୪ବର୍ଷ ହେବ ମିଳୁନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୩୦।୮(ବ୍ୟୁରୋ):ପୁରସ୍କାର ପାଇଁ ମନୋନୀତ କରି ଡାକିଲେ, କିନ୍ତୁ ଦେଲେ ନାହିଁ। ଇତିମଧ୍ୟରେ ୪ ବର୍ଷ ବିତିଯାଇଛି। ପୁରସ୍କାର ପାଇବାକୁ ଚାହିଁ ବସିଥିବା ୫୭ ଶିକ୍ଷକଙ୍କ ମଧ୍ୟରୁ ୧୧ଜଣ ଅବସର ନେଇସାରିଥିବାବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ଗଣଶିକ୍ଷା ବିଭାଗର ଏଭଳି ନୀତି ଓ ଆଭିମୁଖ୍ୟ ଶିକ୍ଷକ ସମାଜକୁ ପ୍ରୋତ୍ସାହନ ବଦଳରେ ବହୁତ କଷ୍ଟ ଦେଉଛି। ଏପରିକି ୨୦୧୮ରୁ ବନ୍ଦ ରହିଥିବା ରାଜ୍ୟ ଶିକ୍ଷକ ପୁରସ୍କାର ଏବେ ବି ଆଶା ଓ ଆଶଙ୍କା ଭିତରେ ରହିଛି।
ଶିକ୍ଷକଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ଜିଲାରୁ ଦୁଇଜଣ ଶିକ୍ଷକଙ୍କୁ ‘ରାଜ୍ୟପାଳ ପୁରସ୍କାର’ ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ‘ରାଜ୍ୟ ଶିକ୍ଷକ ପୁରସ୍କାର’ ଭାବେ ନାମିତ କରାଗଲା। ଏଥିପାଇଁ ୨୦୧୭ରେ ରାଜ୍ୟ ସରକାର ରିଜୋଲ୍ୟୁଶନ ବାହାର କରିଥିଲେ। ଏହି ରିଜୋଲ୍ୟୁଶନ ଅନୁସାରେ କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ପୁରସ୍କାର ପାଇଁ ଆବେଦନ କଲେ। ୨୦୧୭ ବର୍ଷ ପାଇଁ ୨୦୧୮ ସେପ୍ଟେମ୍ବର ୫ରେ ୫୭ଜଣ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ୧ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏ ନେଇ ଚିଠି ଲେଖି ଅବଗତ କରାଗଲା। ମନୋନୀତ ହୋଇଥିବା ଶିକ୍ଷକମାନେ ୪ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ପହଞ୍ଚତ୍ ସେଠାରେ ରହିବେ ଓ ୫ ତାରିଖରେ ସେମାନଙ୍କୁ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଯିବ ବୋଲି ସୂଚନା ଦିଆଗଲା। ତେଣୁ ସମସ୍ତ ଶିକ୍ଷକ ୪ ତାରିଖ ସକାଳେ ସେଠାରେ ପହଞ୍ଚତ୍ଥିଲେ। କିନ୍ତୁ ହଠାତ୍‌ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବାତିଲ କରିଦିଆଗଲା। ଏହା ଶୁଣିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଆନନ୍ଦ ଓ ଉତ୍କଣ୍ଠା ମଉଳି ଯାଇଥିଲା। ସେମାନେ ନିରାଶରେ ଘରକୁ ଫେରିଥିଲେ। ପରେ ଜଣାପଡ଼ିଲା ଯେ, ଜଣେ ଘରୋଇ ସ୍କୁଲର ଶିକ୍ଷକ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିବାରୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା। ଅଭିଯୋଗକାରୀଙ୍କ ଅଭିଯୋଗ ଥିଲା, ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ସମସ୍ତ ଶିକ୍ଷକ (ଘରୋଇ, ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଶିକ୍ଷକ)ଙ୍କୁ ଆବେଦନ ପାଇଁ ଅନୁମତି ଦିଆଯାଉ। ଏହାର ବିଚାର କରି ହାଇକୋର୍ଟ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଆବେଦନକାରୀଙ୍କ ଅଭିଯୋଗ ଯଥାର୍ଥ। ତେଣୁ ନୂଆ ରିଜୋଲ୍ୟୁଶନ ଆଣି ତାହାକୁ ୨୦୧୮ରୁ ଲାଗୁ କରାଯାଉ। ହେଲେ ବିଭାଗ ୨୦୧୭ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ବି ପୁରସ୍କାର ଦେଲା ନାହିଁ। ତେଣୁ ସେମାନେ ମଧ୍ୟ ହାଇକୋର୍ଟର ଆଶ୍ରୟ ନେଲେ। ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ରବୀନ୍ଦ୍ରନାଥ ବେହେରା ୨୦୧୯ରେ ସରକାରଙ୍କ ବିରୋଧରେ ହାଇକୋଟରେ ମାମଲା ରୁଜୁ କଲେ। ହାଇକୋର୍ଟ ମାମଲାର ଶୁଣାଣି କରି କହିଥିଲେ, ରବୀନ୍ଦ୍ର ବେହେରା ଓ ସେତେବେଳେ ଯେଉଁମାନଙ୍କୁ ସରକାର ପୁରସ୍କାର ପାଇଁ ମନୋନୀତ କରିଥିଲେ ସେମାନେ ଭବିଷ୍ୟତରେ ଆଉ ଆବେଦନ କରିବାର ସୁଯୋଗ ନାହିଁ। ତେଣୁ ସରକାର ସେମାନଙ୍କୁ ତୁରନ୍ତ ପୁରସ୍କାର ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କଲେ ନାହିଁ। ୨୦୧୭ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ପୁରସ୍କାର ଦେଲେ ନାହିଁ କି ନୂଆ ରିଜୋଲୁଶନ ଆଣି ଆବେଦନପତ୍ର ଗ୍ରହଣ କଲେ ନାହିଁ। ଫଳରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୪ ବର୍ଷ ହେବ ଏହି ପୁରସ୍କାର ଦିଆଗଲା ନାହିଁ। ତେବେ ଚଳିତବର୍ଷ ଏପ୍ରିଲ ୫ରେ ସରକାର ନୂଆ ରିଜୋଲ୍ୟୁଶନ ଆଣିଛନ୍ତି। ୨୦୧୮ରୁ ୪ ବର୍ଷ ପାଇଁ ଆବେଦନ ଗ୍ରହଣ କରି ମନୋନୀତ ଶିକ୍ଷକଙ୍କ ତାଲିକା ଏବଂ ୨୦୧୭ ପୁରସ୍କାର ପାଇଁ ମନୋନୀତ ତାଲିକା ପଠାଇବା ପାଇଁ ଏପ୍ରିଲ ୧୯ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମସ୍ତ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କ ସମେତ ୭ ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ସେପ୍ଟେମ୍ବର ୫ ଗୁରୁଦିବସରେ ପୁରସ୍କାର ଦିଆଯିବାକୁ ଥିବାବେଳେ ଏପର୍ଯ୍ୟନ୍ତ ୪ବର୍ଷ ପାଇଁ କେଉଁ ଜିଲାରୁ କିଏ ମନୋନୀତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ଏପରିକି ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କ ପାଖରେ ଚିଠି ପହଞ୍ଚତ୍ ନ ଥିବାରୁ ଚଳିତବର୍ଷ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଯିବ କି ନାହିଁ ତାହାକୁ ନେଇ ସେମାନେ ଆଶଙ୍କାରେ ଅଛନ୍ତି।
ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଶିକ୍ଷକ ରବୀନ୍ଦ୍ରନାଥ ମୟୂରଭଞ୍ଜ ଜିଲା ସୋରିଷକୋଠ ୟୁଜିୟୁପି ସ୍କୁଲ ପ୍ରଧାନଶିକ୍ଷକ ଥିଲେ। ସେ ପ୍ରାଥମିକ ବର୍ଗରେ ମୟୂରଭଞ୍ଜ ଜିଲାରୁ ମନୋନୀତ ହୋଇଥିଲେ। ୨୦୧୮ ଫେବୃୟାରୀ ୨୮ରେ ସେ ଅବସର ନେଇସାରିଛନ୍ତି। ସେ କହିଛନ୍ତି, ଯେଉଁ ୫୭ଜଣ ଶିକ୍ଷକ ମନୋନୀତ ହୋଇଥିଲେ, ସେମାନଙ୍କ ମଧ୍ୟରେ ୨୮ଜଣ ପ୍ରାଥମିକ ଏବଂ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗରୁ ୨୯ଜଣ ଥିଲେ। ଇତିମଧ୍ୟରେ ୧୧ଜଣ ଅବସର ନେଇସାରିଲେଣି। ଜଣଙ୍କର ଦେହାନ୍ତ ହୋଇସାରିଛି। ତେଣୁ ୨୦୧୮ରୁ ଆମେ ମାନସିକ ଦୁଶ୍ଚିନ୍ତାରେ ରହିଛୁ। ପୁରସ୍କାର ପାଇଁ ମନରେ ଯେଉଁ ଖୁସି ଥିଲା ତାହା ଆଉ ନାହିଁ। ଏଯାଏ ମଧ୍ୟ ଆମକୁ ପୁରସ୍କାର କଥା କେହି ଜଣାଇନାହାନ୍ତି।
ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ମର୍କତ କେଶରୀ ରଏ କହିଛନ୍ତି, ଚଳିତ ବର୍ଷ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ। ସବୁ ଜିଲାରୁ ମନୋନୀତ ଶିକ୍ଷକଙ୍କ ତାଲିକା ଆସିସାରିଛି। ସେହିଭଳି ୨୦୧୭ ବର୍ଷ ପାଇଁ ଯେଉଁମାନଙ୍କୁ ଚୟନ କରାଯାଇଥିଲା, ସେମାନଙ୍କୁ ମଧ୍ୟ ଏଥର ପୁରସ୍କାର ଦିଆଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?