ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…

ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ ମଧ୍ୟ ଉପୁଜିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଲଣ୍ଡନରେ ରହୁଥିବା ଜଣେ ମହିଳା। ତାଙ୍କୁ ୧୦୦ରୁ ଅଧିକ ମୂଷା ଆକ୍ରମଣ କରିଥିବା ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୁଜାନ ଟ୍ରେଫ୍ଟବ ନାମ୍ନୀ ମହିଳା ଦାବି କରିଛନ୍ତି ଯେ ପାର୍କରେ ବୁଲିବା ସମୟରେ ମୂଷାମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଓ ଗୋଡକୁ ଜାବୁଡ଼ି ଧରି କାମୁଡ଼ିବା ଆରମ୍ଭ କରିଥିଲେ। ଶେଷରେ ସେ ବହୁ କଷ୍ଟରେ ମୂଷାଙ୍କ ମୁକ୍ତି ପାଇଥିଲେ। ଗୋଇଠାମାରି ମୂଷାଙ୍କୁ ତଡ଼ି ସେ ଜୀବନ ବଞ୍ଚାଇ ପାର୍କ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏକ ଖବର ଅନୁଯାୟୀ, ଲଣ୍ଡନରେ ରହୁଥିବା ୪୩ ବର୍ଷିୟ ସୁଜାନ ଟ୍ରେଫ୍ଟବ, ଜୁଲାଇ ୧୯ ରାତ୍ର ୯ଟା ସମୟରେ ନର୍ଥଫିଲ୍ଡର ବ୍ଲୋଣ୍ଡିନ ପାର୍କରେ ବୁଲୁଥିଲେ। ହଠାତ୍‌ ତାଙ୍କର ଦୃଷ୍ଟି ପାର୍କର ଲନ୍‌ ଉପରେ ପଡ଼ିଥିଲା। ଘାସ ଉପରେ ମୂଷା ବୁଲୁଥିବାର ସେ ଦେଖିଥିଲେ। ମୂଷା ଦେଖି ସୁଜନ ଭୟଭୀତ ହୋଇପଡିଥିଲେ ଏବଂ ସେ ପାର୍କ ଛାଡିବା ପୂର୍ବରୁ ମୂଷାମାନେ ଏକାଠି ହୋଇ ଆକ୍ରମଣ କରିଥିଲେ। ଏହି ଖବର ସମ୍ପର୍କରେ ଜାଣିବା ପରେ, ଇଂଲିଙ୍ଗ କାଉନସିଲର ମୁଖପାତ୍ର କହିଛନ୍ତି ଯେ, ପାର୍କ ବୁଲି ଆସୁଥିବା ଲୋକେ ଅଇଁଠା ଖାଦ୍ୟ ପଦାର୍ଥ ଏଣେତେଣେ ପକାଉଥିବାରୁ ମୂଷା ପାର୍କକୁ ଆସୁଛନ୍ତି। ତେଣୁ ଏଭଳି କାର୍ଯ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?