Posted inଖେଳ

ନିଜ ଷ୍ଟାଡିୟମରେ ଖେଳିବେ ଈଶ୍ୱରନ୍‌

ନୂଆଦିଲ୍ଲୀ,୩ା୧ ନିଜ ନାମରେ ନାମିତ ଷ୍ଟାଡିୟମରେ ଖେଳିବାର ସୌଭାଗ୍ୟ ଅନେକ ବଡ ଖେଳାଳିଙ୍କୁ ମିଳି ନ ଥାଏ। ଭିଭିଆନ୍‌ ରିଚାର୍ଡସ, ବ୍ରାଏନ ଲାରା ଓ ଆଲାନ ବର୍ଡରଙ୍କ ପରି ଖେଳାଳି ଅବସର ନେବା ପରେ ତାଙ୍କ ନାମରେ ଷ୍ଟାଡିୟମ ନିର୍ମାଣ ହୋଇଥିଲା। ମାତ୍ର ଏଯାଏ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରି ନ ଥିବା ଜଣେ ଖେଳାଳି ନିଜ ନାମରେ ତିଆରି ଷ୍ଟାଡିୟମରେ ଖେଳିବାକୁ ଯାଉଛନ୍ତି। ଭାରତ ଏ’ ଦଳର ଅଧିନାୟକ ତଥା ବାଂଲାଦେଶ ବିପକ୍ଷ ଟେଷ୍ଟ ଦଳର ସଦସ୍ୟ ରହିଥବା ଅଭିମନ୍ୟୁ ଈଶ୍ୱରନ୍‌ ଏମିତି ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ଅଭିମନ୍ୟୁଙ୍କ ପିତା ରଙ୍ଗନାଥନ ପରମେଶ୍ୱରନ ଈଶ୍ୱରନ ଏକ ଷ୍ଟାଡିୟମ ନିର୍ମାଣ କରିଥିଲେ। ଅଭିମନ୍ୟୁ କ୍ରିକେଟ ଏକାଡେମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଙ୍ଗଲ ବନାମ ଉତ୍ତରାଖଣ୍ଡ ମ୍ୟାଚରେ ଖେଳିବାକୁ ଯାଉଛନ୍ତି ଈଶ୍ୱରନ୍‌। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିବା ରଙ୍ଗନାଥନ ପରମେଶ୍ୱରନ ଈଶ୍ୱରନ କ୍ରିକେଟ ପ୍ରତି ଥିବା ନିଜ ଭଲ ପାଇବା ପାଇଁ ୨୦୦୫ରେ ଏହି ଷ୍ଟାଡିୟମ ନିର୍ମାଣ କରିଥିଲେ। ଏପରିକି ଅଭିମନ୍ୟୁଙ୍କ କ୍ରିକେଟ କ୍ୟାରିୟର ମଧ୍ୟ ଏହି ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ଯେଉଁ ଷ୍ଟାଡିୟମରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସେଠାରେ ମ୍ୟାଚ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଈଶ୍ୱରନ୍‌ କହିଛନ୍ତି। ଏହି ଗ୍ରାଉଣ୍ଡରେ ଫ୍ଲଡ୍‌ଲାଇଟ ସୁବିଧା ରହିଥିବା ବେଳେ ବିସିସିଆଇ ମଧ୍ୟ ଏହି ଷ୍ଟାଡିୟମ ବ୍ୟବହାର କରିଥାଏ। ୧୯୯୫ରେ ଅଭିମନ୍ୟୁଙ୍କ ଜନ୍ମ ହୋଇଥିବା ବେଳେ ରଙ୍ଗନାଥନ ୧୯୮୮ରେ ଅଭିମନ୍ୟୁ କ୍ରିକେଟ ଏକାଡେମୀ ଆରମ୍ଭ କରିଥିଲେ। ଏହି ଷ୍ଟାଡିୟମରେ ଦୀନେଶ କାର୍ତ୍ତିକ, ଶ୍ରେୟାସ ଆୟାର ଓ ମହମ୍ମଦ ଶାମିଙ୍କ ପରି ଖେଳାଳି ଅଭ୍ୟାସ କରିଥିବା କହିଛନ୍ତି ରଙ୍ଗନାଥନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri