Posted inଖେଳ

ପ୍ରଥମ ସଂସ୍କରଣରେ ଭାରତକୁ ବ୍ରୋଞ୍ଜ୍‌

ହକି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆୟୋଜକ ଦେଶ ଥିଲା ସ୍ପେନ୍‌ ଏବଂ ପ୍ରତିଯୋଗିତା ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୫ରୁ ୨୪ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଏଥିପାଇଁ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ହୋଇ ନ ଥିଲା। ଏହା ଏକ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟର ରୂପ ନେଇଥିଲା। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ପକ୍ଷରୁ ୫ଟି କନ୍‌ଫେଡେରେଶନରୁ ଶ୍ରେଷ୍ଠ ୧୦ ଦଳକୁ ଆମନ୍ତ୍ରଣ କରାଯାଇଥିଲା। ଅଲିମ୍ପିକ୍ସ ପ୍ରଦର୍ଶନ ଭିତ୍ତିରେ ଦଳଗୁଡ଼ିକ ଚୟନର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା। ୧୦ ଦଳ ଭାଗ ନେଇଥିବାରୁ ଏହାକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ରାଉଣ୍ଡ ରବିନ ଲିଗ୍‌ ପରେ ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୨ ଦଳ ସେମିଫାଇନାଲକୁ ଉନ୍ନୀତ ହେବା ନିୟମ ରହିଥିଲା। ୧୯୬୮ ଅଲିମ୍ପିକ୍‌ ଚାମ୍ପିୟନ ପାକିସ୍ତାନ, ରନରଅପ୍‌ ଅଷ୍ଟ୍ରେଲିଆ, ଆୟୋଜକ ସ୍ପେନ୍‌, ନେଦରଲାଣ୍ଡ୍ସ ଓ ଜାପାନ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିଲେ। ଗ୍ରୁପ୍‌ ‘ଏ’ରେ ଭାରତ ସମେତ ଆର୍ଜେଣ୍ଟିନା, ଫ୍ରାନ୍ସ, କେନିୟା ଓ ପଶ୍ଚିମ ଜର୍ମାନୀ ରହିଥିଲେ। ପ୍ରାରମ୍ଭିକ ଗ୍ରୁପ୍‌ ପର୍ଯ୍ୟାୟ ପରେ ଗ୍ରୁପ୍‌ ‘ଏ’ରୁ ଭାରତ ୮ ଓ କେନିୟା ୬ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ପଶ୍ଚିମ ଜର୍ମାନୀ ଓ ଫ୍ରାନ୍ସ ୪ ପଏଣ୍ଟ ଲେଖାଏ ପାଇ ଏବଂ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲି ନ ପାରି ବିଦାୟ ନେଇଥିଲେ। ସେହିପରି ପୁଲ୍‌ ‘ବି’ରେ ସ୍ପେନ୍‌ ଓ ପାକିସ୍ତାନ ୫ ପଏଣ୍ଟ ଲେଖାଏ ପାଇ ସେମିଫାଇନାଲ ଯୋଗ୍ୟତା ଲାଭ କରିଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୪ ଏବଂ ଅଷ୍ଟ୍ରେଲିଆ ଓ ଜାପାନ ୩ ପଏଣ୍ଟ ଲେଖାଏ ପାଇ ଅଭିଯାନ ଶେଷ କରିଥିଲେ। ସେମିଫାଇନାଲ ପର୍ଯ୍ୟାୟରେ ଅତିରିକ୍ତ ସମୟ ଗୋଲ ବଳରେ କେନିୟାକୁ ସ୍ପେନ୍‌ ଏବଂ ଭାରତକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ସ୍ପେନ୍‌କୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ଭାରତ ଓ କେନିୟା ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ରେ ବରାବର ରହିଥିଲା। ଅତିରିକ୍ତ ସମୟରେ ମୋଲେରା ପୁଭାୟା ଗଣେଶଙ୍କ ଗୋଲ ବଳରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ମୋଟ୍‌ ୩୦ ମ୍ୟାଚ ଖେଳାଯାଇଥିବାବେଳେ ୬୭ ଗୋଲ ସ୍କୋର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri