮୨ ବିଶ୍ୱକପ୍‌ର ସର୍ବାଧିକ ଗୋଲ ସ୍କୋରର ଏକ ଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। ଏ ନେଇ ସୂଚନା ଦେଇଛି ଇଟାଲିଆନ ଟିଭି ଚ୍ୟାନେଲ ଆରଏଆଇ ସ୍ପୋର୍ଟ। ଏହି ଚ୍ୟାନେଲରେ ପାଓଲୋ ଜଣେ ଫୁଟବଲ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

ରୋସିଙ୍କ ପ୍ରତିନିଧିତ୍ୱରେ ଜୁଭେଣ୍ଟସ ଦୁଇ ଥର ସିରି ଏ ଟାଇଟଲ ଜିତିବା ସହ ହାତେଇଥିଲା ଗୋଟିଏ ଲେଖାଏ ୟୁରୋପିଆନ କପ୍‌ ଓ କୋପା ଇଟାଲିଆ ଟ୍ରଫି । କିନ୍ତୁ ସ୍ପେନରେ ଖେଳାଯାଇଥିବା ୧୯୮୨ ବିଶ୍ୱକପ୍‌ରେ ଚାମ୍ପିୟନ ଦଳ ଲାଗି ଏକ ହ୍ୟାଟ୍ରିକ ସହାୟତାରେ ସ୍କୋର କରିଥିଲେ ୬ଟି ଗୋଲ। ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କୁ ମିଳିଥିଲା ଗୋଲ୍ଡେନ ବୁଟ ଓ ଗୋଲ୍ଡନ ବଲ। ବିଶ୍ୱକପ୍‌ ଇତିହାସରେ ଜଣେ ଖେଳାଳିଙ୍କ ଲାଗି ଏହା ଶ୍ରେଷ୍ଠ ପ୍ରଦର୍ଶନ। ତାଙ୍କୁ ସେହି ବର୍ଷ ବାଲୋନ ଡି’ ଅର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ପୂର୍ବରୁ ମ୍ୟାଚ୍‌ ଫିକ୍ସିଂ ପାଇଁ ତାଙ୍କୁ ଦୁଇ ବର୍ଷ ବାସନ୍ଦ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri