Posted inଜାତୀୟ

ହୁଓ୍ବେଇ ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍‌ ଟେଲିକମ୍‌ କମ୍ପାନୀ ହୁଓ୍ବେଇର ଭାରତରେ ଥିବା ବିଭିନ୍ନ ଶାଖା କାର୍ଯ୍ୟାଳୟରେ ଆୟକର (ଆଇଟି) ଚଢ଼ାଉ ହୋଇଛି। ଦିଲ୍ଳୀ, ହରିୟାଣାର ଗୁରୁଗ୍ରାମ ଏବଂ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ କାର୍ଯ୍ୟାଳୟରେ ଆଇଟି ଅଧିକାରୀମାନେ ଚଢ଼ାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଛନ୍ତି। ଆୟକର ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ହୁଓ୍ବେଇ ଭାରତରେ ବ୍ୟବସାୟ ଏବଂ ବିଦେଶୀ କାରବାରରେ ଟିକସ ଫାଙ୍କିଥିବା ଅଭିଯୋଗ ରହିଛି। ଏହାର ତଦନ୍ତ ପାଇଁ କମ୍ପାନୀ କାର୍ଯ୍ୟାଳୟରେ ଥିବା ଆର୍ଥକ ଦଲିଲକୁ ଯାଞ୍ଚ କରାଯାଇଛି। ତେବେ ଅଭିଯୋଗକୁ ହୁଓ୍ବେଇ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତରେ ଆଇନଗତ ଭାବେ କାରବାର ଚାଲିଛି। ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି ବୋଲି କମ୍ପାନୀ କହିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ହୁଓ୍ବେଇ ଉପରେ ୫ଜି ସେବାର ଟ୍ରାଏଲ ପାଇଁ ଅନୁମତି ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିଲା ପରେ…

କୋଲକାତା,୧୪।୧: ପ୍ରତାରଣାର ଶିକାର ହୋଇ ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ୨୩ ବର୍ଷୀୟ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କଲାବେଳେ ଗର୍ଲଫ୍ରେଣ୍ଡଙ୍କ...

ମନ୍ଦିରରେ ମହିଳାଙ୍କୁ ମାଡ଼ମାରି ଘୋଷାଡ଼ିଲେ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁର ଏକ ମନ୍ଦିରରେ ଜଣେ ମହିଳାଙ୍କୁ ବାଡ଼ିିରେ ପିଟିବା ସହ ଗୋଇଠା ମାରିବା ଏବଂ ଘୋଷାଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଭାରତରୁ କରୋନାକୁ ମୂଳପୋଛ କରିବା ଲାଗି ସେନା ଭିଡ଼ିଲା ଅଣ୍ଟା: ୧୩୩ ହସ୍ପିଟାଲରେ ୮ ହଜାର ଡାକ୍ତର ପ୍ରସ୍ତୁତ

ନୂଆଦିଲ୍ଲୀ,୨।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ସେନା ଅଣ୍ଟା ଭିଡ଼ିଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଏଥିରେ...

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ...

ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୬ ।୭: ରୋଷେଇ ଘରେ ପୁଣି ମହଙ୍ଗା ମାଡ । ସାଧାରଣ ଜନତାଙ୍କୁ ପୁଣି ଲାଗିଲା ଝଟକା । ବୁଧବାର ଅର୍ଥାତ୍ ଜୁଲାଇ ୬ରୁ ବୃଦ୍ଧି...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୮,୩୩୩ ଛୁଇଁଲା

ନୂଆଦିଲ୍ଲୀ,୨୮।୫: ଦେଶରେ ସାଙ୍ଘାତିକ ହେଲାଣି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୬,୫୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା...

କ୍ରିକେଟ ଓ ରାଜନୀତିରେ ସବୁ ସମ୍ଭବ

ମୁମ୍ବାଇ,୧୬ା୧୧(ପି.ଟି.): ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡ଼କରୀ ରାଜନୀତିକୁ କ୍ରିକେଟ ସହ ତୁଳନା କରିଛନ୍ତି। କ୍ରିକେଟ ଓ...

ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ

ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା...

Advertisement
Archives

Model This Week