Posted inଖେଳ

ମୋ’ କ୍ୟାରିୟରରେ କେବେ ବି ଏଭଳି ଘଟି ନ ଥିଲା, ସେଥିପାଇଁ ହସିଥିଲି: କୋହଲି

ବେଙ୍ଗାଲୁରୁ,୧୧।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଆର୍‌ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂଘର୍ଷ କରୁଥିବା ଦେଖାଯାଇଛି। ଏଯାବତ ସେ ୧୨ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି। ସେଥିରୁ ୩ ମ୍ୟାଚରେ ଗୋଲ୍ଡେନ ଡକ ବା ଗୋଟିଏ ବଲ ସାମ୍ନା କରି ଶୂନରେ ଆଉଟ ହୋଇଛନ୍ତି ସେ। ତେବେ ଏଭଳି ଭାବେ ଆଉଟ୍‌ ହେବା ପରେ ବିରାଟ ହସି ହସି ପାଭିଲିୟନ ଫେରୁଥିବା ଦେଖାଯାଇଥିଲା। ଏହାକୁ ନେଇ ବିରାଟ କହିଛନ୍ତି, ମୋ’ କ୍ରିକେଟ କ୍ୟାରିୟର ମଧ୍ୟରେ କେବେ ହେଲେ ମୋ ସହ ଏମିତି ଘଟଣା ଘଟି ନଥିଲା। ଏବେ ମୁଁ ଖେଳରେ କ’ଣ ସବୁ ହୋଇପାରେ, ସେସବୁ ଦେଖି ସାରିଛି। ଏକଥା ଭାବି ମୁଁ କେବଳ ହସି ଦେଉଛି। ତେବେ ସମାଲୋଚନାକୁ ମୁଁ ସବୁବେଳେ ସାଇଡ କରି ରଖେ। ଏଣୁ ତାହା ମୋ ଉପରେ କୌଣସି ପ୍ରଭାବ ପକାଇ ପାରୁ ନାହିଁ ବୋଲି ବିରାଟ କହିଛନ୍ତି। ମିଷ୍ଟର ନାଗ୍‌ଙ୍କ ସହ କୋହଲିଙ୍କ ଏହି ବାର୍ତ୍ତାଳାପର ଭିଡିଓ ଆର୍‌ସିବି ପକ୍ଷରୁ ଶେୟାର କରାଯାଇଛି। ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ...

ଶ୍ରୀଲଙ୍କା ୟୁଭା ଲିଗ୍‌ ମ୍ୟାଚକୁ ନେଇ ବିବାଦ

ନୂଆଦିଲ୍ଲୀ, ୪ା୭ (ପି.ଟି.)-ଚଣ୍ଡିଗଡ଼ ନିକଟରେ ଏକ ଟି୨୦ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହି ଖେଳ ଶ୍ରୀଲଙ୍କାରେ ହୋଇଥିବା ଦର୍ଶାଯାଇଛି, ଯାହାକି ଭାରତୀୟ କ୍ରିକେଟ...

ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ...

କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: କହିଲେ ଭାରତ କରିପାରେ ଏମିତି କାରନାମା

ପୁଣେ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ତାଙ୍କ ଦଳର ବିଜୟ ଆଶା ଛାଡିଛନ୍ତି।...

ଉମର ଅକ୍‌ମଲ ୩ ବର୍ଷ ବାସନ୍ଦ

କରାଚୀ, ୨୮ା୪ (ପି.ଟି.)-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ୩ବର୍ଷ ପାଇଁ ବାସନ୍ଦ କରିଛି। ଦେଶର ପ୍ରମୁଖ ଟି୨୦ ଟୁର୍ନାମେଣ୍ଟ ପାକିସ୍ତାନ ସୁପର...

ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ

ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍‌ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ...

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ...

ବାପାଙ୍କୁ ଆଲିଙ୍ଗନକରି କାନ୍ଦିବାକୁ ଲାଗିଲେ ଏହି ଖେଳାଳିଙ୍କ ୨ ଝିଅ: କାରଣ ଜାଣିଲେ…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ଖେଳାଳି ସେମାନଙ୍କ ଟିମ୍‌ ନିକଟରେ...

Advertisement
Archives

Model This Week