Posted inଫୁରସତ

୨୮ ସ୍ତ୍ରୀ, ୧୩୫ ପିଲାଙ୍କ ସାମ୍ନାରେ ୩୭ତମ ବିବାହ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ପୁରାତନ ସମୟର ରାଜାରାଜୁଡ଼ାଙ୍କ ବିଷୟରେ ଶୁଣିଥିବେ, ଯେଉଁମାନଙ୍କର ଏକାଧିକ ସ୍ତ୍ରୀ ଥିଲେ। ସେହି ସମୟରେ ଏହି ଧାରା ସାଧାରଣ ଥିଲା। କିନ୍ତୁ ଆଜି କୌଣସି ବ୍ୟକ୍ତି ଏହା କରିପାରିବେ ନାହିଁ। ଏତେ ସଂଖ୍ୟକ ସ୍ତ୍ରୀଙ୍କ ସହ ରହିବାକୁ କେହି ଭାବି ପାରିବେ ନାହିଁ, କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରିଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଆଇପିଏସ୍‌ ରୁପିନ ଶର୍ମା ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ସବୁଠାରୁ ସାହସୀ ବ୍ୟକ୍ତି। ଯାହାଙ୍କର ୨୮ ସ୍ତ୍ରୀ, ୧୩୫ ପିଲା ଏବଂ ୧୨୬ ନାତିନାତୁଣୀଙ୍କ ସାମ୍ନାରେ ୩୭ ତମ ବିବାହ କରିଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

ଭିଡିଓରେ ଦେଖିବାକୁ ମିଳେ ଯେ, ଏକ ସଜ୍ଜିତ ସୁନ୍ଦର କନ୍ୟାଙ୍କ ମୁହଁରେ ପରଦା ପଡ଼ିଛି। ଏହି ପରଦା ଉଠାଯାଉଛି ଏବଂ ତା’ପରେ ସେ ଜଣେ ବୃଦ୍ଧଙ୍କ ସହିତ ବସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ବ୍ୟକ୍ତି ତାଙ୍କ ପିତା ନୁହନ୍ତି ବରଂ ତାଙ୍କ ସ୍ବାମୀ। ଭିଡିଓଟି ୪୫ ସେକେଣ୍ଡର ଅଟେ। ବିବାହ କରିଥିବା ଝିଅଟି ଶାନ୍ତ ଦେଖାଯାଉଛନ୍ତି, କିନ୍ତୁ ବୃଦ୍ଧ ବ୍ୟକ୍ତିଙ୍କ ପରିବାର ସଦସ୍ୟ ବହୁତ ଉତ୍ସାହିତ। ସେମାନେ କେବଳ ଫଟୋ ଏବଂ ଭିଡିଓ ତିଆରି କରିବାରେ ବ୍ୟସ୍ତ। ସେମାନେ ବରକୁ କରତାଳି ଦେଇ ସ୍ବାଗତ କରୁଥିବା ମଧ୍ୟ ଦେଖାଯାଉଛି।

ଜଣେ ୟୁଜର ଲେଖିଛନ୍ତି, କେତେ ବଡ଼ ଭାଗ୍ୟ, ଜଣେ ସ୍ତ୍ରୀଙ୍କୁ ରଖିବା କଷ୍ଟକର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଇଟା ତାଙ୍କ ଶେଷ ବିବାହ ନା ଆଉ ବିବାହ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ...

ଲକ୍‌ଡାଉନ୍‌ ସ୍ଥିତି: ବାଲ୍‌କୋନିରେ ବିବାହ କଲେ ଏହି ଯୋଡ଼ି, ଝରକା ପଟେ ଶୁଭେଚ୍ଛା ଜଣାଇଲେ ପଡ଼ୋଶୀ

ସ୍ପେନ୍‌: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିବାହ ପରି ସାମାଜିକ କାର୍ଯ୍ୟକ୍ରମ ପ୍ରତି...

କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…

ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି...

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ...

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ...

ଚିକିତ୍ସା ସୂତ୍ର

ଜଣେ ମହାତ୍ମା କହିଥିଲେ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ଲୋକେ କୋଟି ଜନ୍ମର ପାପରୁ ମୁକ୍ତି ପାଆନ୍ତି । ମୁଁ ଗାଲୁଆ ସେବେଠୁଁ ନିଜକୁ ବୁଝେଇଦେଲି ଯେହେତୁ...

ବିନା ମାଟିରେ ଚାଷ

ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍‌ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ...

ସ୍କୁଟି ଭିତରେ ଲୁଚି ରହିଥିଲା ବିଷଧର ସାପ

ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ଦେଖିଲେ...

Advertisement
Archives

Model This Week