୬ରେ ଆଉ ଏକ ଲଘୁଚାପ: ବଢ଼ିପାରେ ବର୍ଷା

ଭୁବନେଶ୍ୱର,୩।୯(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏ ନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ୭ ତାରିଖ ବେଳକୁ ଓଡ଼ିଶା ଆଡ଼କୁ ମୁହାଁଇବ। ଏଥିଯୋଗୁ ସାରା ରାଜ୍ୟରେ ବର୍ଷା ହେବ। ବିଶେଷକରି ଦକ୍ଷିଣ-ପଶ୍ଚିମ ଜିଲାଗୁଡ଼ିକରେ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୬ ତାରିଖ ସାରୁ ବର୍ଷା ପରିମାଣ ବଢ଼ିବା ସହ ୭ ତାରିଖ ପର୍ଯ୍ୟନ୍ତ ଜୋର୍‌ରେ ବର୍ଷିବ। ୮ ତାରିଖରେ ମଧ୍ୟ କିଛି ପରିମାଣରେ ବର୍ଷା ହୋଇପାରେ। ଏହା ପରେ ଲଘୁଚାପ ପ୍ରଭାବ କମିବାକୁ ଲାଗିବ। ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତେଣୁ ସାଧାରଣତଃ ୨ ଦିନ ପାଇଁ ଓଡ଼ିଶାରେ ଏହାର ପ୍ରଭାବ ରହିବ। ଅଗଷ୍ଟରେ ଓଡ଼ିଶାରେ ବହୁତ କମ୍‌ ପରିମାଣରେ ବର୍ଷା ହୋଇଛି। ତେବେ ସେପ୍ଟେମ୍ବରରେ ଏହା ସାମାନ୍ୟରୁ ସାମାନ୍ୟ ଅଧିକ ରହିବ ବୋଲି ଆକଳନ କରାଯାଇଥିବା ଆଇଏମ୍‌ଡି ଡିଜି ମହାପାତ୍ର କହିଛନ୍ତି।ଅପରପକ୍ଷେ ରାଜ୍ୟରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଶୁକ୍ରବାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଶନିବାର କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ରବିବାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତ୍‌ସିଂହପୁର ଏବଂ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, ସୋନପୁର ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏ ସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସେପ୍ଟେମ୍ବର,


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri