Posted inଖେଳ

ନିଜ ଷ୍ଟାଡିୟମରେ ଖେଳିବେ ଈଶ୍ୱରନ୍‌

ନୂଆଦିଲ୍ଲୀ,୩ା୧ ନିଜ ନାମରେ ନାମିତ ଷ୍ଟାଡିୟମରେ ଖେଳିବାର ସୌଭାଗ୍ୟ ଅନେକ ବଡ ଖେଳାଳିଙ୍କୁ ମିଳି ନ ଥାଏ। ଭିଭିଆନ୍‌ ରିଚାର୍ଡସ, ବ୍ରାଏନ ଲାରା ଓ ଆଲାନ ବର୍ଡରଙ୍କ ପରି ଖେଳାଳି ଅବସର ନେବା ପରେ ତାଙ୍କ ନାମରେ ଷ୍ଟାଡିୟମ ନିର୍ମାଣ ହୋଇଥିଲା। ମାତ୍ର ଏଯାଏ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରି ନ ଥିବା ଜଣେ ଖେଳାଳି ନିଜ ନାମରେ ତିଆରି ଷ୍ଟାଡିୟମରେ ଖେଳିବାକୁ ଯାଉଛନ୍ତି। ଭାରତ ଏ’ ଦଳର ଅଧିନାୟକ ତଥା ବାଂଲାଦେଶ ବିପକ୍ଷ ଟେଷ୍ଟ ଦଳର ସଦସ୍ୟ ରହିଥବା ଅଭିମନ୍ୟୁ ଈଶ୍ୱରନ୍‌ ଏମିତି ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ଅଭିମନ୍ୟୁଙ୍କ ପିତା ରଙ୍ଗନାଥନ ପରମେଶ୍ୱରନ ଈଶ୍ୱରନ ଏକ ଷ୍ଟାଡିୟମ ନିର୍ମାଣ କରିଥିଲେ। ଅଭିମନ୍ୟୁ କ୍ରିକେଟ ଏକାଡେମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଙ୍ଗଲ ବନାମ ଉତ୍ତରାଖଣ୍ଡ ମ୍ୟାଚରେ ଖେଳିବାକୁ ଯାଉଛନ୍ତି ଈଶ୍ୱରନ୍‌। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିବା ରଙ୍ଗନାଥନ ପରମେଶ୍ୱରନ ଈଶ୍ୱରନ କ୍ରିକେଟ ପ୍ରତି ଥିବା ନିଜ ଭଲ ପାଇବା ପାଇଁ ୨୦୦୫ରେ ଏହି ଷ୍ଟାଡିୟମ ନିର୍ମାଣ କରିଥିଲେ। ଏପରିକି ଅଭିମନ୍ୟୁଙ୍କ କ୍ରିକେଟ କ୍ୟାରିୟର ମଧ୍ୟ ଏହି ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ଯେଉଁ ଷ୍ଟାଡିୟମରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସେଠାରେ ମ୍ୟାଚ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଈଶ୍ୱରନ୍‌ କହିଛନ୍ତି। ଏହି ଗ୍ରାଉଣ୍ଡରେ ଫ୍ଲଡ୍‌ଲାଇଟ ସୁବିଧା ରହିଥିବା ବେଳେ ବିସିସିଆଇ ମଧ୍ୟ ଏହି ଷ୍ଟାଡିୟମ ବ୍ୟବହାର କରିଥାଏ। ୧୯୯୫ରେ ଅଭିମନ୍ୟୁଙ୍କ ଜନ୍ମ ହୋଇଥିବା ବେଳେ ରଙ୍ଗନାଥନ ୧୯୮୮ରେ ଅଭିମନ୍ୟୁ କ୍ରିକେଟ ଏକାଡେମୀ ଆରମ୍ଭ କରିଥିଲେ। ଏହି ଷ୍ଟାଡିୟମରେ ଦୀନେଶ କାର୍ତ୍ତିକ, ଶ୍ରେୟାସ ଆୟାର ଓ ମହମ୍ମଦ ଶାମିଙ୍କ ପରି ଖେଳାଳି ଅଭ୍ୟାସ କରିଥିବା କହିଛନ୍ତି ରଙ୍ଗନାଥନ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri