ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୮।୬(ବ୍ୟୁରୋ): ନୂତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ଅଧିକାରୀଙ୍କୁ ଡକାଇ ଉଚ୍ଚଶିକ୍ଷା ବିଭାଗ ପାଇଁ ୫ଟି ଆକ୍ସନ୍‌ ପ୍ଲାନ୍‌ ଲାଗୁ କରିବା, ଉଚ୍ଚଶିକ୍ଷା କ୍ଷେତ୍ରରେ ଜନସାଧାରଣଙ୍କ ଲାଗି ଉତ୍ତମ ସେବା ଯୋଗାଇବା କିପରି ନିଶ୍ଚିତ ହେବ ସେଥିପ୍ରତି ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗବେଷଣାର ଗୁରୁତ୍ୱକୁ ମଧ୍ୟ ବଢ଼ାଇବା ସହିତ ରାଜ୍ୟରେ ଉଚ୍ଚଶିକ୍ଷାର ସାମଗ୍ରିକ ବିକାଶ ଆଣିବା ଲକ୍ଷ୍ୟ ହେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପାଇବା ପରେ ପୂଜାରୀ କହିଥିଲେ, ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ମୋର କାର୍ଯ୍ୟ ହେଉଛି ତାହାକୁ ଆଗକୁ ନେବା ଏବଂ ଉଚ୍ଚସ୍ତରରେ ଉଚ୍ଚଶିକ୍ଷାର ଉନ୍ନତି ଆଣିବା। ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ ହେବ। ଆମେ ଡ୍ରପଆଉଟ୍‌ ଏବଂ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବୁ। ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ମିଶି ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲି। ବର୍ତ୍ତମାନ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରିବୁ ଏବଂ ଶିକ୍ଷା ବିକାଶ ଉପରେ ଧ୍ୟାନ ଦେବୁ ବୋଲି ପୂଜାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି...

ଓ୍ବାର୍କ ଅର୍ଡର ମିଳୁ ନ ଥିବାରୁ କାମ ଆରମ୍ଭ ହେଉନି

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ୬୭ଟି ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧କୋଟି ଟଙ୍କା ପ୍ରଦାନ...

ମିଳିଲାନି ବେଡ, ବାରଣ୍ଡା ଚିକିତ୍ସା ହେଉଛନ୍ତି କ୍ରୀଡାବିତ୍‌ ଆନନ୍ଦିନୀ

ବଲାଙ୍ଗୀର ଅଫିସ,୨୮।୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ...

ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ପରଲୋକ। ହୃଦ୍‌ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ...

ବଦଳିବ ଝାରସୁଗୁଡ଼ାର ରୂପ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ) :ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ...

ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା

ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ...

ପୁଅକୁ ପଥରରେ ଛେଚି ମାରିଲେ ବାପା

ବାରିପଦା ଅଫିସ,୨୪ା୧୦: ରାଗ ସମ୍ଭାଳି ନ ପାରି ନୃଶଂସ ବାପା ପଥରରେ ଛେଚି ନିଜ ୫ବର୍ଷର ପୁଅଙ୍କୁ ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ଥାନା...

ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇଛି: ବର୍ଷାଦିନେ ଜଳବନ୍ଦୀ ସହରବାସୀ

କେନ୍ଦ୍ରାପଡ଼ା ଅଫିସ,୨୫ା୪: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ଦୀର୍ଘ ୬ ବର୍ଷ ପରେ ଶେଷ ହୋଇଛି। ଏହି ପରିଷଦ ପାଇଁ ପୌରାଞ୍ଚଳ ଡ୍ରେନେଜ୍‌ ସିଷ୍ଟମର ପୁନରୁଦ୍ଧାର...

Advertisement
Archives

Model This Week