୪ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାରେ ବଜ୍ରପାତ ସହ ବର୍ଷା ହେବ। ଏଣୁ ଏସବୁ ଜିଲାକୁ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାନିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା,ଗଜପତି, ସୁନ୍ଦରଗଡ଼,କେନ୍ଦୁଝର, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲାରେ ବର୍ଷା ହେବ। ସେହିପରି ୪ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୫ ତାରିଖରେ ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଏଣୁ ସବୁ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶନିବାର ରାଜଧାନୀ ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮:ପୁରସ୍କାର ଦୌଡ଼ରେ ୨୦ ଫିଲ୍ମ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ପାଇଁ ମୋଟ ୨୦ଟି ଫିଲ୍ମ ଆବେଦନ କରିଥିବାବେଳେ ବିଭିନ୍ନ ବିଭାଗରେ ଏହି ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଓଡ଼ିଆ ଫିଲ୍ମର...

ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ୭୩ତମ ସ୍ବାଧୀନତା ଦିବସ ଅବସରରେ...

ଭାରତ ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୯(ବ୍ୟୁରୋ):ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି। ଆବୁଧାବୀଠାରେ ସୋମବାର ଆୟୋଜିତ ଅନ୍ତର୍ଜାତୀୟ ଶକ୍ତି ଫୋରମର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ...

ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା, ଶିଳ୍ପ ସଚିବ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ...

ମାଟିଆଗୁଣ୍ଡି ପୋକ ଫସଲ ଉଜାଡ଼ିଲା:ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କର୍ଲାମୁଣ୍ଡା,୧୩।୧୧(ଡି.ଏନ.ଏ.):ବର୍ଷକର ଧାନ ଅମଳ ହେବା ପୂର୍ବରୁ ଲାଗିଲା ରୋଗ ପୋକ। ବିପିଏଚ୍‌ ରୋଗ ଲାଗି ପ୍ରାୟ ୧ ଏକର ସ୍ବର୍ଣ୍ଣ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଗଲା।...

ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା...

ପରଲୋକରେ ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର,୪।୬: (ବ୍ୟୁରୋ):ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ଏବଂ ସମାଲୋଚକ ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ବୁଧବାର ପୂର୍ବାହ୍ନ ୯ଟା ୧୫ରେ ତାଙ୍କର...

ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ଅନେକ ଲୋକ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମର...

Advertisement
Archives

Model This Week