ବ୍ୟାପକ ହେବ ଆଇଟି କ୍ଷେତ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯେପରି ପୁଞ୍ଜିନିବେଶ ହୋଇପାରିବ ସେଥି ନିମନ୍ତେ ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆଇଟି ନୀତି-୨୦୨୨ ଆଣିଛନ୍ତି। ଏଥିରେ ଅନେକ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରାଯାଇଛି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନୀତିକୁ ଅନୁମୋଦନ କରାଯାଇଛି। ଏଥିସହିତ ଓଡ଼ିଶା ମୋବାଇଲ ଟାୱାର, ଅପ୍ଟିିକାଲ ଫାଇବର କେବୁଲ୍‌ ଓ ଟେଲିକମ୍‌ ଭିତ୍ତିଭୂମି ନୀତି-୨୦୧୭ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛି। ଏଥିମଧ୍ୟରେ ଆଇଟି ପଲିସି-୨୦୨୨ ରହିଛି। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ସ୍ଥଳରେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସୋର୍ସିଂରେ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ନୀତିର ମୁଖ୍ୟ ଲକ୍ଷ୍ୟ। ଏଥିରେ ଆଇଟି ପାର୍କ ସ୍ଥାପନ ନିମନ୍ତେ କମ୍ପାନୀଗୁଡ଼ିକର ପୁଞ୍ଜି ନିବେଶର ୨୫ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୨୦କୋଟି ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ପ୍ରତିଶତ ବା ସର୍ବାଧିକ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଗ୍ରୀନ୍‌ଫିଲ୍‌ଡ ଆଇଟି ପାର୍କଗୁଡ଼ିକୁ ଜମିକ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ। ଏଥିସହିତ ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ପ୍ରତିଶତ ବା ସର୍ବାଧିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତି ଦିଆଯିବ। ଏଥିସହ ଯେଉଁ ଆଇଟି ଶିଳ୍ପୋଦ୍ୟୋଗୀମାନେ ଦୀର୍ଘମିଆଦୀ ସୂତ୍ରରେ ବ୍ୟାଙ୍କ କିମ୍ବା କୌଣସି ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍‌ ସମୟରେ ପରିଶୋଧ କରୁଥିବେ, ସେମାନଙ୍କୁ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ବା ସର୍ବାଧିକ ୧୦କୋଟି ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଉଦ୍ୟୋଗୀଙ୍କୁ ବିଦ୍ୟୁତ୍‌ ଶୁଳ୍କ, ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ୍‌ ବିଲ୍‌ର ସର୍ବାଧିକ ୩୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ୪୦ରୁ ଅଧିତ୍କ କର୍ମଚାରୀ ଥିବା ଆଇଟି ୟୁନିଟ୍‌ଗୁଡ଼ିକ ଇନ୍‌କ୍ୟୁବେଶନ ସ୍ପେସ୍‌କୁ ଆଧାର କରି ସର୍ବାଧିକ ୩ ବର୍ଷ ପାଇଁ ସ୍ପେସ୍‌ର ଭଡ଼ା ବାବଦରେ ରିହାତି ମଧ୍ୟ ପାଇପାରିବେ। ସରକାରଙ୍କ ଦ୍ୱାରା ଅନୁମୋଦିତ ଆଇଟି ପାର୍କ ଓ ଇନ୍‌କ୍ୟୁବେଶନ ସେଣ୍ଟରରେ କୋ-ଓ୍ବାର୍କିଂ ସ୍ପେସ୍‌ରେ କାର୍ଯ୍ୟ କଲେ ପ୍ରତି ସିଟ୍‌ ପିଛା ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇଟି ପାର୍କରେ ପ୍ରତି ସିଟ୍‌ ପିଛା ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଯେଉଁ ଆଇଟି ସଂସ୍ଥା ଭଡ଼ାଘରେ ନୂଆ କରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ। ଯାହା ତାଙ୍କ ପ୍ରକୃତ ଭଡ଼ାର ୭୫ ପ୍ରତିଶତରୁ ଅଧିକ ହେବ ନାହିଁ। ଏସ୍‌ସି, ଏସ୍‌ଟି ମହିଳା ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସର୍ବାଧିକ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଶତ ପ୍ରତିଶତ ଏବଂ ଦ୍ୱିତୀୟ ଥର ପାଇଁ ୫୦ ପ୍ରତିଶତ ଛାଡ଼ କରାଯିବ। ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଖର୍ଚ୍ଚର ଶତ ପ୍ରତିଶତ ଯୋଗାଇ ଦିଆଯିବ। ବିଡିଏ ଅଞ୍ଚଳରେ ବ୍ୟବସାୟ କରୁଥିବା ଆଇଟି କମ୍ପାନୀଗୁଡ଼ିକୁ ୫ ବର୍ଷ ପାଇଁ ଶତପ୍ରତିଶତ ନେଟ୍‌ ଏସ୍‌ଜିଏସ୍‌ଟି ଭରଣା ଦିଆଯିବ। ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତି ନିମନ୍ତେ ପ୍ରତି ବ୍ୟକ୍ତି ପାଇଁ ୧୦ହଜାର ବା ସର୍ବାଧିକ ୧୦ଲକ୍ଷ ଟଙ୍କା ପ୍ରତି ୟୁନିଟ୍‌କୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ। ଏସ୍‌ସି,ଏସ୍‌ଟି ମହିଳା ଓ ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ ଅତିରିକ୍ତ ୧ ହଜାର ଟଙ୍କା ଯୋଗାଇ ଦିଆଯିବ। ଓଡ଼ିଆ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟ କର୍ମଚାରୀ ବୀମା ବାବଦକୁ ଶତ ପ୍ରତିଶତ ସର୍ବାଧିକ ୫ କୋଟି ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯୋଗ୍ୟ ଆଇଟି କମ୍ପାନୀଗୁଡ଼ିକୁ ସେମାନଙ୍କ ଇଣ୍ଟରନେଟ୍‌ ସଂଯୋଗ, ଲିଜ୍‌ ଦେୟର ୫୦ ପ୍ରତିଶତ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ବର୍ଷ ପାଇଁ ଭରଣା କରାଯିବ। ବିଜୁ ଇନ୍‌ଭେଶନ ଲାବ୍‌ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ବର୍ଷ ନିମନ୍ତେ ୨୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ସେହିପରି ଓଡ଼ିଶା ଇଞ୍ଜିନିୟରିଂ କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ସେଣ୍ଟର ଅଫ୍‌ ଏକ୍ସିଲେନ୍ସକୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଂ ସହାୟତା, ଗୁଣବତ୍ତା ପ୍ରମାଣପତ୍ର ସହାୟତା, ପେଟେଣ୍ଟ ପଞ୍ଜୀକରଣ ସହାୟତା, ଇଣ୍ଟରନେଟ୍‌ ସହାୟତା ଏବଂ ସୁଧ ରିହାତି ସହାୟତା ଆଦି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଓଡ଼ିଶା ଆଇଟି ପଲିସି-୨୦୨୨ ଗେଜେଟ୍‌ ବିଜ୍ଞପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।
ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ପାଇଁ ରାଜ୍ୟ ସରକାର ଓଡ଼ିଶା ମୋବାଇଲ୍‌ ଟାଓ୍ବାର, ଅପ୍ଟିକାଲ ଫାଇବର କେବୁଲ ଏବଂ ଟେଲିକମ୍‌ ଭିତ୍ତିଭୂମି ନୀତି ୨୦୧୭ କାର୍ଯ୍ୟକାରୀ କରିଥିଲେ। ତେବେ ବିବେଚିତ ଅନୁମୋଦନ (ଡିମ୍‌ଡି ଆପ୍ରୁଭାଲ) ଧାରା ଏଥିରେ ଅନ୍ତର୍ଭୁକ୍ତ ନ ଥିଲା। ଫଳରେ ଟାଓ୍ବାର ସ୍ଥାପନ, ଅତିକ୍ଷୁଦ୍ର ଯୋଗାଯୋଗ ଉପକରଣ ଇନ୍‌ ବିଲ୍‌ଡିଂ ସମାଧାନ ନିମନ୍ତେ ଅନୁମୋଦନ ଦେବାରେ ବିଳମ୍ବ ହେଉଥିଲା। ଉକ୍ତ ଧାରା ନ ଥିବାରୁ କେନ୍ଦ୍ରୀୟ ଆଇନ ଇଣ୍ଡିଆନ ଟେଲିଗ୍ରାଫ୍‌ ରାଇଟ୍‌ ଅଫ୍‌ ଓ୍ବେ ନିୟମ -୨୦୧୬ ସହିତ ଅସଙ୍ଗତି ହେଉଥିଲା। ଉକ୍ତ କେନ୍ଦ୍ରୀୟ ଆଇନରେ ଭୂତଳ ଓ ଊର୍ଦ୍ଧ୍ୱ ଟେଲିଗ୍ରାଫ୍‌ ଭିତ୍ତିଭୂମି ସ୍ଥାପନ ପାଇଁ ୬୦ ଦିନ ମଧ୍ୟରେ ଅନୁମତି ଦେବା ବାଧ୍ୟତାମୂଳକ, ଯାହାକି ରାଜ୍ୟ ସରକାରଙ୍କ ନୀତିରେ ବ୍ୟବସ୍ଥା ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri