Posted inଜାତୀୟ

‘ସାମ୍ବାଦିକତା ଉପରେ ମୋଦିଶାହଙ୍କ ପ୍ରହାର’

ନୂଆଦିଲ୍ଲୀ,୨୨।୭: ଦୈନିକ ଭାସ୍କର ନ୍ୟୁଜପେପର ଗ୍ରୁପ୍‌ର ମାଲିକାନାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ କରିଛି ଆଇଟି ବିଭାଗ। ଲକ୍ଷ୍ନୌ ସ୍ଥିତ ଭାରତ ସମାଚର ଟେଲିଭିନ ଚ୍ୟାନେଲ ଓ ଏହାର ଏଡିଟର ବ୍ରଜେଶ ମିଶ୍ରଙ୍କ ବାସଭବନ ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହାକୁ କେନ୍ଦ୍ର କରି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଟୁଇଟ୍‌ କରିଛନ୍ତି, ସାମ୍ବାଦିକତା ଉପରେ ଏହା ମୋଦିଶାହଙ୍କ ପ୍ରହାର। ସେମାନଙ୍କ ଅସ୍ତ୍ର ହେଉଛି ଆଇଟି, ଇଡି ଓ ସିବିଆଇ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଚଢ଼ାଉକୁ ସମାଲୋଚନା କରିଛନ୍ତି।

ଦୈନିକ ଭାସ୍କର ଖବରକାଗଜର ପ୍ରମୋଟର୍ସଙ୍କ ବାସଭବନ ସମେତ ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର, ରାଜସ୍ଥାନର ଜୟପୁର, ଗୁଜରାଟର ଅହମ୍ମଦାବାଦ ଭଳି ୩୦ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି। ଏ ସମ୍ପର୍କରେ ଖବରକାଗଜର ଜଣେ ବରିଷ୍ଠ ଏଡିଟର ସୂଚନା ଦେଇଛନ୍ତି। ଚଢ଼ାଉ କାର୍ଯ୍ୟରେ ଅତିକମ୍‌ରେ ୧୦୦ ଆଇଟି ବିଭାଗ ଅଧିକାରୀ ସାମିଲ ଅଛନ୍ତି। ଚଢ଼ାଉବେଳେ ଅଫିସରେ ଥିବା କର୍ମଚାରୀଙ୍କ ଫୋନ ଛଡ଼ାଇ ନିଆଯିବା ସହ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା ବୋଲି ଦୈନିକ ଭାସ୍କର ପକ୍ଷରୁ କୁହାଯାଇଛି। ତେବେ ଆଇଟି ବିଭାଗ ତା’ କାମ କରୁଛି। ସେଥିରେ ଆମ ହସ୍ତକ୍ଷେପ ଦରକାର ନାହିଁ ବୋଲି ନୂଆ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ...

‘ଘୃଣାର ବିଜୟ ହେଲା, ହାରିଗଲା ଆର୍ଟିଷ୍ଟ’

ନୂଆଦିଲ୍ଲୀ,୨୮।୧୧: ଷ୍ଟାଣ୍ଡ ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ରବିବାର କମେଡି ଛାଡ଼ୁଥିବା ସଙ୍କେତ ଦେଇଛନ୍ତି। ଭଙ୍ଗାରୁଜା ଭୟରେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ୧୨ଟି...

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୭।୧୧: ଆକ୍ସନ ମୁଡ୍‌ରେ ଯୋଗୀ ସରକାର। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ୭ଜଣ ପିପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭ୍ରଷ୍ଟାଚାର କାରଣରୁ ଅଧିକାରୀଙ୍କୁ...

ପ୍ରବଳ ବର୍ଷା: ୨ ଦିନରେ ଉତ୍ତରପ୍ରଦେଶରେ ୭୯ ମୃତ

ଲକ୍ଷ୍ନୌ,୨୯।୯: ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା...

ହଟିବ ୨୦ ବର୍ଷ ପୁରୁଣା ଗାଡ଼ି

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପୁରୁଣା ଗାଡ଼ି ଚଳାଇବା ନେଇ ନୂଆ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଣିକି ୨୦ ବର୍ଷ ପୁରୁଣା ଘରୋଇ...

ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ

ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

Advertisement
Archives

Model This Week