ଚାଇନା ଗୋଇନ୍ଦା ବେଲୁନ୍‌କୁ ଖସାଇବା ସହଜ ନୁହେଁ

ଓ୍ବାଶିଂଟନ,୫।୨: ଆମେରିକାର ସମ୍ବେଦନଶୀଳ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଗଚ୍ଛିତ ରହିଥିବା ସ୍ଥାନ ଉପରେ ଚାଇନାର ପ୍ରଥମ ଗୋଇନ୍ଦା ବେଲୁନ୍‌ ଉଡ଼ୁଥିବା ପେଣ୍ଟାଗନ ଠାବ କରିଛି। ଏହା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜି ଦ୍ୱାରା ପରିଚାଳିତ ହୋଇଥାଇପାରେ ବୋଲି ଆମେରିକା ବିଶେଷଜ୍ଞ କହିଛନ୍ତି। ଏହାର କିଛି ଘଣ୍ଟା ପରେ ଲାଟିନ୍‌ ଆମେରିକା ଉପରେ ଚାଇନାର ଦ୍ୱିତୀୟ ଗୁପ୍ତଚର ବେଲୁନ୍‌ ଠାବ ହୋଇଛି। ଏହା ପୂର୍ବଦିଗରେ ଗତିକରି କେନ୍ଦ୍ରୀୟ ଆମେରିକା ଆଡ଼େ ମୁହାଁଇଛି। ଏହି ବେଲୁନ୍‌ଗୁଡ଼ିକ ପର୍ଯ୍ୟବେକ୍ଷଣର ମୂଲ୍ୟବାନ୍‌ ମାଧ୍ୟମ, ଯାହାକୁ ଗୁଳିକରି ଖସାଇବା ସହଜ ନୁହେଁ ବୋଲି ଓ୍ବାଶିଂଟନର ମାରାଥନ ଇନିସିଏଟିଭ୍‌ ଥିଙ୍କ୍‌ଟ୍ୟାଙ୍କର ସର୍ଭିଲାନ୍ସ ବେଲୁନ୍‌ ବିଶେଷଜ୍ଞ ଓ୍ବିଲିୟମ୍‌ କିମ୍‌ କହିଛନ୍ତି। ପ୍ରଥମଟି ଏକ ଜଳବାୟୁ ବେଲୁନ୍‌ ଭଳି ଦେଖାଯାଉଥିଲେ ହେଁ ଏହାର ଭିନ୍ନ ବିଶେଷତ୍ୱ ରହିଛି। ବୃହତ ସୋଲାର ପ୍ୟାନେଲ ଶକ୍ତିରେ ପରିଚାଳିତ ଏହି ବେଲୁନ୍‌ ଏକ ବୃହତ ପ୍ଲେଲୋଡ୍‌। ମାର୍ଗଦର୍ଶନ ଓ ତଥ୍ୟ ସଂଗ୍ରହ ଲାଗି ଏଥିରେ ଇଲେକ୍ଟ୍ରୋନିକ୍‌ ସରଞ୍ଜାମ ରହିଛି। ଚାଇନାର ଗୁପ୍ତଚରଗିରି ଉଦ୍ୟମ ବଢ଼ିବାରେ ଲାଗିଥିବାରୁ ଆମେରିକାର ସୁରକ୍ଷା ଅଧିକାରୀମାନେ ଲଗାତର ସତର୍କ କରାଇଆସୁଛନ୍ତି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ୫-୬ରେ ଚାଇନା ଯିବାର କାର୍ଯ୍ୟକ୍ରମ ଥିବାବେଳେ ସନ୍ଦିଗ୍ଧ ବେଲୁନ୍‌ର ଉପସ୍ଥିତିକୁ ଦେଖି ପାଗ ଅନୁକୂଳ ନ ଥିବା ଦର୍ଶାଇ ତାଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?