ମଦ ବିରୋଧୀ ମହିଳାଙ୍କୁ ଗୁଳିମାଡ଼କୁ ୯ ବର୍ଷ

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୯ ବର୍ଷ ପୁରିଛି। ସେହିଦିନ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସର ଗୁଳିମାଡ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଏପରି ଘଟଣା ସତ୍ତ୍ୱେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜକନିକା ଥାନା ନମତରା ଗ୍ରାମର ସସ୍ମିତା ଜେନାଙ୍କ ତଳିପେଟରେ ଲାଗିଥିବା ପୋଲିସର ଗୁଳି ଅଦ୍ୟାବଧି ବାହାରି ନ ଥିବା ବେଳେ ଏନେଇ ହୋଇଥିବା ଆରଡିସି ତଦନ୍ତର ରିପୋର୍ଟ ପ୍ରକାଶ ପାଇନାହିଁ। ସେହିପରି ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବା ନମତରା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପୋଲିସର ୨ ଗୁଳି ଖାଇଥିବା ମହିଳା ବେଙ୍ଗ ଜେନା କୁହନ୍ତି, ଗତ ୯ ବର୍ଷ ଧରି ସ୍ବାଭାବିକ ଜୀବନଯାତ୍ରାରେ ବ୍ୟତିକ୍ରମ ହୋଇଛି। ଦଳିତ ପରିବାରରେ ସର୍ବଦା ଆର୍ଥିକ ଦୁର୍ଗତି ଥାଏ। ଏହାକୁ ଭରଣା କରି ହେଉ ନ ଥିବା ବେଳେ ନମତରା ବଜାରରେ ଥିବା ମଦ ଦୋକାନରେ ଗ୍ରାମର ଅର୍ଦ୍ଧାଧିକ ପୁରୁଷଙ୍କ ସମୟ ବିତୁଥିଲା। ମଦ ପିଇବା ପରେ ପରିବାରର ମହିଳା ଓ ଶିଶୁଙ୍କ ଯାତନା ବଢ଼ୁଥିଲା। ଗ୍ରାମର ସମସ୍ତ ମହିଳା ଏହି ଦୋକାନ ବନ୍ଦ କରିବା ପାଇଁ ପ୍ରଶାସକ ଓ ରାଜନେତାଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏଥିପାଇଁ ଗ୍ରାମର ମହିଳାମାନେ ମହିଳା ଦିବସରେ ମଦ ଦୋକାନ ନିକଟରେ ଏକାଠି ହୋଇଥିଲେ। ତେବେ ଜିଲା ପୋଲିସ ପକ୍ଷରୁ ଆଖିବୁଜା ଗୁଳିମାଡ଼ ବଜାର ସମେତ ଘର ଭିତରେ ହୋଇଥିଲା। ଏଥିରେ ୩୭ ଜଣ ଗୁରୁତର ହୋଇଥିଲେ। ଗୁଳିମାଡ ପରେ ବି ମଦ ବିରୋଧରେ ଆନ୍ଦୋଳନ ଥମି ନ ଥିବା ସେ ପ୍ରକାଶ କରିଛନ୍ତି। ତତ୍କାଳୀନ ସମୟର ନବମ ଶ୍ରେଣୀର ଛାତ୍ରୀ ରଶ୍ମିତା ଜେନା କହିଛନ୍ତି, ଟିଉଶନରୁ ଫେରୁଥିବା ସମୟରେ ପୋଲିସର ଗୁଳିମାଡ଼ର ଶୀକାର ହୋଇଥିଲେ। ତାଙ୍କ ଶରୀରରେ ୨ଟି ଗୁଳି ବାଜିଛି। ଚିକିତ୍ସା ପରେ ପାଠ ପଢ଼ା ବନ୍ଦ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ରୀତା ଜେନା କୁହନ୍ତି, ପୋଲିସର ଗୁଳି ମାଡ ଜୀବନର ଗତିପଥକୁ ବଦଳାଇ ଦେଇଛି। ପାଠ ପଢ଼ା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାରେ ଭଲ ହେଲା ନାହିଁ। ଅଧିକାଂଶ ସମୟରେ ଗୁଳି ମାଡ ହୋଇଥିବା ଆଣ୍ଠୁୁ ଯନ୍ତ୍ରଣା ଦେଉଛି। ଚାଲିବା ଏବେ ବି ଠିକ ହୋଇନାହିଁ। ଏହି ପରି ଘଟଣା ସସ୍ମିତାଙ୍କ ହୋଇଛି। ତାଙ୍କ ଦେହରୁ ଏପର୍ଯ୍ୟନ୍ତ ଗୁଳି ବାହାରି ପାରିନାହିଁ।
ଓଡ଼ିଶା ନିଶା ନିବାରଣ ଅଭିଯାନର ସକ୍ରୀୟ ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ମାର୍ଚ୍ଚ ୮ ତାରିଖର ଏହି ଘଟଣା ରାଜ୍ୟ ସାରା ଚର୍ଚ୍ଚାରେ ବିଷୟ ହୋଇଥିଲା। ଏହି ଗୁଳିମାଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସେହି ମାସ ୧୨ ତାରିଖରେ ସେଣ୍ଟ୍ରାଲ ଆରଡିସିଙ୍କୁ ଦାୟିତ୍ୱ ଦେଇଥିଲେ।  ୨୦୧୬ ସେପ୍ଟେମ୍ବର ସୁଦ୍ଧା ତତ୍କାଳୀନ ଆରଡିସି ଅଖିଳ ବିହାରୀ ଓତା ମୋଟ ୫୭ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଅକ୍ଟୋବରରେ ଏହାର ରିପୋର୍ଟ ମିଳିବ ବୋଲି ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଜିଲା ପୋଲିସର ଏପରି ଅମାନୁଷିକ କାର୍ଯ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ନାମକୁ ମାତ୍ର କ୍ଷତିପୂରଣ ମିଳିଛି। ତୁରନ୍ତ ଆରଡିସିଙ୍କ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ସେ ଦାବି କରିଛନ୍ତି। ଏସମ୍ପର୍କରେ ଏଡିଏମ ପୀତାମ୍ବର ସାମଲ କହିଛନ୍ତି, ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ଗୁଳି ବାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ସସ୍ମିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ସେତେବେଳେ ଯୋଗାଇ ଦିଆ ଯାଇଥିବା ଏଡିଏମ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri