ତିଷ୍ଠିବା କଷ୍ଟକର

ମାତ୍ର ୫ ସେକେଣ୍ଡରେ ଘୂର୍ଣ୍ଣିଝଡ଼ କେତେ କ୍ଷତି ଘଟାଇପାରେ ଆମେରିକାର ମିସିସିପି ଓ ଆଲବାମାରେ ତାହାର ଚିତ୍ର ଦେଖିବାକୁ ମିଳିଛି। ୨ ଏପ୍ରିଲ ଗୋଟିଏ ଦିନରେ ୧୦ଟି ଟର୍ନାଡୋ ଆସି ଭୟଙ୍କର ସ୍ଥିତି ସୃଷ୍ଟି କରିବା ପରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ୨,୬୦୦ ଘର ଭାଙ୍ଗିଯାଇଛି, ଅସଂଖ୍ୟ ଗଛ ଉପୁଡ଼ିବା ସହ ବିଦ୍ୟୁତ୍‌ ସେବା ଘୋର ବାଧାପ୍ରାପ୍ତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଲାଗି ସମ୍ପୃକ୍ତ ଅଞ୍ଚଳରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ବିଗତ କିଛି ବର୍ଷ ହେବ ବିଶେଷକରି ଆମେରିକା ଓ ୟୁରୋପୀୟ ମହାଦେଶରେ ହିଟ୍‌ ଓ୍ବେଭ୍‌, ଜଙ୍ଗଲ ନିଆଁ, ପ୍ରଚୁର ପରିମାଣର ବରଫପାତ ଏବଂ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ବିଶ୍ୱତାପନ ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରକୃତିର ଅସ୍ବାଭାବିକ ରୂପ ଦେଖିବାକୁ ମିଳୁଛି। ଯଦି କୌଣସି ଭୌଗୋଳିକ ଅଞ୍ଚଳରେ ବର୍ଷା ହେଉଛି ତ କିଛି ଦିନ ଧରି ସେଠାରେ ଜଳପ୍ଳାବନ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଆଫ୍ରିକୀୟ ମହାଦେଶର କେତେକ ରାଷ୍ଟ୍ରରେ ବର୍ଷାଭାବ ଯୋଗୁ ବିସ୍ତୀର୍ଣ୍ଣ ଇଲାକା ମରୁଭୂମି ପାଲଟିଲାଣି। ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ଆକଳନ ଅନୁଯାୟୀ ବିଗତ ୫୦ ବର୍ଷ ମଧ୍ୟରେ ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ପ୍ରାକୃତିକ ବିପର୍ଯ୍ୟୟ ୫ ଗୁଣା ବୃଦ୍ଧି ପାଇଛି। ପ୍ରକୃତିର ବିଚିତ୍ର ପ୍ରଭାବ ଭାରତୀୟମାନେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଦେଖିଆସୁଛନ୍ତି। ଏବେ ଏହାର ତୀବ୍ରତା ବ୍ୟକ୍ତି ତା’ ଆଖପାଖରେ ଅନୁଭବ କଲାଣି। ଓଡ଼ିଶା ଚଳିତବର୍ଷ ମାସେରୁ ଅଧିକ ସମୟ ଧରି ଗୋଟେ ପଶ୍ଚିମା ଝଡ଼ର ଲଗାତର ସମ୍ମୁଖୀନ ହୋଇଚାଲିଛି। ଫଳରେ ଖରାଦିନରେ ପ୍ରବଳ ବର୍ଷା ଓ ଝଡ଼ର ପ୍ରଭାବ ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଏଇ କିଛି ଦିନ ଧରି ଯେଉଁଭଳି ଭାବେ ଅଦିନିଆ କଚଡ଼ା ବର୍ଷା ହେଲା ଲୋକେ କୁହାକୁହି ହେଲେ ଯେମିତି ବର୍ଷାଋତୁ ଆସିଯାଇଛି। ଋତୁକାଳୀନ ଶସ୍ୟ ସହ ପନିପରିବା ନଷ୍ଟ ଯୋଗୁ ଏହାର ଦରବୃଦ୍ଧି ଲୋକଙ୍କ ଆର୍ଥିକ ସ୍ବାସ୍ଥ୍ୟକୁ ବିଗାଡ଼ି ଦେଲାଣି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଭୀଷଣ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଉଥିବା ବେଳେ ବର୍ଷା ପରିମାଣ ବଢ଼ିବା ନିଶ୍ଚିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଘଟୁଛି ବୋଲି କହିହେବ।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବାର ଅସଂଖ୍ୟ ପ୍ରମାଣ ମିଳିଛି। ଲୋକେ ତାହାକୁ ପ୍ରତ୍ୟକ୍ଷ ମଧ୍ୟ କରୁଛନ୍ତି। ଇଜିପ୍ଟର ଶର୍ମ ଏଲ୍‌ ଶେଖ୍‌ରେ ଅନୁଷ୍ଠିତ ହୋଇଯାଇଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବିଶ୍ୱ ସମ୍ମିଳନୀ କପ୍‌ ୨୭ଠାରୁ ଆରମ୍ଭ କରି ସ୍ଥାନୀୟ ସ୍ତରରେ ଏହାର ମୁକାବିଲା ଲାଗି ପର୍ଯ୍ୟାପ୍ତ ଆଲୋଚନା ହେଉଛି। ସବୁ ସ୍ତରରେ ଉଚିତ ପଦକ୍ଷେପ ନିଆଯାଇପାରୁ ନ ଥିବାରୁ ସ୍ଥିତିରେ ପରିବର୍ତ୍ତନ ଆସିପାରୁ ନାହିଁ। ଅଳ୍ପ ବୟସର ହେଲେ ମଧ୍ୟ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ଏହି ଅସଙ୍ଗତିକୁ ଅନୁଭବ କରିବା ପରେ କପ୍‌ ୨୭ରେ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କଲେ। ଯେତେବେଳେ ଗୋଟେ ଚଡ଼କ ପଡ଼ି ସାରିଲାଣି ଓ ମୁଣ୍ଡ ଉପରେ ଏକାଧିକ ଚଡ଼କ ଚକ୍କର କାଟୁଛନ୍ତି, ସେତେବେଳେ ଯୋଜନା ଓ ଆଲୋଚନା ସ୍ତରରେ ଅଟକି ରହିବା ଅର୍ଥ ବିପଦକୁ ବରଣ କରିବା। ପ୍ରତ୍ୟେକ ବ୍ୟକ୍ତି ଆକ୍ସନ ବା କାର୍ଯ୍ୟାନ୍ବୟନ ସ୍ତରରେ ପହଞ୍ଚତ୍ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବା ଦରକାର। ସବୁଜ ଗୃହ ବାଷ୍ପ (ଗ୍ରୀନ୍‌ ହାଉସ୍‌ ଗ୍ୟାସ) ଉତ୍ସର୍ଜନ ବୃଦ୍ଧି ଜୀବଜଗତ ପାଇଁ ଅସହ୍ୟ ହେଇପଡ଼ିଲାଣି। ପ୍ରାକ୍‌-ଶିଳ୍ପ ବିପ୍ଳବଠାରୁ ଆମେ ୧.୧ ଡିଗ୍ରୀ ସେଲ୍‌ସିୟସ୍‌ ଟପିଗଲୁଣି। ତେବେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହାଇଟ୍‌ ସହ ସମକକ୍ଷ) ଭିତରେ ରଖିବା ଆମ ହାତମୁଠାରେ ଅଛି। କିନ୍ତୁ ଏହା କଠିନ ହେବାକୁ ଯାଉଛି, କାରଣ ସୁଯୋଗର ସବୁ ବାତାୟାନକୁ ଆମେ ଯେପରି ବନ୍ଦ କରିଦେଉଛେ। ଉଦାହରଣ ସ୍ବରୂପ, ଜୀବାଶ୍ମ ଇନ୍ଧନ ବଦଳରେ ସ୍ବଚ୍ଛ ଶକ୍ତି ହାସଲ କରିବାରେ ସେଭଳି ସକ୍ଷମ ହୋଇପାରୁନେ। କାର୍ବନ ନିର୍ଗମନ ହ୍ରାସ ଓ ସବୁଜ ଶକ୍ତି ବୃଦ୍ଧି ଭଳି କାର୍ଯ୍ୟକ୍ରମ ପାଇଁ ଗରିବ ଦେଶକୁ ପାଣ୍ଠି ଯୋଗାଇବାରେ ଧନୀ ରାଷ୍ଟ୍ରଗୁଡ଼ିକ ଅବହେଳା ପ୍ରଦର୍ଶନ କରିବାଠାରୁ ଆରମ୍ଭ କରି ମନୁଷ୍ୟକୃତ ଯାବତୀୟ ନକାରାତ୍ମକ କାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି କରୁଛି। ଭାଷଣରେ ଅଙ୍ଗାରକ କମ୍‌ କରିବା ଲାଗି କହୁଥିବା ବ୍ୟକ୍ତି ନିଜ ଜୀବନରେ ତାହାକୁ ଅନୁପାଳନ କରିବାରେ ଯେମିତି ଅନିଚ୍ଛୁକ। ଆରାମ ଜୀବନ ଆଗକୁ ଆହୁରି ଦୁଃଖ ଆଣିଦେବା ଥୟ। ପୃଥିବୀର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ପ୍ରକୃତିର ପରିବର୍ତ୍ତନ ଯୋଗୁ ଯେଉଁ ବିପଦର ସମ୍ମୁଖୀନ ହୋଇଛି, ତାହା ସବୁ ରାଷ୍ଟ୍ରକୁ ସଚେତନ କଲା ଭଳି ବାର୍ତ୍ତା ଦେଉଛି। ନିଷ୍ଠାର ସହ ପ୍ରକୃତି ଓ ପରିବେଶ ବଞ୍ଚାଇବାର ପ୍ରୟାସ ନ ହେଲେ ତିଷ୍ଠିବା କଷ୍ଟକର ହୋଇପଡ଼ିବ।

ଆରାମ ଜୀବନ ଆଗକୁ ଆହୁରି ଦୁଃଖ ଆଣିଦେବା ଥୟ। ପୃଥିବୀର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ପ୍ରକୃତିର ପରିବର୍ତ୍ତନ ଯୋଗୁ ଯେଉଁ ବିପଦର ସମ୍ମୁଖୀନ ହୋଇଛି, ତାହା ସବୁ ରାଷ୍ଟ୍ରକୁ ସଚେତନ କଲା ଭଳି ବାର୍ତ୍ତା ଦେଉଛି। ନିଷ୍ଠାର ସହ ପ୍ରକୃତି ଓ ପରିବେଶ ବଞ୍ଚାଇବାର ପ୍ରୟାସ ନ ହେଲେ ତିଷ୍ଠିବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri