ଝାରସୁଗୁଡ଼ା-ବରଗଡ଼କୁ ସଂଯୋଗ କରିବ ୩ କି.ମି. ଲମ୍ବା ହାଇ ଲେବଲ୍‌ ବ୍ରିଜ୍‌

ନୂଆଦିଲ୍ଲୀ/ଝାରସୁଗୁଡ଼ା ଅଫିସ: ୮।୪: ଝାରସୁଗୁଡା ଜିଲାକୁ ପଡୋଶୀ ବରଗଡ଼ ଜିଲା ସହିତ ସଂଯୋଗୀକରଣ କରିବା ପାଇଁ ମହାନଦୀ ଉପରେ ଏକ ହାଇଲେବଲ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ବ୍ରିଜ୍‌ ପାଇଁ ୨୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଉକ୍ତ ହାଇଲେବଲ ବ୍ରିଜ୍‌ ସେତୁ ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲି ନିକଟ ପଦ୍ମପୁରଘାଟରୁ ବରଗଡ ଜିଲା ଅମ୍ବାଭନା ବ୍ଲକ୍‌ ଜରିମୁଳି ଘାଟ ସହ ସଂଯୋଗ କରିବ। ଏହି ଦୀର୍ଘତମ ସେତୁର ଦୂରତ୍ୱ ୩ କିଲୋମିଟର ରହିଛି। ଏହା ବ୍ୟତୀତ କେନ୍ଦ୍ର ସରକାର ପାଟଣାଗଡ଼-ପଦ୍ମପୁର ରୋଡ୍‌ର ୨୧/୧୬୦ କି.ମିରୁ ୩୮/୬୨୫ କି.ମି. ପର୍ଯ୍ୟନ୍ତ ସୁଦୃଢ଼ୀକରଣ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଥିବା ପରିବହନ ମନ୍ତ୍ରୀ ଗଡ଼କରୀ କହିଛନ୍ତି।

ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଉପରୋକ୍ତ ପ୍ରକଳ୍ପଗୁଡ଼ିକର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ବ୍ୟତୀତ ବରଗଡ଼-ଭଟଲି-ଅମ୍ବାଭୋନା ରାସ୍ତା ପ୍ରଶସ୍ତୀକରଣକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ଉକ୍ତ ୩ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (ସିଆର୍‌ଆଇଏଫ୍‌)ରୁ ପାଣ୍ଠି ଯୋଗାଇଦିଆଯିବ। ଏ ବାବଦରେ ୩୬୮.୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଧାନର ବାଟ ଫିଟିଲା: ସୋମବାରଠାରୁ ସ୍କୁଲ ଯିବେ ପିଲା

କର୍ଲାମୁଣ୍ଡା,୨୭ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ପିଲା ନ ଛାଡ଼ିବା ଘଟଣାର ୨୭ ଦିନ ପରେ ଶନିବାର...

ବାହୁଡ଼ାଯାତ୍ରା ନୀତି ପାଇଁ ପ୍ରଶାସନର ପ୍ରସ୍ତୁତି

ପୁରୀ ଅଫିସ,୬।୭: ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲାପାଳଙ୍କ ବୈଠକ ହୋଇଛି। ଜୁଲାଇ ୮ ସା ଦର୍ଶନ ଦିନ...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା।...

ଡ୍ରିଲିଂବେଳେ କାନ୍ଥ ଭୁଶୁଡ଼ିଲା: ଶ୍ରମିକ ମୃତ

କଟକ ଅଫିସ,୧୦ା୩: କଟକ ଶଙ୍କରପୁର ଢିଅସାହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ନୂଆରାଉସାପାଟଣା ଅଞ୍ଚଳର...

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ, ଭଲିବଲ ପ୍ରତିଯୋଗିତା: କ୍ରୀଡ଼ା ମାନସିକ, ଶାରୀରିକ ସୁସ୍ଥତା ଆଣିଦିଏ

ନୂଆପଡା ଅଫିସ,୧୮ା୯-ସ୍ଥାନୀୟ ମିନିଷ୍ଟାଡିୟମରେ ଜିଲା ଶିକ୍ଷା ବିଭାଗ ତରଫରୁ ମଙ୍ଗଳବାର ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିମାନେ ଯୋଗଦେଇ...

ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ

ଭଦ୍ରକ ଅଫିସ, ୨୦।୨- ପୁରୀରେ ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ। ଏହି ଘଟଣାର ସମାଧାନ ନ ହେଉଣୁ...

ଅଧିକାରୀ, କର୍ମଚାରୀଙ୍କ ଅନୁପସ୍ଥିତିରେ ଅସନ୍ତୋଷ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) – ପ୍ରତି ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ...

Advertisement
Archives

Model This Week