ତିଷ୍ଠିବା କଷ୍ଟକର

ମାତ୍ର ୫ ସେକେଣ୍ଡରେ ଘୂର୍ଣ୍ଣିଝଡ଼ କେତେ କ୍ଷତି ଘଟାଇପାରେ ଆମେରିକାର ମିସିସିପି ଓ ଆଲବାମାରେ ତାହାର ଚିତ୍ର ଦେଖିବାକୁ ମିଳିଛି। ୨ ଏପ୍ରିଲ ଗୋଟିଏ ଦିନରେ ୧୦ଟି ଟର୍ନାଡୋ ଆସି ଭୟଙ୍କର ସ୍ଥିତି ସୃଷ୍ଟି କରିବା ପରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ୨,୬୦୦ ଘର ଭାଙ୍ଗିଯାଇଛି, ଅସଂଖ୍ୟ ଗଛ ଉପୁଡ଼ିବା ସହ ବିଦ୍ୟୁତ୍‌ ସେବା ଘୋର ବାଧାପ୍ରାପ୍ତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଲାଗି ସମ୍ପୃକ୍ତ ଅଞ୍ଚଳରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ବିଗତ କିଛି ବର୍ଷ ହେବ ବିଶେଷକରି ଆମେରିକା ଓ ୟୁରୋପୀୟ ମହାଦେଶରେ ହିଟ୍‌ ଓ୍ବେଭ୍‌, ଜଙ୍ଗଲ ନିଆଁ, ପ୍ରଚୁର ପରିମାଣର ବରଫପାତ ଏବଂ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ବିଶ୍ୱତାପନ ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରକୃତିର ଅସ୍ବାଭାବିକ ରୂପ ଦେଖିବାକୁ ମିଳୁଛି। ଯଦି କୌଣସି ଭୌଗୋଳିକ ଅଞ୍ଚଳରେ ବର୍ଷା ହେଉଛି ତ କିଛି ଦିନ ଧରି ସେଠାରେ ଜଳପ୍ଳାବନ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଆଫ୍ରିକୀୟ ମହାଦେଶର କେତେକ ରାଷ୍ଟ୍ରରେ ବର୍ଷାଭାବ ଯୋଗୁ ବିସ୍ତୀର୍ଣ୍ଣ ଇଲାକା ମରୁଭୂମି ପାଲଟିଲାଣି। ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ଆକଳନ ଅନୁଯାୟୀ ବିଗତ ୫୦ ବର୍ଷ ମଧ୍ୟରେ ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ପ୍ରାକୃତିକ ବିପର୍ଯ୍ୟୟ ୫ ଗୁଣା ବୃଦ୍ଧି ପାଇଛି। ପ୍ରକୃତିର ବିଚିତ୍ର ପ୍ରଭାବ ଭାରତୀୟମାନେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଦେଖିଆସୁଛନ୍ତି। ଏବେ ଏହାର ତୀବ୍ରତା ବ୍ୟକ୍ତି ତା’ ଆଖପାଖରେ ଅନୁଭବ କଲାଣି। ଓଡ଼ିଶା ଚଳିତବର୍ଷ ମାସେରୁ ଅଧିକ ସମୟ ଧରି ଗୋଟେ ପଶ୍ଚିମା ଝଡ଼ର ଲଗାତର ସମ୍ମୁଖୀନ ହୋଇଚାଲିଛି। ଫଳରେ ଖରାଦିନରେ ପ୍ରବଳ ବର୍ଷା ଓ ଝଡ଼ର ପ୍ରଭାବ ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଏଇ କିଛି ଦିନ ଧରି ଯେଉଁଭଳି ଭାବେ ଅଦିନିଆ କଚଡ଼ା ବର୍ଷା ହେଲା ଲୋକେ କୁହାକୁହି ହେଲେ ଯେମିତି ବର୍ଷାଋତୁ ଆସିଯାଇଛି। ଋତୁକାଳୀନ ଶସ୍ୟ ସହ ପନିପରିବା ନଷ୍ଟ ଯୋଗୁ ଏହାର ଦରବୃଦ୍ଧି ଲୋକଙ୍କ ଆର୍ଥିକ ସ୍ବାସ୍ଥ୍ୟକୁ ବିଗାଡ଼ି ଦେଲାଣି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଭୀଷଣ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଉଥିବା ବେଳେ ବର୍ଷା ପରିମାଣ ବଢ଼ିବା ନିଶ୍ଚିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଘଟୁଛି ବୋଲି କହିହେବ।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବାର ଅସଂଖ୍ୟ ପ୍ରମାଣ ମିଳିଛି। ଲୋକେ ତାହାକୁ ପ୍ରତ୍ୟକ୍ଷ ମଧ୍ୟ କରୁଛନ୍ତି। ଇଜିପ୍ଟର ଶର୍ମ ଏଲ୍‌ ଶେଖ୍‌ରେ ଅନୁଷ୍ଠିତ ହୋଇଯାଇଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବିଶ୍ୱ ସମ୍ମିଳନୀ କପ୍‌ ୨୭ଠାରୁ ଆରମ୍ଭ କରି ସ୍ଥାନୀୟ ସ୍ତରରେ ଏହାର ମୁକାବିଲା ଲାଗି ପର୍ଯ୍ୟାପ୍ତ ଆଲୋଚନା ହେଉଛି। ସବୁ ସ୍ତରରେ ଉଚିତ ପଦକ୍ଷେପ ନିଆଯାଇପାରୁ ନ ଥିବାରୁ ସ୍ଥିତିରେ ପରିବର୍ତ୍ତନ ଆସିପାରୁ ନାହିଁ। ଅଳ୍ପ ବୟସର ହେଲେ ମଧ୍ୟ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ଏହି ଅସଙ୍ଗତିକୁ ଅନୁଭବ କରିବା ପରେ କପ୍‌ ୨୭ରେ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କଲେ। ଯେତେବେଳେ ଗୋଟେ ଚଡ଼କ ପଡ଼ି ସାରିଲାଣି ଓ ମୁଣ୍ଡ ଉପରେ ଏକାଧିକ ଚଡ଼କ ଚକ୍କର କାଟୁଛନ୍ତି, ସେତେବେଳେ ଯୋଜନା ଓ ଆଲୋଚନା ସ୍ତରରେ ଅଟକି ରହିବା ଅର୍ଥ ବିପଦକୁ ବରଣ କରିବା। ପ୍ରତ୍ୟେକ ବ୍ୟକ୍ତି ଆକ୍ସନ ବା କାର୍ଯ୍ୟାନ୍ବୟନ ସ୍ତରରେ ପହଞ୍ଚତ୍ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବା ଦରକାର। ସବୁଜ ଗୃହ ବାଷ୍ପ (ଗ୍ରୀନ୍‌ ହାଉସ୍‌ ଗ୍ୟାସ) ଉତ୍ସର୍ଜନ ବୃଦ୍ଧି ଜୀବଜଗତ ପାଇଁ ଅସହ୍ୟ ହେଇପଡ଼ିଲାଣି। ପ୍ରାକ୍‌-ଶିଳ୍ପ ବିପ୍ଳବଠାରୁ ଆମେ ୧.୧ ଡିଗ୍ରୀ ସେଲ୍‌ସିୟସ୍‌ ଟପିଗଲୁଣି। ତେବେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହାଇଟ୍‌ ସହ ସମକକ୍ଷ) ଭିତରେ ରଖିବା ଆମ ହାତମୁଠାରେ ଅଛି। କିନ୍ତୁ ଏହା କଠିନ ହେବାକୁ ଯାଉଛି, କାରଣ ସୁଯୋଗର ସବୁ ବାତାୟାନକୁ ଆମେ ଯେପରି ବନ୍ଦ କରିଦେଉଛେ। ଉଦାହରଣ ସ୍ବରୂପ, ଜୀବାଶ୍ମ ଇନ୍ଧନ ବଦଳରେ ସ୍ବଚ୍ଛ ଶକ୍ତି ହାସଲ କରିବାରେ ସେଭଳି ସକ୍ଷମ ହୋଇପାରୁନେ। କାର୍ବନ ନିର୍ଗମନ ହ୍ରାସ ଓ ସବୁଜ ଶକ୍ତି ବୃଦ୍ଧି ଭଳି କାର୍ଯ୍ୟକ୍ରମ ପାଇଁ ଗରିବ ଦେଶକୁ ପାଣ୍ଠି ଯୋଗାଇବାରେ ଧନୀ ରାଷ୍ଟ୍ରଗୁଡ଼ିକ ଅବହେଳା ପ୍ରଦର୍ଶନ କରିବାଠାରୁ ଆରମ୍ଭ କରି ମନୁଷ୍ୟକୃତ ଯାବତୀୟ ନକାରାତ୍ମକ କାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି କରୁଛି। ଭାଷଣରେ ଅଙ୍ଗାରକ କମ୍‌ କରିବା ଲାଗି କହୁଥିବା ବ୍ୟକ୍ତି ନିଜ ଜୀବନରେ ତାହାକୁ ଅନୁପାଳନ କରିବାରେ ଯେମିତି ଅନିଚ୍ଛୁକ। ଆରାମ ଜୀବନ ଆଗକୁ ଆହୁରି ଦୁଃଖ ଆଣିଦେବା ଥୟ। ପୃଥିବୀର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ପ୍ରକୃତିର ପରିବର୍ତ୍ତନ ଯୋଗୁ ଯେଉଁ ବିପଦର ସମ୍ମୁଖୀନ ହୋଇଛି, ତାହା ସବୁ ରାଷ୍ଟ୍ରକୁ ସଚେତନ କଲା ଭଳି ବାର୍ତ୍ତା ଦେଉଛି। ନିଷ୍ଠାର ସହ ପ୍ରକୃତି ଓ ପରିବେଶ ବଞ୍ଚାଇବାର ପ୍ରୟାସ ନ ହେଲେ ତିଷ୍ଠିବା କଷ୍ଟକର ହୋଇପଡ଼ିବ।

ଆରାମ ଜୀବନ ଆଗକୁ ଆହୁରି ଦୁଃଖ ଆଣିଦେବା ଥୟ। ପୃଥିବୀର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ପ୍ରକୃତିର ପରିବର୍ତ୍ତନ ଯୋଗୁ ଯେଉଁ ବିପଦର ସମ୍ମୁଖୀନ ହୋଇଛି, ତାହା ସବୁ ରାଷ୍ଟ୍ରକୁ ସଚେତନ କଲା ଭଳି ବାର୍ତ୍ତା ଦେଉଛି। ନିଷ୍ଠାର ସହ ପ୍ରକୃତି ଓ ପରିବେଶ ବଞ୍ଚାଇବାର ପ୍ରୟାସ ନ ହେଲେ ତିଷ୍ଠିବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?