Posted inଫୁରସତ

୨୮ ସ୍ତ୍ରୀ, ୧୩୫ ପିଲାଙ୍କ ସାମ୍ନାରେ ୩୭ତମ ବିବାହ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ପୁରାତନ ସମୟର ରାଜାରାଜୁଡ଼ାଙ୍କ ବିଷୟରେ ଶୁଣିଥିବେ, ଯେଉଁମାନଙ୍କର ଏକାଧିକ ସ୍ତ୍ରୀ ଥିଲେ। ସେହି ସମୟରେ ଏହି ଧାରା ସାଧାରଣ ଥିଲା। କିନ୍ତୁ ଆଜି କୌଣସି ବ୍ୟକ୍ତି ଏହା କରିପାରିବେ ନାହିଁ। ଏତେ ସଂଖ୍ୟକ ସ୍ତ୍ରୀଙ୍କ ସହ ରହିବାକୁ କେହି ଭାବି ପାରିବେ ନାହିଁ, କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରିଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଆଇପିଏସ୍‌ ରୁପିନ ଶର୍ମା ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ସବୁଠାରୁ ସାହସୀ ବ୍ୟକ୍ତି। ଯାହାଙ୍କର ୨୮ ସ୍ତ୍ରୀ, ୧୩୫ ପିଲା ଏବଂ ୧୨୬ ନାତିନାତୁଣୀଙ୍କ ସାମ୍ନାରେ ୩୭ ତମ ବିବାହ କରିଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

ଭିଡିଓରେ ଦେଖିବାକୁ ମିଳେ ଯେ, ଏକ ସଜ୍ଜିତ ସୁନ୍ଦର କନ୍ୟାଙ୍କ ମୁହଁରେ ପରଦା ପଡ଼ିଛି। ଏହି ପରଦା ଉଠାଯାଉଛି ଏବଂ ତା’ପରେ ସେ ଜଣେ ବୃଦ୍ଧଙ୍କ ସହିତ ବସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ବ୍ୟକ୍ତି ତାଙ୍କ ପିତା ନୁହନ୍ତି ବରଂ ତାଙ୍କ ସ୍ବାମୀ। ଭିଡିଓଟି ୪୫ ସେକେଣ୍ଡର ଅଟେ। ବିବାହ କରିଥିବା ଝିଅଟି ଶାନ୍ତ ଦେଖାଯାଉଛନ୍ତି, କିନ୍ତୁ ବୃଦ୍ଧ ବ୍ୟକ୍ତିଙ୍କ ପରିବାର ସଦସ୍ୟ ବହୁତ ଉତ୍ସାହିତ। ସେମାନେ କେବଳ ଫଟୋ ଏବଂ ଭିଡିଓ ତିଆରି କରିବାରେ ବ୍ୟସ୍ତ। ସେମାନେ ବରକୁ କରତାଳି ଦେଇ ସ୍ବାଗତ କରୁଥିବା ମଧ୍ୟ ଦେଖାଯାଉଛି।

ଜଣେ ୟୁଜର ଲେଖିଛନ୍ତି, କେତେ ବଡ଼ ଭାଗ୍ୟ, ଜଣେ ସ୍ତ୍ରୀଙ୍କୁ ରଖିବା କଷ୍ଟକର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଇଟା ତାଙ୍କ ଶେଷ ବିବାହ ନା ଆଉ ବିବାହ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri