କିଡ୍‌ନୀ ରୋଗୀଙ୍କୁ ମନ ପସନ୍ଦର ଔଷଧ ଦେବା ସମ୍ଭବ ନୁହେଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଉନ୍ନତମାନର ଔଷଧ ଯୋଗାଣ ଦାବିକରି ୭ମାସ ହେବ ଆନ୍ଦୋଳନ ଚଳାଇଛନ୍ତି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ। ୧୨ଦିନ ହେବ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବା ପରେ ସେମାନେ ଶନିବାରଠାରୁ ରାସ୍ତାକୁ ଓହ୍ଲାଇଛନ୍ତି। ଏଜି ଛକରୁ ରାଜଭବନ ରାସ୍ତାକୁ ଦୁଇ ପାର୍ଶ୍ୱରୁ ଅବରୋଧ କରି ଦିବାରାତ୍ର ବସି ରହିଥିବାରୁ ଉକ୍ତବାଟ ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ରବିବାର ଲୋକସେବା ଭବନ ସଭାଗୃହରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ନିମନ୍ତେ ଔଷଧ ଯୋଗାଣ ସ୍ଥିତିର ସମୀକ୍ଷା କରି କହିଛନ୍ତି, ଓଡ଼ିଶା ଷ୍ଟେଟ୍‌ ମେଡିକାଲ କାଉନ୍‌ସିଲ୍‌ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌) ଦ୍ୱାରା ନିରାମୟ କାଉଣ୍ଟରରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ। ଉକ୍ତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ଏକ୍ସପର୍ଟ କମିଟି ସୂଚନା ଦେଇଛନ୍ତି। ତେଣୁ କିଡ୍‌ନୀ ରୋଗୀଙ୍କ ମନ ପସନ୍ଦର ଭିନ୍ନ ଭିନ୍ନ ଔଷଧ ଦେବା ସମ୍ଭବ ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ରୋଗୀଙ୍କ ପାଇଁ କିଣାଯାଉଥିବା ଔଷଧର ଗୁଣାତ୍ମକ ମାନ, କ୍ରୟ ଓ ଯୋଗାଣ ସମ୍ବନ୍ଧିତ ତଥ୍ୟ ରଖିଥିଲେ। ଏଥିସହ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀମାନେ ଔଷଧର ଗୁଣାତ୍ମକ ମାନକୁ ନେଇ ଉଠାଉଥିବା ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଅପରେଶନ ଓ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଔଷଧ ସରକାରୀ ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାର ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଦିଆଯାଉଛି। ଏହି ସମସ୍ତ ଔଷଧର ଗୁଣାତ୍ମକ ମାନ ଏନ୍‌ଏବିଏଲ୍‌ ସ୍ବୀକୃତ ପରୀକ୍ଷାଗାର ଦ୍ୱାରା ପ୍ରମାଣିତ ହୋଇଥାଏ। ଔଷଧ କିଣାଯିବା ପୂର୍ବରୁ ନିର୍ଭରଯୋଗ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଗୁଣାତ୍ମକ ମାନ ଯାଞ୍ଚ କରାଯାଏ। ସବୁଠାରୁ ଅଧିକ ଫଳଦାୟୀ ଓ ପାର୍ଶ୍ୱପ୍ରତିକ୍ରିୟା ନ ଥିବା ଔଷଧକୁ ରାଜ୍ୟ ଔଷଧ ନିଗମ ସ୍ବଚ୍ଛ ଅନ୍‌ଲାଇନ୍‌ ପ୍ରକ୍ରିୟାରେ କିଣି ଆବଶ୍ୟକ ପରିମାଣରେ ଯୋଗାଇ ଥାଆନ୍ତି। ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ ମାଧ୍ୟମରେ ୧୨୦ ଜଣ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଅପରେଶନ ପରବର୍ତ୍ତୀ ଚିକିତ୍ସା ଚାଲୁ ରହିଛି। ସେମାନଙ୍କ ମଧ୍ୟରୁ ୭୫% ଅର୍ଥାତ୍‌ ୯୦ଜଣ ରୋଗୀ ନିରାମୟ ମାଧ୍ୟମରେ ଦିଆଯାଉଥିବା ଔଷଧ ଖାଉଛନ୍ତି। ଏମାନେ କେବେ ଔଷଧର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ କୌଣସି ଅଭିଯୋଗ କରିନାହାନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ହେଉଛି। ତେଣୁ ନିରାମୟ ମାଧ୍ୟମରେ ଯୋଗାଯାଉଥିବା ଔଷଧର ଗୁଣାତ୍ମକ ମାନ ବିଷୟରେ କୌଣସି ବୈଷୟିକ କମିଟି ସନ୍ଦେହ ପ୍ରକଟ କରିନାହାନ୍ତି। ଏପରିକି ଏହି ଔଷଧକୁ ନେଫ୍ରୋଲୋଜି, ରେମାଟୋଲୋଜି ଏବଂ ଡେର୍‌ମାଟୋଲୋଜି ଆଦି ବିଭାଗରେ ରୋଗୀଙ୍କୁ ଦିଆଯାଉଛି। କୌଣସି ରୋଗୀଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ହୋଇ ନ ଥିବା ବୈଠକରେ ଡାକ୍ତରମାନେ ମତ ଦେଇଥିଲେ। ଆଲୋଚନାରେ ଫାର୍ମାକୋ ଭିଜିଲାନ୍ସ କମିଟି ସଦସ୍ୟ, ବରିଷ୍ଠ ଭେଷଜ ପ୍ରଫେସର, ସ୍ପେଶାଲିଷ୍ଟଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?