Posted inଫୁରସତ

ବାସହୀନଙ୍କୁ ସାହାଯ୍ୟ ପାଇଁ ବର୍ଷେ ହେଲାଣି ଟେଣ୍ଟରେ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଖୁବ୍‌ କମ୍‌ ଲୋକଙ୍କୁ ଦେଖିବାକୁ ମିଳିବ। ତେବେ ନିକଟରେ ଜଣେ ୧୩ ବର୍ଷୀୟା ବାଳିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ଖରା, ବର୍ଷା, ଶୀତରେ ଘର ବାହାରେ ଟେଣ୍ଟକରି ରହୁଥିବା ଜଣାପଡ଼ିଛି। ଇଂଲଣ୍ଡର ପୁଡ୍‌ସେର ବାସିନ୍ଦା ବିଲି ଥମସନ୍‌ ୧ ବର୍ଷ ହେବ ଏପରି ଭାବେ ରହୁଛନ୍ତି। ଫଳରେ ସେ ମାକ୍ସ ୱସେଙ୍କ ରେକର୍ଡକୁ ଭାଙ୍ଗି ଚ୍ୟାରିଟିକୁ ମିଳିଥିବା ଟଙ୍କା ଜରିଆରେ ବାସହୀନଙ୍କୁ ଘର ଯୋଗାଇ ପାରିବେ। ରିପୋର୍ଟ ମୁତାବକ, ବିଲିଙ୍କ ଉଦ୍ଦେଶ୍ୟ ମାକ୍ସଙ୍କ ରେକର୍ଡକୁ ଭାଙ୍ଗିବା। ମାକ୍ସ ୩ ବର୍ଷ ଧରି ଟେଣ୍ଟରେ ରହି କ୍ୟାମ୍ପେନ କରି ଲୋକଙ୍କୁ ସାହାଯ୍ୟ ପାଇଁ ୭ଶହ ହଜାର ପାଉଣ୍ଡ ଏକାଠି କରି ଉତ୍ତର ଦେଭନ ହସ୍ପିସ୍‌କୁ ଦାନ କରିଥିଲେ। ବିଲି କହିଛନ୍ତି, ମାକ୍ସ କ୍ୟାମ୍ପେନିଂ କରି ସବୁଠୁ ବଡ଼ ଅର୍ଥ ଏକାଠି କରିଥିବା ୱାଲର୍‌ଡ ରେକର୍ଡକୁ ଭାଙ୍ଗି ତାଙ୍କଠାରୁ ଅଧିକ ଅର୍ଥ ଏକାଠି କରିବାକୁ ପ୍ରୟାସ ରହିଛି। ବିଲି ଗତବର୍ଷ ଜୁଲାଇ ୧୭ରୁ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ। ସେହିଦିନ ତାଙ୍କ ଜନ୍ମଦିନ ଥିଲା। ପ୍ରଥମରେ ସେ ୧୦୦ ଦିନର କ୍ୟାମ୍ପେନିଂ କରି ‘ଏମୈସ’ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। ‘ଏମୈସ’ ହେଉଛି ଏକ ସଂଗଠନ, ଯାହା ବାସହୀନ ବ୍ୟକ୍ତିଙ୍କ ପାଇଁ ଅର୍ଥ ସଂଗ୍ରହ କରି ସାହାଯ୍ୟ କରିଥାଏ। ସେ ୧୦୦ ଦିନରେ ୧୦୦ ପାଉଣ୍ଡ ଅର୍ଥାତ୍‌ ୧୦ହଜାର ୫୪୦ ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହାପରେ ସେ ଯୋଜନା କଲେ ଯେ ମାକ୍ସଙ୍କ ରେକର୍ଡକୁ ଭାଙ୍ଗିବାକୁ ଆଉ ୨ ବର୍ଷ ସେ ଟେଣ୍ଟରେ ବିତାଇବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri