Posted inଜାତୀୟ

ସ୍ବାର୍ଥ ରାଜନୀତି ବଦଳରେ ସେନାର ମନୋବଳ ବୃଦ୍ଧି କରିବା ଜରୁରୀ: ମୋଦି

ଅହମଦାବାଦ,୩୧।୧୦: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ କରାଇଥିଲା। ଦୀର୍ଘଦିନ ପରେ ଏହି ସତ୍ୟତା ପଦାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଘଟଣାରେ ପାକିସ୍ତାନ ସମ୍ପୃକ୍ତ ଥିବା ଏହାର ଜଣେ ମନ୍ତ୍ରୀ ପାର୍ଲାମେଣ୍ଟରେ ସ୍ବୀକାର କରିଛନ୍ତି। ଏହା ପରେ ବିରୋଧୀ ଦଳ ପ୍ରଶ୍ନ ଉଠାଉଥିବାରୁ ଏନେଇ ମୋଦି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ତଥା ଏକତା ଦିବସ ଅବସରରେ ଗୁଜରାଟର କେଭାଡିଆଠାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ ଶନିବାର କହିଛନ୍ତି ଯେ, ସେନା ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କିଛି ରାଜନୈତିକ ଦଳ ନିଜର ସ୍ବାର୍ଥ ରାଜନୀତି କରିବା ଆରମ୍ଭ କରିଥିଲେ। ସେନାର ମନୋବଳ ବଢ଼ାଇବା ଜରୁରୀ ହୋଇଥିବାବେଳେ ଦେଶର ଜନସାଧାରଣଙ୍କୁ ଭ୍ରମାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ତେବେ ପଡ଼ୋଶୀ ଦେଶ ପାକିସ୍ତାନର ସ୍ବୀକାରୋକ୍ତି ପରେ ଏବେ ସତର ପର୍ଦ୍ଦାଫାଶ୍‌ ହୋଇଛି। ସେ ରାହୁଲ ଗାନ୍ଧୀ ଅବା କଂଗ୍ରେସର ନାମ ନ ନେଇ କହିଛନ୍ତି ଯେ, ଦେଶର ସଙ୍କଟ ସମୟରେ କିଛି ଦଳ ଏବଂ କେତେକ ଲୋକ ନିଜର ସ୍ବାର୍ଥ ପୂରଣ ପାଇଁ ପ୍ରୟାସ ହିଁ କରିଥାନ୍ତି। ଏବେ ମୋଦିଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’

ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ...

ସେନାକୁ ଅର୍ଜୁନ ଟ୍ୟାଙ୍କ ପ୍ରଦାନ କଲେ ମୋଦି

କୋଚି/ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ଏମ୍‌-୧ଏ ପ୍ରଦାନ କରିଛନ୍ତି। ତାମିଲନାଡୁର ଚେନ୍ନାଇ ସ୍ଥିତ ଜବାହର ଲାଲ ନେହେରୁ ଷ୍ଟାଡ଼ିୟମ୍‌ରେ...

ଦେଶରେ ଅମୃତକାଳ ନୁହେଁ ଜାରି ରହିଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି: ଜୟରାମ ରମେଶ…

କୋଲକାତା,୨୦।୨ : କୋଇଲା ମାମଲାରେ କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ପୱନ ଖେରା...

ପଞ୍ଜାବରେ ଭୁଶୁଡି ପଡିଲା ୩ ମହଲା କୋଠା

ମୋହାଲି,୮।୨: ପଞ୍ଜାବର ମୋହାଲିରେ ଏକ ୩ ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହା ତଳେ କେତେକ ଲୋକ ଦବି ହୋଇ ରହିଯାଇଥିବା ଅନୁମାନ...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା

ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ସ୍ତ୍ରୀ, ଭଣଜାଙ୍କୁ ହତ୍ୟା କରି ନିଜକୁ ଗୁଳି ମାରିଲେ ଏସିପି

ଅମରାବତୀ,୨୪।୭: ମହାରାଷ୍ଟ୍ରର ପୁନେରେ ଏକ ଅଭାବନୀୟ ଘଟଣା ଘଟିଛି। ଅମରାବତୀର ଏସିପି ଭରତ ଗାଏକ୍ୱାଡ ସ୍ତ୍ରୀ ଏବଂ ଭଣଜାଙ୍କୁ ଗୁଳି ମାରି ନିଜେ ଆତ୍ମହତ୍ୟା କରିଛନ୍ତି।...

ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ କରନ୍ତୁ ସରକାର, ଇଏସିର ପରାମର୍ଶ…

ନୂଆଦିଲ୍ଲୀ, ୧୯।୫ : ଦେଶରେ ବେରୋଜଗାରୀ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇଏସି) ସହରୀ ନିଶ୍ଚତ ରୋଜଗାର ଯୋଜନା ଆରମ୍ଭ କରିବାକୁ...

ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରତିଶ୍ରୁତି, ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟଫୋନ୍‌…

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟେjରଗତ ୩ ଦଶନ୍ଧି ଧରି କଂଗ୍ରେସ କ୍ଷମତାଠାରୁ ଦୂରରେ ରହି ବନବାସ କାଟୁଛି।...

Advertisement
Archives

Model This Week