ବ୍ୟାପକ ହେବ ଆଇଟି କ୍ଷେତ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯେପରି ପୁଞ୍ଜିନିବେଶ ହୋଇପାରିବ ସେଥି ନିମନ୍ତେ ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆଇଟି ନୀତି-୨୦୨୨ ଆଣିଛନ୍ତି। ଏଥିରେ ଅନେକ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରାଯାଇଛି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନୀତିକୁ ଅନୁମୋଦନ କରାଯାଇଛି। ଏଥିସହିତ ଓଡ଼ିଶା ମୋବାଇଲ ଟାୱାର, ଅପ୍ଟିିକାଲ ଫାଇବର କେବୁଲ୍‌ ଓ ଟେଲିକମ୍‌ ଭିତ୍ତିଭୂମି ନୀତି-୨୦୧୭ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛି। ଏଥିମଧ୍ୟରେ ଆଇଟି ପଲିସି-୨୦୨୨ ରହିଛି। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ସ୍ଥଳରେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସୋର୍ସିଂରେ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ନୀତିର ମୁଖ୍ୟ ଲକ୍ଷ୍ୟ। ଏଥିରେ ଆଇଟି ପାର୍କ ସ୍ଥାପନ ନିମନ୍ତେ କମ୍ପାନୀଗୁଡ଼ିକର ପୁଞ୍ଜି ନିବେଶର ୨୫ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୨୦କୋଟି ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ପ୍ରତିଶତ ବା ସର୍ବାଧିକ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଗ୍ରୀନ୍‌ଫିଲ୍‌ଡ ଆଇଟି ପାର୍କଗୁଡ଼ିକୁ ଜମିକ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ। ଏଥିସହିତ ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ପ୍ରତିଶତ ବା ସର୍ବାଧିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତି ଦିଆଯିବ। ଏଥିସହ ଯେଉଁ ଆଇଟି ଶିଳ୍ପୋଦ୍ୟୋଗୀମାନେ ଦୀର୍ଘମିଆଦୀ ସୂତ୍ରରେ ବ୍ୟାଙ୍କ କିମ୍ବା କୌଣସି ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍‌ ସମୟରେ ପରିଶୋଧ କରୁଥିବେ, ସେମାନଙ୍କୁ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ବା ସର୍ବାଧିକ ୧୦କୋଟି ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଉଦ୍ୟୋଗୀଙ୍କୁ ବିଦ୍ୟୁତ୍‌ ଶୁଳ୍କ, ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ୍‌ ବିଲ୍‌ର ସର୍ବାଧିକ ୩୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ୪୦ରୁ ଅଧିତ୍କ କର୍ମଚାରୀ ଥିବା ଆଇଟି ୟୁନିଟ୍‌ଗୁଡ଼ିକ ଇନ୍‌କ୍ୟୁବେଶନ ସ୍ପେସ୍‌କୁ ଆଧାର କରି ସର୍ବାଧିକ ୩ ବର୍ଷ ପାଇଁ ସ୍ପେସ୍‌ର ଭଡ଼ା ବାବଦରେ ରିହାତି ମଧ୍ୟ ପାଇପାରିବେ। ସରକାରଙ୍କ ଦ୍ୱାରା ଅନୁମୋଦିତ ଆଇଟି ପାର୍କ ଓ ଇନ୍‌କ୍ୟୁବେଶନ ସେଣ୍ଟରରେ କୋ-ଓ୍ବାର୍କିଂ ସ୍ପେସ୍‌ରେ କାର୍ଯ୍ୟ କଲେ ପ୍ରତି ସିଟ୍‌ ପିଛା ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇଟି ପାର୍କରେ ପ୍ରତି ସିଟ୍‌ ପିଛା ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଯେଉଁ ଆଇଟି ସଂସ୍ଥା ଭଡ଼ାଘରେ ନୂଆ କରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ। ଯାହା ତାଙ୍କ ପ୍ରକୃତ ଭଡ଼ାର ୭୫ ପ୍ରତିଶତରୁ ଅଧିକ ହେବ ନାହିଁ। ଏସ୍‌ସି, ଏସ୍‌ଟି ମହିଳା ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସର୍ବାଧିକ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଶତ ପ୍ରତିଶତ ଏବଂ ଦ୍ୱିତୀୟ ଥର ପାଇଁ ୫୦ ପ୍ରତିଶତ ଛାଡ଼ କରାଯିବ। ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଖର୍ଚ୍ଚର ଶତ ପ୍ରତିଶତ ଯୋଗାଇ ଦିଆଯିବ। ବିଡିଏ ଅଞ୍ଚଳରେ ବ୍ୟବସାୟ କରୁଥିବା ଆଇଟି କମ୍ପାନୀଗୁଡ଼ିକୁ ୫ ବର୍ଷ ପାଇଁ ଶତପ୍ରତିଶତ ନେଟ୍‌ ଏସ୍‌ଜିଏସ୍‌ଟି ଭରଣା ଦିଆଯିବ। ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତି ନିମନ୍ତେ ପ୍ରତି ବ୍ୟକ୍ତି ପାଇଁ ୧୦ହଜାର ବା ସର୍ବାଧିକ ୧୦ଲକ୍ଷ ଟଙ୍କା ପ୍ରତି ୟୁନିଟ୍‌କୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ। ଏସ୍‌ସି,ଏସ୍‌ଟି ମହିଳା ଓ ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ ଅତିରିକ୍ତ ୧ ହଜାର ଟଙ୍କା ଯୋଗାଇ ଦିଆଯିବ। ଓଡ଼ିଆ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟ କର୍ମଚାରୀ ବୀମା ବାବଦକୁ ଶତ ପ୍ରତିଶତ ସର୍ବାଧିକ ୫ କୋଟି ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯୋଗ୍ୟ ଆଇଟି କମ୍ପାନୀଗୁଡ଼ିକୁ ସେମାନଙ୍କ ଇଣ୍ଟରନେଟ୍‌ ସଂଯୋଗ, ଲିଜ୍‌ ଦେୟର ୫୦ ପ୍ରତିଶତ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ବର୍ଷ ପାଇଁ ଭରଣା କରାଯିବ। ବିଜୁ ଇନ୍‌ଭେଶନ ଲାବ୍‌ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ବର୍ଷ ନିମନ୍ତେ ୨୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ସେହିପରି ଓଡ଼ିଶା ଇଞ୍ଜିନିୟରିଂ କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ସେଣ୍ଟର ଅଫ୍‌ ଏକ୍ସିଲେନ୍ସକୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଂ ସହାୟତା, ଗୁଣବତ୍ତା ପ୍ରମାଣପତ୍ର ସହାୟତା, ପେଟେଣ୍ଟ ପଞ୍ଜୀକରଣ ସହାୟତା, ଇଣ୍ଟରନେଟ୍‌ ସହାୟତା ଏବଂ ସୁଧ ରିହାତି ସହାୟତା ଆଦି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଓଡ଼ିଶା ଆଇଟି ପଲିସି-୨୦୨୨ ଗେଜେଟ୍‌ ବିଜ୍ଞପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।
ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ପାଇଁ ରାଜ୍ୟ ସରକାର ଓଡ଼ିଶା ମୋବାଇଲ୍‌ ଟାଓ୍ବାର, ଅପ୍ଟିକାଲ ଫାଇବର କେବୁଲ ଏବଂ ଟେଲିକମ୍‌ ଭିତ୍ତିଭୂମି ନୀତି ୨୦୧୭ କାର୍ଯ୍ୟକାରୀ କରିଥିଲେ। ତେବେ ବିବେଚିତ ଅନୁମୋଦନ (ଡିମ୍‌ଡି ଆପ୍ରୁଭାଲ) ଧାରା ଏଥିରେ ଅନ୍ତର୍ଭୁକ୍ତ ନ ଥିଲା। ଫଳରେ ଟାଓ୍ବାର ସ୍ଥାପନ, ଅତିକ୍ଷୁଦ୍ର ଯୋଗାଯୋଗ ଉପକରଣ ଇନ୍‌ ବିଲ୍‌ଡିଂ ସମାଧାନ ନିମନ୍ତେ ଅନୁମୋଦନ ଦେବାରେ ବିଳମ୍ବ ହେଉଥିଲା। ଉକ୍ତ ଧାରା ନ ଥିବାରୁ କେନ୍ଦ୍ରୀୟ ଆଇନ ଇଣ୍ଡିଆନ ଟେଲିଗ୍ରାଫ୍‌ ରାଇଟ୍‌ ଅଫ୍‌ ଓ୍ବେ ନିୟମ -୨୦୧୬ ସହିତ ଅସଙ୍ଗତି ହେଉଥିଲା। ଉକ୍ତ କେନ୍ଦ୍ରୀୟ ଆଇନରେ ଭୂତଳ ଓ ଊର୍ଦ୍ଧ୍ୱ ଟେଲିଗ୍ରାଫ୍‌ ଭିତ୍ତିଭୂମି ସ୍ଥାପନ ପାଇଁ ୬୦ ଦିନ ମଧ୍ୟରେ ଅନୁମତି ଦେବା ବାଧ୍ୟତାମୂଳକ, ଯାହାକି ରାଜ୍ୟ ସରକାରଙ୍କ ନୀତିରେ ବ୍ୟବସ୍ଥା ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?